ଲୋଗୋ ଏବଂ ନାମ ପରିବର୍ତ୍ତନ କରିଥିବା ଆରସିବି କ’ଣ ଏଥର ଭାଗ୍ୟ ପରିବର୍ତ୍ତନ କରିପାରିବ ?

ପୁର୍ବରୁ ଦିଲ୍ଲୀ, ପଞ୍ଜାବ ନାମ ପରିବର୍ତ୍ତନ କରିଥିବା ବେଳେ ଆଇପିଏଲର ୧୭ତମ ସଂସ୍କରଣରେ ଆରସିବି ବା ରୟାଲ ଚାଲେଞ୍ଜର ବାଙ୍ଗାଲୋର ନିଜର ନାମ ପରିବର୍ତ୍ତନ କରିଛି। ବେଙ୍ଗାଲୁରୁର ଇଣ୍ଡିଆନ୍ ପ୍ରିମିୟର ଲିଗ୍ (ଆଇପିଏଲ୍) ଦଳ ଆରସିବି ସହରର ବର୍ତ୍ତମାନର ନାମକୁ ଦୃଷ୍ଟିରେ ରଖି ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋରରୁ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁରେ ନାମିତ କରିଛି।

ଆଇପିଏଲ ଆରମ୍ଭ ପୂର୍ବରୁ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ନିଜ ଫ୍ରାଞ୍ଚାଇଜର ନାଁ ପରିବର୍ତ୍ତନ କରିଛି । ଅଧିନାୟକ ଫାପ୍ ଡୁ ପ୍ଲେସିସ, ବିରାଟ କୋହଲି ଓ ସ୍ମୃତି ମନ୍ଧନା ଆରସିବିର ନୂଆ ନାଁ, ଲୋଗୋ ଓ ଜର୍ସିର ଉନ୍ମୋଚନ କରିଛନ୍ତି । ଏବେ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ବଦଳରେ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ରହିବ ।

ସେହିପରି ଆଇପିଏଲରେ  ଏହା ପୂର୍ବରୁ ଦିଲ୍ଲୀ କ୍ୟାପିଟାଲ୍ସ ଓ ପଞ୍ଜାବ କିଙ୍ଗସ ମଧ୍ୟ ନିଜ ଦଳର ନାଁ ବଦଳାଇଛନ୍ତି । ଦିଲ୍ଲୀ କ୍ୟାପିଟାଲ୍ସର ପୁରୁଣା ନାଁ ଦିଲ୍ଲୀ ଡେୟାର ଡେଭିଲ୍ସ ଥିବା ବେଳେ ପଞ୍ଜାବ କିଙ୍ଗସର ନାଁ ପୂର୍ବରୁ କିଙ୍ଗସ ଏକାଦଶ ପଞ୍ଜାବ ଥିଲା । ତେବେ ଏହି ଦୁଇ ଦଳ ନାମ ପରିବର୍ତ୍ତନ କରିଛନ୍ତି ସତ କିନ୍ତୁ ଏପର୍ଯ୍ୟନ୍ତ ଆଇପିଏଲ ଟ୍ରଫି ଜିତିବାରେ ସଫଳ ହୋଇନାହାନ୍ତି। ଏବେ ଦେଖିବାର ରହିଲା ଆରସିବିର ନାଁ ପରିବର୍ତ୍ତନ ତାକୁ ଟ୍ରଫି ଜିତିବାରେ ସହାୟକ ହେଉଛି କି ନାହିଁ।

Leave a Reply

Your email address will not be published. Required fields are marked *