ଧରମଶାଳାରେ ଭାଙ୍ଗି ପାରେ କୋହଲିଙ୍କ ଏହି ତିନି ରେକର୍ଡ …

ଭାରତ ଏବଂ ଇଂଲଣ୍ଡ ମଧ୍ୟରେ ସିରିଜର ପଞ୍ଚମ ତଥା ଶେଷ ଟେଷ୍ଟ ମାର୍ଚ୍ଚ ୭ ରୁ ଧରମଶାଳାରେ ଖେଳାଯିବ | ଏହି ସିରିଜରେ ଭଲ ଫର୍ମରେ ଥିବା ଯଶସ୍ୱୀ ଜସୱାଲଙ୍କ ଉପରେ ଲୋକଙ୍କ ନଜର ରହିବ ଏବଂ ଜୟସୱାଲ ବିରାଟ କୋହଲିଙ୍କ ତିନୋଟି ବଡ ରେକର୍ଡ ଉପରେ ନଜର ରଖିବେ। ଏହି ସିରିଜରେ ଏପର୍ଯ୍ୟନ୍ତ ଦୁଇଥର ଶତକ ହାସଲ କରିଥିବା ଜୟସୱାଲ ଧରମଶାଲାରେ କୋହଲିଙ୍କ ରେକର୍ଡ ଭାଙ୍ଗି ପାରନ୍ତି ।

ଜୟସୱାଲ ଏପର୍ଯ୍ୟନ୍ତ ୯୩.୫୭ ରେ ସିରିଜର ଚାରୋଟି ମ୍ୟାଚରେ ୬୫୫ ରନ୍ ସଂଗ୍ରହ କରିଛନ୍ତି। ୨୦୧୬ ରେ ଇଂଲଣ୍ଡ ବିପକ୍ଷରେ ଖେଳାଯାଇଥିବା ଟେଷ୍ଟ ସିରିଜରେ ବିରାଟ କୋହଲି ମଧ୍ଯ ୬୫୫ ରନ୍ ସଂଗ୍ରହ କରିଥିଲେ। ବର୍ତ୍ତମାନ ଜୟସୱାଲ ବିରାଟଙ୍କ ବରାବର ହୋଇଛନ୍ତି। ଏଭଳି ପରିସ୍ଥିତିରେ ଜୟସୱାଲ କୋହଲିଙ୍କ ରେକର୍ଡ ଭାଙ୍ଗିବା ପାଇଁ ଆଉ ମାତ୍ର ଏକ ରନର ଆବଶ୍ୟକତା ରହିଛି ।

ସେହିପରି ୨୦୧୪ ରେ ଅଷ୍ଟ୍ରେଲିଆ ବିପକ୍ଷରେ ଖେଳାଯାଇଥିବା ସିରିଜରେ ବିରାଟ କୋହଲି ୬୯୨ ରନ୍ କରିଥିଲେ, ଯାହା କୋହଲିଙ୍କ ସର୍ବୋତ୍ତମ ପ୍ରଦର୍ଶନ। ବର୍ତ୍ତମାନ ଜୟସୱାଲ କୋହଲିଙ୍କ ସର୍ବୋତ୍ତମ ପ୍ରଦର୍ଶନ ରେକର୍ଡ ଭାଙ୍ଗିବା ଠାରୁ ମାତ୍ର ୩୭ ରନ୍ ଦୂରରେ ଅଛନ୍ତି।

୩୫ ବର୍ଷୀୟ ବିରାଟ କୋହଲି ଏପର୍ଯ୍ୟନ୍ତ ତାଙ୍କ କ୍ୟାରିୟରରେ ୧୧୩ ଟି ଟେଷ୍ଟ ଖେଳିଛନ୍ତି, ଯେଉଁଥିରେ ସେ ମୋଟ ୨୬ ଛକା ମାରିଛନ୍ତି | ଅନ୍ୟପକ୍ଷରେ ଯଶସ୍ୱୀ ଜୟସସୱାଲ ଏପର୍ଯ୍ୟନ୍ତ ୮ ଟି ଟେଷ୍ଟ ଖେଳିଛନ୍ତି, ଯେଉଁଥିରେ ସେ କୋହଲିଙ୍କ ବରାବରି କରିଛନ୍ତି। ଏବେ କୋହଲିଙ୍କ ରେକର୍ଡ଼ କୁ ଭାଙ୍ଗିବା ପାଇଁ ଆଉ ମାତ୍ର ଗୋଟିଏ ଛକାର ଆବଶ୍ୟକତା ରହିଛି।

Leave a Reply

Your email address will not be published. Required fields are marked *