ଆମେରିକାରେ ଚାଲିବନି ଆଉ ‘ଟିିକଟକ୍’

ପୂର୍ବରୁ  ଭାରତ ଓ ନେପାଳ ସରକାର ଟିକ ଟକ ଉପରେ ପ୍ରତିବନ୍ଧକ ଲଗାଇଥିବା ବେଳେ । ଏବେ ଆମେରିକାରେ ବି ଏହି ଆପ୍‌ ବ୍ୟାନ୍‌ ହେବାକୁ ଯାଉଛି। ଚୀନର ଏହି ସୋସିଆଲ୍‌ ମିଡିଆ ଆପ୍‌କୁ ବ୍ୟାନ୍‌ କରିବାରେ ଆମେରିକା ହେଉଛି ଦ୍ବିତୀୟ ବଡ଼ ଦେଶ ।

ଆମେରିକାରେ ଚାଇନିଜ୍ ଆପ୍ ଟିକ୍-ଟକ୍ ଉପରେ ପ୍ରତିବନ୍ଧକ ଲଗାଇବାକୁ ପୂର୍ବରୁ ବିଭିନ୍ନ ମହଲରୁ ଦାବି ଉଠୁଥିବାର ଦେଖା ଦେଇଥିଲା । ଏହି ପରିପ୍ରେକ୍ଷୀରେ ଗୃହରେ ଏକ ବିଲ୍ ମଧ୍ୟ ଉପସ୍ଥାପିତ ହୋଇଥିଲା ଯେଉଁଥିରେ କମ୍ପାନୀର ଚାଇନାର କମ୍ୟୁନିଷ୍ଟ ପାର୍ଟି ସହ ଲିଙ୍କ ଥିବା ଅଭିଯୋଗ ହୋଇଛି ।              

ଚୀନ ସହି ବିଭିନ୍ନ ପ୍ରସଂଗରେ ମତଭେଦ ହେବା ପରେ ୨୦୨୦ ମସିହାରେ ଭାରତରେ ଚୀନର ଏହି ଆପ୍‌ ଉପରେ ପ୍ରତିବନ୍ଧକ ଲଗାଯାଇଥିଲା। ବର୍ତ୍ତମାନ ଆମେରିକାରେ ମଧ୍ୟ ଏହି ଆପ୍ ଉପରେ ପ୍ରତିବନ୍ଧକ ଲଗାଇବାକୁ ଯାଉଛି । ମଙ୍ଗଳବାର ଆମେରିକା ସଂସଦରେ ସାଂସଦମାନଙ୍କ ଦ୍ୱାରା ଉପସ୍ଥାପିତ ଏକ ବିଲ୍ ଚୀନ କମ୍ପାନୀର ଆପ୍ ଟିକଟକ ଉପରେ ପ୍ରତିବନ୍ଧକ ଲଗାଇବା ପ୍ରସ୍ତାବ ଶୁଣିବାକୁ ମିଳିଛି।
ଉପସ୍ଥାପିତ ବିଲରେ ଟିକ୍-ଟକ୍ ବାବଦରେ ବିଶେଷ ଭାବରେ ଉଲ୍ଲେଖ କରାଯାଇଛି। ଆମେରିକାର ଶତ୍ରୁ ଦେଶ ଦ୍ୱାରା ନିୟନ୍ତ୍ରିତ ପ୍ଲାଟଫର୍ମକୁ ନିଷେଧ କରିବା ପାଇଁ ଏହି ବିଲ୍ ଏକ ବ୍ୟାପକ ଢାଞ୍ଚା ପ୍ରସ୍ତୁତ କରିଥାଏ । ୱାଶିଂଟନ୍ ଦ୍ଵାରା ଶତ୍ରୁ ଦେଶ ଭାବରେ ନାମିତ ଦେଶଗୁଡିକ ମଧ୍ୟରେ ଚୀନ୍, ରୁଷ, ଇରାନ, ଉତ୍ତର କୋରିଆ ଏବଂ ଭେନେଜୁଏଲା ଅନ୍ତର୍ଭୁକ୍ତ ।

Leave a Reply

Your email address will not be published. Required fields are marked *