କୋହଲିଙ୍କ ପରେ ରାହୁଲ ରଚିଲେ ଇତିହାସ , ଜାଣନ୍ତୁ କ’ଣ ଏହି ରେକର୍ଡ …

କେଏଲ୍ ରାହୁଲଙ୍କ ନେତୃତ୍ବାଧୀନ ଟିମ୍ ଇଣ୍ଡିଆ ଦକ୍ଷିଣ ଆଫ୍ରିକା ମାଟିରେ ଇତିହାସ ରଚିଛି। ବିରାଟ କୋହଲିଙ୍କ ପରେ କେଏଲ ରାହୁଲ ଦ୍ୱିତୀୟ ଭାରତୀୟ ଅଧିନାୟକ ଭାବେ ଦକ୍ଷିଣ ଆଫ୍ରିକାକୁ ଦିନିକିଆ ଶୃଙ୍ଖଳାରେ ପରାସ୍ତ କରିଛନ୍ତି। ଏହା ପୂର୍ବରୁ ୨୦୧୮ରେ ବିରାଟ କୋହଲି ଏହି ସଫଳତା ହାସଲ କରିଥିଲେ। ଏବେ କେଏଲ୍ ରାହୁଲଙ୍କ ନେତୃତ୍ବାଧୀନ ଭାରତୀୟ ଦଳ ୩ ମ୍ୟାଚ୍ ବିଶିଷ୍ଟ ଦିନିକିଆ ଶୃଙ୍ଖଳାକୁ ୨-୧ରେ ଜିତି ନେଇଛି।  ୨୦୧୮ରେ ବିରାଟ କୋହଲିଙ୍କ ନେତୃତ୍ବାଧୀନ ଟିମ୍ ଇଣ୍ଡିଆ ଆଫ୍ରିକା ମାଟିରେ ୬ ମ୍ୟାଚ୍ ବିଶିଷ୍ଟ ଦିନିକିଆ ଶୃଙ୍ଖଳାରେ ଆଫ୍ରିକାକୁ ୫-୧ରେ ପରାସ୍ତ କରିଥିଲା। ଭାରତୀୟ ଦଳ ୧୯୯୨ ପରଠାରୁ ନିଜ ମାଟିରେ ଆଫ୍ରିକା ବିପକ୍ଷରେ ମୋଟ ୭ଟି ଦ୍ୱିପାକ୍ଷିକ ଦିନିକିଆ ଶୃଙ୍ଖଳା ଖେଳିଛି, ଯେଉଁଥିରେ ସେମାନେ ମାତ୍ର ଦୁଇଥର ଜିତିଛନ୍ତି। ପ୍ରଥମ ବିଜୟ କୋହଲିଙ୍କ ଅଧିନାୟକତ୍ୱରେ ହୋଇଥିବା ବେଳେ ଏବେ ଦ୍ୱିତୀୟ ବିଜୟ ରାହୁଲଙ୍କ ନେତୃତ୍ୱରେ ହୋଇଛି।

Leave a Reply

Your email address will not be published. Required fields are marked *