ଡଃ ବିଶ୍ୱଜିତ୍ ସର୍ବୋଦୟ ଆନ୍ଦୋଳନ ସମିତିର ରାଷ୍ଟ୍ରୀୟ ସଂଯୋଜକ
ଭୁବନେଶ୍ୱର (୨୨/୧୨) : ଗାନ୍ଧୀ ଓ ସର୍ବୋଦୟ ଆନ୍ଦୋଳନର ଶୀର୍ଷସ୍ଥ ସଂସ୍ଥା ସର୍ବସେବା ସଂଘ (ଅଖିଳ ଭାରତ ସର୍ବୋଦୟ ମଣ୍ଡଳ) ପକ୍ଷରୁ ଓଡ଼ିଶାର ଗାନ୍ଧୀବାଦୀ ଯୁବ ନେତା ତଥା କଳିଙ୍ଗନଗର ଠାରୁ ଆରମ୍ଭ କରି ପୋସ୍କୋ ବିରୋଧୀ ଆନ୍ଦୋଳନରେ ମହତ୍ତ୍ଵପୂର୍ଣ୍ଣ ଭୂମିକାରେ ଥିବା ଡାକ୍ତର ବିଶ୍ୱଜିତଙ୍କୁ ଏହାର ଆନ୍ଦୋଳନ ସମିତିର ରାଷ୍ଟ୍ରୀୟ ସଂଯୋଜକ ଭାବରେ ମନୋନୀତ କରିଛନ୍ତି। ଦେଶର ପ୍ରାକୃତିକ ସମ୍ପଦ ଜଳ, ଜଙ୍ଗଲ, ଜମି, ଖଣି ଖାଦାନ ଆଜି ଶାଗ ମାଛ ମୂଲରେ ବିକ୍ରି ହେଉଥିବା ବେଳେ କର୍ପୋରେଟମାନଙ୍କ ଦ୍ଵାରା ଭାରତ ବର୍ଷ କବଳିତ ହୋଇସାରିଛି। ଦେଶର ଯୁବ ଛାତ୍ର ବେରୋଜଗାରୀର ଶିକାର ହେଉଥିବା ବେଳେ ସାଧାରଣ ଚାଷୀ ମୂଲିଆ କାମ ନପାଇ ଉଦବାସ୍ତୁ ସାଜୁଛନ୍ତି। ଏହା ବିରୋଧରେ ଜନ ଆନ୍ଦୋଳନ ଗଢ଼ି ତୋଳି ପ୍ରାକୃତିକ ସମ୍ପଦ ତଥା ପ୍ରକୃତି ପରିବେଶକୁ ବଞ୍ଚାଇବା ଦିଗରେ ଗାନ୍ଧୀ ବିନୋବା ଜୟପ୍ରକାଶଙ୍କ ବିଚାରଧାରାରେ ରାଷ୍ଟ୍ରୀୟସ୍ତରରେ ସର୍ବସେବା ସଂଘ ଓ ପ୍ରାଦେଶିକ ସ୍ତରରେ ସର୍ବୋଦୟ ମଣ୍ଡଳ ମାନ ଆନ୍ଦୋଳନରତ ଅଛନ୍ତି। ଏଥିସହ ଗାଁ କଳି ଗାଁରେ ତୁଟାଇବା, ଧର୍ମ ଓ ଜାତିଗତ ସଂହତି କ୍ଷେତ୍ରରେ ସର୍ବୋଦୟ ଆନ୍ଦୋଳନ କାର୍ଯ୍ୟ କରୁଛି। ଏଠାରେ ଉଲ୍ଲେଖଯୋଗ୍ୟ ଯେ, ଦେଶରେ ଭୂଦାନ ଗ୍ରାମଦାନ ଆନ୍ଦୋଳନ ତଥା ସମ୍ପୂର୍ଣ୍ଣ କ୍ରାନ୍ତି ଆନ୍ଦୋଳନ ସର୍ବସେବା ସଂଘର ନେତୃତ୍ୱରେ ହୋଇଥିଲା।
