୧୫ ତାରିଖ ଭିତରେ ଘୋଷଣ ହୋଇପାରେ କଂଗ୍ରେସର ଦ୍ୱିତୀୟ ପର୍ଯ୍ୟାୟ ଟିକେଟ…

ସାଧାରଣ ନିର୍ବାଚନ ଯେଉଁ ଯେଉଁ ପାଖେଇ ଆସୁଛି ପ୍ରମୁଖ ଦଳ ମାନେ ସେମାନଙ୍କର ପ୍ରାର୍ଥୀ ଘୋଷଣା କରିବାରେ ଲାଗିଛନ୍ତି । ସେହିପରି ଏହି ଦିଗରେ ବିଜେପି ବିଜେଡି ଆଗୁଆ ଥିବା ବେଳେ କଂଗ୍ରେସ ରହିଯାଇଛି ଟିକେ ପଛରେ । ପ୍ରଦେଶ କଂଗ୍ରେସ ସଭାପତି ଶରତ ପଟ୍ଟନାୟକ ଦିଲ୍ଲୀ ଗସ୍ତରେ ଯାଇଛନ୍ତି। ଆସନ୍ତା ୧୫ ତାରିଖ ସୁଦ୍ଧା କଂଗ୍ରେସର ଦ୍ୱିତୀୟ ପର୍ଯ୍ୟୟ ଟିକେଟ ଆସିବାର ସମ୍ଭାବନା ରହିଛି। ଶନିବାର ସ୍କ୍ରିନି ବୈଠକ ଓ ରବିବାର ସିଇସି ବୈଠକ ବସିବ। ବୈଠକ ଚୂଡାନ୍ତ ପରେ ଓଡ଼ିଶାର ଆଉ ଏକ ପ୍ରାର୍ଥୀ ତାଲିକା ଆସିବ ବୋଲି କୁହାଯାଉଛି। ତେବେ ରାଜ୍ୟରେ ମେ ୧୩ , ୨୦ ଓ ୨୫ ଏବଂ ଜୁନ ୧ ରେ ୪ଟି ପର୍ଯ୍ୟାୟରେ ମତଦାନ କରାଯିବ । ଏବଂ ଜୁନ୍ ୪ରେ ଫଳାଫଳ ଘୋଷଣା କରାଯିବ ନେଇ ନିଷ୍ପତି ନେଇଛି ନିର୍ବାଚନ ଆୟୋଗ ।