ସୌରଭ ଗାଙ୍ଗୁଲି – ମହେନ୍ଦ୍ର ସିଂ ଧୋନି ପାରିନଥିଲେ , କରି ଦେଖାଇବେ କି ରାହୁଲ ?

ଭାରତୀୟ ଦଳର ଦକ୍ଷିଣ ଆଫ୍ରିକା ମାଟିରେ ଦିନିକିଆ ରେକର୍ଡ ଏତେ ଖରାପ ଯେ ଆପଣ ଚିନ୍ତା କରି ପାରିବେ ନାହିଁ। ଦକ୍ଷିଣ ଆଫ୍ରିକାରେ ଟିମ୍ ଇଣ୍ଡିଆ ଏପର୍ଯ୍ୟନ୍ତ ମାତ୍ର ଗୋଟିଏ ଦିନିକିଆ ସିରିଜ୍ ଜିତିଛି।ଭାରତୀୟ ଦଳ ଆଫ୍ରିକା ଗସ୍ତରେ ଥିବା ବେଳେ ଉଭୟଙ୍କ ମଧ୍ୟରେ ଦିନିକିଆ ଶୃଙ୍ଖଳା ଚାଲିଛି। ଶୃଙ୍ଖଳାର ପ୍ରଥମ ଦୁଇଟି ମ୍ୟାଚ୍ ପରେ ଶୃଙ୍ଖଳା ଏବେ  ୧-୧ରେ ସମାନ ରହିଛି । ତେବେ ଆଜିପର ମ୍ୟାଚରେ ଯେଉଁ ଦଳ ବିଜୟୀ ହେବ ସେ ଏହି ଶୃଙ୍ଖଳାକୁ ନିଜ ନାମରେ କରିବ । ଏହି ଦିନିକିଆ ଶୃଙ୍ଖଳାରେ କେଏଲ ରାହୁଲ ଭାରତର ନେତୃତ୍ୱ ନେଉଛନ୍ତି। ରାହୁଲଙ୍କ ନେତୃତ୍ୱରେ ଟିମ୍ ଇଣ୍ଡିଆ ଆଫ୍ରିକାରେ ଦିନିକିଆ ଶୃଙ୍ଖଳା ଜିତିବ ବୋଲି ପ୍ରଶଂସକ ମାନେ ଆଶା ରଖିଛନ୍ତି। ଟିମ୍ ଇଣ୍ଡିଆ ୧୯୯୨ରୁ ୨୦୨୨ ମଧ୍ୟରେ ଆଫ୍ରିକାରେ ଆୟୋଜକ ଦଳ ବିପକ୍ଷରେ ୮ଟି ଦିନିକିଆ ଶୃଙ୍ଖଳା ଖେଳିଥିବା ବେଳେ ଏଥିରେ ମାତ୍ର ଥରେ ଜିତିଥିବା ବେଳେ ଘରୋଇ ଆଫ୍ରିକା ୭ଟି ସିରିଜ୍ ଜିତିଛି। ଉଭୟଙ୍କ ମଧ୍ୟରେ ନବମ ଦିନିକିଆ ଶୃଙ୍ଖଳା ୨୦୨୩ରେ ଆଫ୍ରିକା ମାଟିରେ ଜାରି ରହିଛି, ଯେଉଁଥିରେ ଟିମ୍ ଇଣ୍ଡିଆ ଦିନିକିଆ ଶୃଙ୍ଖଳାରେ ଦ୍ୱିତୀୟ ଥର ପାଇଁ ଆଫ୍ରିକା ଦଳକୁ ପରାସ୍ତ କରିବ ବୋଲି ଆଶା କରାଯାଉଛି। ତେବେ କେବଳ ୨୦୧୮ରେ ବିରାଟ କୋହଲିଙ୍କ ନେତୃତ୍ବରେ ଖେଳିଥିବା ଭାରତୀୟ ଦଳ ଆଫ୍ରିକାକୁ ସିରିଜ ହରାଇବାରେ ସଫଳ ହୋଇଛି । ୬ ମ୍ୟାଚ ବିଶିଷ୍ଟ ସେହି ଶୃଙ୍ଖଳାରେ ବିରାଟ ବାହିନୀ ଆଫ୍ରିକାକୁ (୫-୧) ରେ ଧୂଳି ଚଟାଇ ଥିଲା । କେଏଲ ରାହୁଲଙ୍କ ନେତୃତାଧିନ ଭାରତୀୟ ଦଳ ଯଦି ଆଜିର ମ୍ୟାରକୁ ଜିତି ନେବ ତେବେ ଭାରତ ଦ୍ବିତୀୟ ଥର ପାଇଁ ଦକ୍ଷିଣ ଆଫ୍ରିକାରେ ମାଟିରେ ତ୍ରିରଙ୍ଗା ଉଡାଇବ ।  

Leave a Reply

Your email address will not be published. Required fields are marked *