ଅବସର ଘୋଷଣା କଲେ ଫୁଟବଲ୍ ତାରକା ସୁନୀଲ ଛେତ୍ରୀ   

ଭାରତୀୟ ଫୁଟବଲ ଦଳର ଷ୍ଟାର  ତଥା ଅଧିନାୟକ ସୁନୀଲ ଛେତ୍ରୀ ଅନ୍ତର୍ଜାତୀୟ ଫୁଟବଲରୁ ଅବସର ଘୋଷଣା କରିଛନ୍ତି । ଫିଫା ବିଶ୍ୱକପ୍‌‌‌‌ ଯୋଗ୍ୟତା ପର୍ଯ୍ୟାୟରେ କୁଏତ୍‌‌ ବିପକ୍ଷ ମ୍ୟାଚ୍‌ ପରେ ଅନ୍ତର୍ଜାତୀୟ ଅନ୍ତର୍ଜାତୀୟ ଫୁଟବଲରୁ ସବୁଦିନ ପାଇଁ ବିଦାୟ ନେବେ ଛେତ୍ରୀ । ଅବସର ନେଇ ମେ’ ୧୬ରେ ଘୋଷଣା କରିଛନ୍ତି ଛେତ୍ରୀ । ସୂଚନା ଅନୁସାରେ ଫିଫା ବିଶ୍ୱକପ୍‌‌ ୨୦୨୬ ଯୋଗ୍ୟତା ପର୍ଯ୍ୟାୟ ମ୍ୟାଚ୍‌‌ ଜୁନ୍‌‌‌ ୬ରେ ଖେଳାଯିବ ଏହି ମ୍ୟାଚରେ ଖେଳିବେ ଛେତ୍ରୀ ।
୩୯ ବର୍ଷୀୟ ଛେତ୍ରୀ ୨୦୦୫ରେ ଭାରତ ପାଇଁ ଡେବ୍ୟୁ କରିଥିଲେ । ଗତ ମାର୍ଚ୍ଚ ମାସରେ ଗୁଆହାଟୀରେ ଆଫଗାନିସ୍ତାନ ବିପକ୍ଷରେ ଛେତ୍ରୀ ତାଙ୍କ ୧୫୦ ତମ ଖେଳିଥିଲେ । ସେହି ମ୍ୟାଚରେ ଛେତ୍ରୀ ଗୋଟିଏ ଗୋଲ୍‌ ସ୍କୋର କରିଥିଲେ । ତେବେ ଏହି ମ୍ୟାଚ୍‌ରେ ଭାରତ ୧-୨ରେ ପରାଜୟ ବରଣ କରିଥିଲା ।
ସୋସିଆଲ ମିଡିଆ ପ୍ଲାଟଫର୍ମ ‘X’ ରେ ଏକ ଭିଡିଓ ପୋଷ୍ଟ କରି ଅବସର ଘୋଷଣା କରିଛନ୍ତି ସୁନୀଲ ଛେତ୍ରୀ । ଷ୍ଟ୍ରାଇକର ସୁନୀଲ ଛେତ୍ରୀ ଭାରତକୁ ଅନେକ ଗୁରୁତ୍ୱପୂର୍ଣ୍ଣ ମ୍ୟାଚରେ ବିଜୟୀ କରାଇଛନ୍ତି। ଛେତ୍ରୀ ଭାରତ ପାଇଁ ଏପର୍ଯ୍ୟନ୍ତ ୧୫୦ଟି ମ୍ୟାଚ୍ ଖେଳିଛନ୍ତି। ୨୦ ବର୍ଷ କ୍ୟାରିଅରରେ ଭାରତ ପାଇଁ ୯୪ଟି ଗୋଲ ସ୍କୋର କରିