ମୋଦିଙ୍କ ଟାର୍ଗେଟରେ ନବୀନ ; କହିଲେ ଯାହାଙ୍କୁ ଜିଲ୍ଲା ନାଁ ଜଣାନାହିଁ ସେ ଲୋକଙ୍କ ଦୁଃଖ ବୁଝିବ କେମିତି …

ଫୁଲବାଣୀ:  ଆଜି ଫୁଲବାଣୀରେ ଆୟୋଜିତ ବିଜୟ ସଂକଳ୍ପ ସମାବେଶରେ ଯୋଗ ଦେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି  ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ସିଧାସଳଖ ଟାର୍ଗେଟ୍ କରିଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କହିଛନ୍ତି, ନବୀନ ବାବୁଙ୍କୁ ମୁଁ ଆଜି ଏକ ଚାଲେଂଜ ଦେଉଛି। ନବୀନ ବାବୁଙ୍କୁ କାଗଜ ଖଣ୍ଡେ ଦିଆଯାଉ । ଏହି କାଗଜରେ ଓଡ଼ିଶାର ସବୁ  ଜିଲ୍ଲା ଓ ଜିଲ୍ଲା ମୁଖ୍ୟାଳୟର ନାଁ ଲେଖିବାକୁ କୁହାଯାଉ। ସେ ଲେଖିପାରିବେନି। ଯିଏ ନିଜ ଜିଲ୍ଲାର ନାଆଁ ଜାଣିନାହାନ୍ତି। ସେଭଳି ମୁଖ୍ୟମନ୍ତ୍ରୀ କିପରି ଆପଣଙ୍କର ଦୁଃଖ ବୁଝିପାରିବେ? ଏଣୁ ୫ ବର୍ଷ ସମୟ ଦିଅନ୍ତୁ, ଓଡ଼ିଶାକୁ ନମ୍ବର ୱାନ୍ କରିବୁ ବୋଲି ସେ କହିଛନ୍ତି ।

ପ୍ରଧାନମନ୍ତ୍ରୀ  ମୋଦି ଆହୁରି କହିଛନ୍ତି, ଶ୍ରୀମନ୍ଦିର ରତ୍ନଭଣ୍ଡାର ମୂଲ୍ୟାଙ୍କନ ୪୫ ବର୍ଷ ତଳେ ହୋଇଥିଲା। ଜଗନ୍ନାଥ ମନ୍ଦିର ରତ୍ନଭଣ୍ଡାର ଚାବି ଗଲା ୬ ବର୍ଷ ହେଲାଣି ମିଳୁନି। ଏଭଳି ଅମୂଲ୍ୟ ଭଣ୍ଡାରର ଚାବି ବି ସମ୍ଭାଳି ପାରୁନାହାନ୍ତି ରାଜ୍ୟ ସରକାର। ଚାବି ହଜିବା ଠାରୁ ଡୁପ୍ଲିକେଟ ଚାବି ଅଧିକ ଗମ୍ଭୀର ବିଷୟ। ଏଥିପାଇଁ କମିଶନ ବସିଲା, କମିଶନ ରିପୋର୍ଟ ସାର୍ବଜନୀନ ହେଲାନି। ନବୀନ ବାବୁଙ୍କ ସରକାର ଏ ବିଷୟକୁ ନେଇ କାହିଁକି ଭୀତତ୍ରସ୍ତ। ରାଜ୍ୟ ସରକାର କାହା ପାପକୁ ଘୋଡ଼ାଇବାକୁ ଚେଷ୍ଟା କରୁଛିନ୍ତି ବୋଲି ସେ ସିଧାସଳଖ ନିଜ ଅଭିଭାଷଣରେ କହିଛନ୍ତି ।

Leave a Reply

Your email address will not be published. Required fields are marked *