ଆଇସିସି କାହିଁକି କାଟିଲା ଟିମ ଇଣ୍ଡିଆର ପଏଣ୍ଟ ଜାଣନ୍ତୁ …
ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ୨ ମ୍ୟାଚ୍ ବିଶିଷ୍ଟ ଟେଷ୍ଟ ସିରିଜ୍ ଖେଳାଯାଉଛି। ଏହି ଶୃଙ୍ଖଳାର ପ୍ରଥମ ମ୍ୟାଚରେ ଟିମ୍ ଇଣ୍ଡିଆକୁ ଦକ୍ଷିଣ ଆଫ୍ରିକା ୩୨ ରନ୍ ଓ ଗୋଟିଏ ଇନିଂସରେ ପରାସ୍ତ କରିଛି। ଏହି ମ୍ୟାଚରେ ପରାଜୟ ପରେ ଟିମ୍ ଇଣ୍ଡିଆ ବିଶ୍ୱ ଟେଷ୍ଟ ଚାମ୍ପିୟନଶିପ୍ ପଏଣ୍ଟ ଟେବୁଲର ପ୍ରଥମ ସ୍ଥାନରୁ ପଞ୍ଚମ ସ୍ଥାନକୁ ଖସି ଆସିଛି, କିନ୍ତୁ ଏବେ ହଠାତ୍ ଶ୍ରେଷ୍ଠ ୫ରୁ ବାଦ୍ ପଡ଼ିଛି।
ଦକ୍ଷିଣ ଆଫ୍ରିକା ବିପକ୍ଷ ଟେଷ୍ଟ ସିରିଜ୍ ଆରମ୍ଭ ହେବା ପୂର୍ବରୁ ଭାରତୀୟ ଦଳ ବିଶ୍ୱ ଟେଷ୍ଟ ଚାମ୍ପିଅନସିପର ପଏଣ୍ଟ ଟେବୁଲରେ ପ୍ରଥମ ସ୍ଥାନରେ ଥିଲା। କିନ୍ତୁ ଟିମ୍ ଇଣ୍ଡିଆ ଏବେ ଷଷ୍ଠ ସ୍ଥାନରେ ପହଞ୍ଚିଛି। ପ୍ରଥମ ଟେଷ୍ଟରେ ପରାଜୟ ପରେବି ଭାରତୀୟ ଦଳ ୧୬ ପଏଣ୍ଟରେ ରହିଥିଲା । ଆଇସିସି ଭାରତୀୟ ଦଳକୁ ଡବଲ୍ ଝଟକା ଦେଇ ଆଉ ୨ ପଏଣ୍ଟ ହ୍ରାସ କରିଛି। ଯାହାଦ୍ବାରା ଟିମ୍ ଇଣ୍ଡିଆର ପଏଣ୍ଟ ଏବେ 14ରେ ପହଁଞ୍ଚିଛି । ଯେଉଁଥିପାଇଁ ଟିମ୍ ଇଣ୍ଡିଆ ଏବେ ପାକିସ୍ତାନର ଦଳକୁ ଖସିଯାଇଛି ।
ଟେଷ୍ଟ ସିରିଜର ପ୍ରଥମ ମ୍ୟାଚ୍ ପରେ ଆଇସିସି ଟିମ୍ ଇଣ୍ଡିଆକୁ ଡବଲ୍ ଝଟକା ଦେଇ ଡବ୍ଲ୍ୟୁଟିସି ପଏଣ୍ଟ ଟେବୁଲରୁ ୨ଟି ଗୁରୁତ୍ୱପୂର୍ଣ୍ଣ ପଏଣ୍ଟ କାଟିଦେଇଛି। ସ୍ଲୋ ଓଭର ରେଟ୍ ଯୋଗୁଁ ଆଇସିସି ହଠାତ୍ ଏହି ନିଷ୍ପତ୍ତି ନେଇଛି। ଦକ୍ଷିଣ ଆଫ୍ରିକା ବିପକ୍ଷ ମ୍ୟାଚ୍ ରେ ଟିମ୍ ଇଣ୍ଡିଆ ଧୀର ଗତିରେ ବୋଲିଂ କରିଥିଲା। ଯେଉଁଥିପାଇଁ ତାଙ୍କୁ ୧୦% ମ୍ୟାଚ୍ ଫି ଜରିମାନା ଏବଂ ଡବ୍ଲ୍ୟୁଟିସି ପଏଣ୍ଟ ଟେବୁଲରେ କ୍ଷତି ସହିବାକୁ ପଡ଼ିଛି।