/ ଜନ ଆନ୍ଦୋଳନର କର୍ମୀ ଭାବେ ଦେଶରେ ସୁପରିଚିତ ଡ଼ା ବିଶ୍ୱଜିତଙ୍କୁ ଆନ୍ଦୋଳନ ସମିତିର ସଂଯୋଜକ ରୂପେ ମନୋନୀତ କରିଥିବାରୁ ଗାନ୍ଧୀ ଶାନ୍ତି ପ୍ରତିଷ୍ଠାନର ରାଷ୍ଟ୍ରୀୟ ଅଧ୍ୟକ୍ଷ କୁମାର ପ୍ରଶାନ୍ତ, ଗାନ୍ଧୀ ସ୍ମାରକ ନିଧିର ରାଷ୍ଟ୍ରୀୟ ଅଧ୍ୟକ୍ଷ ରାମଚନ୍ଦ୍ର ରାହୀ, ବିଶିଷ୍ଟ ଗାନ୍ଧୀବାଦୀ ନେତ୍ରୀ କୃଷ୍ଣା ମହାନ୍ତି, ପ୍ରଫେସର ଆନନ୍ଦ କୁମାର, ବିଶିଷ୍ଟ ପରିବେଶବିତ୍ ପ୍ରଫୁଲ୍ଲ ସାମନ୍ତରା, ଗାନ୍ଧୀ ଶାନ୍ତି ପ୍ରତିଷ୍ଠାନର ରାଜ୍ୟ ସଭାପତି ଜଷ୍ଟିସ ମନୋରଞ୍ଜନ ମହାନ୍ତି, ଉତ୍କଳ ସର୍ବୋଦୟ ମଣ୍ଡଳର ସଭାପତି ମିହିର ପ୍ରତାପ ଦାସ, ଉତ୍କଳ ଗାନ୍ଧୀ ସ୍ମାରକ ନିଧିର ସମ୍ପାଦକ ଜୟନ୍ତ କୁମାର ଦାସ, ଗାନ୍ଧୀ ଶାନ୍ତି ପ୍ରତିଷ୍ଠାନର ରାଜ୍ୟ ସମ୍ପାଦକ ବିରୁପାକ୍ଷ ତ୍ରିପାଠୀ, ଲୋହିଆ ଏକାଡେମୀର ସମ୍ପାଦକ ଦେବ ପ୍ରସାଦ ରାୟ, ଶିକ୍ଷାବିତ୍ ପ୍ରଫେସର ବିଜୟ ବହିଦାର, ପ୍ରଫେସର ପ୍ରୀତିଶ ଆଚାର୍ଯ୍ୟ, ଉତ୍କଳ ସର୍ବୋଦୟ ମଣ୍ଡଳ ସମ୍ପାଦକ ଆର୍ଯ୍ୟଭଟ୍ଟ ମହାନ୍ତି, ବିଜୟ ତ୍ରିପାଠୀ, କାର୍ଯ୍ୟାଳୟ ସମ୍ପାଦକ ଜ୍ଞାନରଞ୍ଜନ ସାମନ୍ତରାୟ, ଶିକ୍ଷାବିତ୍ ଅମୀୟ କୁମାର ମହାନ୍ତି, ସାମାଜିକ କର୍ମୀ ସନ୍ଦୀପ ପଟ୍ଟନାୟକ, ସଂଗ୍ରାମ ମଲ୍ଲିକ, ଉତ୍କଳ ସର୍ବୋଦୟ ମଣ୍ଡଳ ମହିଳା ସମିତି ସଂଯୋଜିକା ଆନନ୍ଦିକା ସାମନ୍ତରାୟ, ପ୍ରତିମା ପଣ୍ଡା, ଜ୍ଞାନରଞ୍ଜନ ନାୟକ, ରାମଚନ୍ଦ୍ର ଶୁକ୍ଳ, ରବି ମହାନ୍ତି, ବିଧାନଚନ୍ଦ୍ର ରାୟ, ଲକ୍ଷ୍ମୀପ୍ରକାଶ ମହାପାତ୍ର, ବିଶ୍ଵଜିତ ସୂର୍ଯ୍ୟବଂଶୀ, ରାଷ୍ଟ୍ରୀୟ ଯୁବା ସଂଗଠନର ସୂର୍ଯ୍ୟ ନାରାୟଣ ନାଥ, ମାନସ ପଟ୍ଟନାୟକ, ଆଦ୍ୟଶ୍ଲୋକ ମିଶ୍ର ପ୍ରମୁଖ ସର୍ବସେବା ସଂଘର ରାଷ୍ଟ୍ରୀୟ ଅଧ୍ୟକ୍ଷ ଚନ୍ଦନ ପାଲ ଓ ମହାମନ୍ତ୍ରୀ ଗୌରାଙ୍ଗ ମହାପାତ୍ରଙ୍କୁ ଧନ୍ୟବାଦ ଜଣାଇଛନ୍ତି।