ରାଞ୍ଚି ଟେଷ୍ଟରୁ ବାଦ୍ ପଡିପାରନ୍ତି ଜସପ୍ରିତ୍ ବୁମରା ଜାଣନ୍ତୁ କାହିଁକି …
ରାଜକୋଟ୍ରେ ଇଂଲଣ୍ଡକୁ ବିପକ୍ଷରେ ବଡ଼ ବିଜୟ ହାସଲ କରିଛି ଟିମ୍ ଇଣ୍ଡିଆ। ଇଂଲଣ୍ଡକୁ ୪୩୪ ରନ୍ରେ ପରାସ୍ତ କରି ଭାରତ ୫ ମ୍ୟାଚ୍ ବିଶିଷ୍ଟ ସିରିଜ୍ରେ ୨-୧ରେ ଆଗୁଆ ରହିଛି। ରାଜକୋଟ୍ରେ ବିଜୟ ପରେ ଏବେ ରାଞ୍ଚିରେ ଇଂଲଣ୍ଡକୁ ହରେଇବା ଲକ୍ଷ୍ୟରେ ଟିମ୍ ଇଣ୍ଡିଆ। ତେବେ ଫେବ୍ରୁଆରୀ ୨୩ରେ ରାଞ୍ଚିରେ ହେବାକୁ ଥିବା ଚତୁର୍ଥ ଟେଷ୍ଟ ପୂର୍ବରୁ ଚୁଡ଼ାନ୍ତ ଏକାଦଶକୁ ନେଇ ଏକ ବଡ଼ ଖବର ସାମ୍ନାକୁ ଆସିଛି। ରାଞ୍ଚି ଟେଷ୍ଟରେ ପଡ଼ିଆରେ ଯଶପ୍ରୀତ ବୁମ୍ରାଙ୍କୁ ମିସ କରିପାରନ୍ତି ଦର୍ଶକ। ତାଙ୍କୁ ଚତୁର୍ଥ ଟେଷ୍ଟରେ ବିଶ୍ରାମ ଦିଆଯାଇପାରେ ବୋଲି କୁହାଯାଉଛି। ତେବେ ବୁମ୍ରାଙ୍କ ସ୍ଥାନରେ ପୁଣି କହାକୁ ସୁଯୋଗ ମିଳିବ ଏପର୍ଯ୍ୟନ୍ତ ଜଣା ପଡିନାହିଁ। ତେବେ ଧର୍ମଶାଳାରେ ହେବାକୁ ଥିବା ସିରିଜ୍ର ଶେଷ ମ୍ୟାଚ୍ରେ ପୁଣି ଦଳକୁ କମ୍ବ୍ୟାକ୍ କରିବେ ବୁମ୍ ବୁମ ।
କ୍ରିକ୍ବଜ୍ ରିପୋର୍ଟ ଅନୁସାରେ, ଜଶପ୍ରୀତ ବୁମ୍ରା ଟିମ୍ ଇଣ୍ଡିଆ ସହ ରାଜକୋଟ୍ରୁ ରାଞ୍ଚି ଯିବେ ନାହିଁ। ସେ ରାଜକୋଟରୁ ସିଧାସଳଖ ଅହମ୍ମଦାବାଦ ଯିବେ। ବୁମ୍ରାଙ୍କୁ ଚତୁର୍ଥ ଟେଷ୍ଟରେ ବିଶ୍ରାମ ଦେବାକୁ ପରିଷଦ ନିଷ୍ପତ୍ତି ନେଇଥିବା ସୂଚନା ମିଳିଛି। ତେବେ ବୁମ୍ରାଙ୍କ ବ୍ୟତୀତ ଚତୁର୍ଥ ଟେଷ୍ଟରେ ଅନ୍ୟ କୌଣସି ଖେଳାଳିଙ୍କୁ ବିଶ୍ରାମ ଦିଆଯିବ ନାହିଁ। ସୂଚନା ଅନୁସାରେ ଇଂଲଣ୍ଡ ବିପକ୍ଷରେ ଜାରି ରହିଥିବା ସିରିଜ୍ରେ ବୁମ୍ରା ଏପର୍ଯ୍ୟନ୍ତ ୮୦.୫ ଓଭର ବୋଲିଂ କରି ସର୍ବାଧିକ ୧୭ ୱିକେଟ୍ ହାସଲ କରିଛନ୍ତି ।