କିଶନଙ୍କୁ ଟିମରୁ ବାହାରେ କିଏ ରଖୁଛି, ଟିମ୍ ଇଣ୍ଡିଆ ନା ଆଉ କେହି ଜାଣନ୍ତୁ…

ଭାରତୀୟ କ୍ରିକେଟ୍ ଦଳର ଯୁବ ୱିକେଟ୍ କିପର ବ୍ୟାଟ୍ସମ୍ୟାନ୍ ଇଶାନ୍ କିଶନ ଦୀର୍ଘ ଦିନ ଧରି ଦଳ ବାହାରେ ରହିଛନ୍ତି। ବାସ୍ତବରେ ସେ ଦକ୍ଷିଣ ଆଫ୍ରିକା ଗସ୍ତରୁ ବିରତି ନେଇଥିଲେ, ଯାହା ପରେ ସେ ବର୍ତ୍ତମାନ ପର୍ଯ୍ୟନ୍ତ ଦଳକୁ ଫେରିପାରି ନାହାଁନ୍ତି। ସେ ଡିସେମ୍ବର ମାସରେ ଅଷ୍ଟ୍ରେଲିଆ ବିପକ୍ଷରେ ଟି -୨୦ ରେ ଭାରତ ପାଇଁ ଶେଷ ମ୍ୟାଚ୍ ଖେଳିଥିଲେ। ଦଳରେ ପ୍ରତ୍ୟାବର୍ତ୍ତନ କରିବାକୁ କୋଚ୍ ରାହୁଲ ଦ୍ରାବିଡ ତାଙ୍କୁ କିଛି ଘରୋଇ କ୍ରିକେଟ୍ ଖେଳିବାକୁ କହିଥିଲେ। କିନ୍ତୁ ଇଶାନ ଭାରତରେ ଚାଲିଥିବା ରଣଜୀ ଟ୍ରଫିର ଗୋଟିଏ ବି ମ୍ୟାଚ୍ ଖେଳି ନାହାଁନ୍ତି।

ଆପଣଙ୍କୁ କହିରଖୁଛୁ ଯେ ଶନିବାର ଅର୍ଥାତ 10 ଫେବୃଆରୀରେ ଇଂଲଣ୍ଡ ବିପକ୍ଷ ଶେଷ ୩ ଟେଷ୍ଟ ପାଇଁ ଭାରତୀୟ ଦଳ ଘୋଷଣା କରାଯାଇଛି। ଏହି ୧୭ ସଦସ୍ୟ ବିଶିଷ୍ଟ ଦଳରେ ଇଶାନ୍ କିଶାନଙ୍କ ନାମ ବରଖାସ୍ତ କରାଯାଇଛି  | ୨୫ ବର୍ଷୀୟ ଇଶାନ କିଶନ ଭାରତ ପାଇଁ ଏପର୍ଯ୍ୟନ୍ତ ମୋଟ ୨ ଟେଷ୍ଟ, ୨୭ ଟି ଦିନିକିଆ ଏବଂ ୩୨ ଟି -୨୦ ମ୍ୟାଚ ଖେଳିଛନ୍ତି। ସେ ଟେଷ୍ଟରେ ୭୮ ରନ୍, ଦିନିକିଆ ରେ ୯୩୩ ରନ୍ ଏବଂ ଟି -୨୦ ରେ ୭୯୬ ରନ୍ କରିଛନ୍ତି। ଟେଷ୍ଟରେ କିଶାନ ଅର୍ଦ୍ଧଶତକ ହାସଲ କରିଛନ୍ତି। ODI ରେ ସେ ଗୋଟେ ଦ୍ୱିଶତକ ଏବଂ ୭ ଅର୍ଦ୍ଧଶତକ ହାସଲ କରିଥିବାବେଳେ ଟି -୨୦ ରେ ଇଶାନ ୬ଟି  ପଚାଶ ରନର ପାଳି ଖେଳିଛନ୍ତି। 

ଅନ୍ୟପକ୍ଷରେ କେଏସ ଭରତଙ୍କୁ ବାରମ୍ବାର ସୁଯୋଗ ମିଳିବାଲ ପରେ ମଧ୍ୟ ତାଙ୍କର ପ୍ରଦର୍ଶନରେ କୌଣଷି ଉନ୍ନତି ହେଉ ନାହିଁ । ସେହିପରି ଯଦି ତାଙ୍କ ପରିସଂଖ୍ୟାନ ଉପରେ ନଜର ଦେବା ତାହେଲେ ଭରତ ଏପର୍ଯ୍ୟନ୍ତ ଟେଷ୍ଟ କ୍ରିକେଟରେ ୧୨ଟି ପାଳିରେ ବ୍ୟାଟିଂ କରି ମାତ୍ର ୨୨୧ ରନ ସଂଗ୍ରହ କରିବାରେ ସଫଳ ହୋଇଛନ୍ତି । ସେଥିମଧ୍ୟରେ ପୁଣି ଜମା ଅର୍ଦ୍ଦଶତକ ନାହିଁ । କିନ୍ତୁ କିଶାନ ମାତ୍ର ୨ଟି ଟେଷ୍ଟ ଖେଳିବାକୁ ସୁଯୋଗ ପାଇଛନ୍ତି । ତାସତ୍ବେ ସେ ଗୋଟେ ପାଳିରେ ୫୨ ରନର ପାଳି ଖଳିଛନ୍ତି । ତେବେ ଏଥିରୁ ଜଣାପଡୁଛି କିଶାନଙ୍କୁ ଟିମରୁ ବାହାର କରିବା ପାଇଁ ଟିମ ମ୍ୟାନେଜମେଣ୍ଟର ଏହା ଏକ ବିଦ୍ଧି ବଦ୍ଧ ଯୋଜନା ।

Leave a Reply

Your email address will not be published. Required fields are marked *