କାହିଁକି ଆଇପିଏଲ ଖେଳିବେନି କୋହଲି ଏବଂ ରୋହିତ …?
ଭାରତର ଷ୍ଟାର କ୍ରିକେଟର ବିରାଟ କୋହଲି କିଛି ଦିନ ତଳେ ଦ୍ବିତୀୟ ଥର ବାପା ହୋଇଛନ୍ତି । ପତ୍ନୀ ତଥା ବଲିଉଡ ଅଭିନେତ୍ରୀ ଅନୁଷ୍କା ଶର୍ମା ଏକ ଶିଶୁପୁତ୍ରକୁ ଜନ୍ମ ଦେଇଥିବା ବେଳେ ପୁଅର ନାମ ବିରୁଷ୍କା, ଅକାୟ ରଖିଥିବା ସାମ୍ନାକୁ ଆସିଥିଲା। ଅନୁଷ୍କାଙ୍କର ଲଣ୍ଡନରେ ପ୍ରସବ ହୋଇଥିବା ବେଳେ ଏବେ ପୂରା ପରିବାର ସେଠାରେ ଅଛନ୍ତି। ବିରାଟ ନିଜ ପରିବାର ସହ ସମୟ ବିତାଇବା ପାଇଁ ମାସେ ହେଲାଣି କ୍ରିକେଟଠାରୁ ଦୂରରେ ରହିଛନ୍ତି।
ଏବେ ଚର୍ଚ୍ଚା ହେଉଛି ଯେ, ପରିବାର ପାଇଁ ବିରାଟ ଆହୁରି କିଛି ଦିନ କ୍ରିକେଟଠାରୁ ଦୂରେଇ ରହିବେ। ଏମିତି କି ତାଙ୍କୁ ଚଳିତ ବର୍ଷ ଆଇପିଏଲରେ ମଧ୍ୟ ଦେଖିବାକୁ ମିଳିବ ନାହିଁ। ଏହାକୁ ନେଇ ପୂର୍ବତନ ଭାରତୀୟ କ୍ୟାପଟେନ ସୁନୀଲ ଗାଭାସ୍କର କହିଛନ୍ତି ଯେ, “ସେ କ’ଣ ଖେଳିବେ କି? କିଛି କାରଣ ପାଇଁ ସେ ବର୍ତ୍ତମାନ ଖେଳୁନାହାନ୍ତି। ଏଭଳି ବି ହୋଇପାରେ ଯେ, ସେ ଆଇପିଏଲ ପାଇଁ ବି ଖେଳିନପାରନ୍ତି।” ତାଙ୍କର ଏଭଳି ବୟାନ ପରେ ବିରାଟ ଆଇପିଏଲ ଖେଳିବେ ନାହିଁ ବୋଲି ଚର୍ଚ୍ଚା ଆରମ୍ଭ ହୋଇଛି।
ଅନ୍ୟପକ୍ଷରେ ରୋହିତ ଶର୍ମା ଆଇପିଏଲ ୨୦୨୪ ନଖେଳିବା ନେଇ ମଧ୍ୟ ଚର୍ଚ୍ଚା ହେଉଛି । ହାର୍ଦ୍ଦିକ ପାଣ୍ଡ୍ୟା ମୁମ୍ବାଇର ଅଧିନାୟକ ହେବା ପରଠୁ ରୋହିତ ଓ ମୁମ୍ବାଇ ଇଣ୍ଡିଆନ୍ସ ଭିତରେ କିଛି ଭଲ ନାହିଁ । ଏପରି କ୍ଷତ୍ରରେ ୨୦୨୪ ଟି – ୨୦ ବିଶ୍ବକପରେ ରୋହିତ ଟିମ ଇଣ୍ଡିଆ ପାଇଁ ନେତୃତ୍ବ ନେବେ ବୋଲି ବିସିସିଆଇ ସ୍ପଷ୍ଟ କରି ସାରିଲେଣି । ଜାତୀୟ ଗଣମାଧ୍ୟମ ରିପୋଟ ଅନୁଯାୟୀ ଆକଳନ କରାଯାଉଛି ଯେ ରୋହିତ ଶର୍ମା ପାଣ୍ଡ୍ୟାଙ୍କ ଅଧିନାୟକତ୍ବରେ ମୁମ୍ବାଇ ପାଇଁ ଖେଳିବେ ନାହିଁ । ଏବେ ଦେଖିବାର ରହିଲା କି ଏହି ଦୁଇ ଖେଳାଳି ଆଇପିଏଲ ମହାସମର ରେ ଭାଗ ନେବ କି ନାହିଁ।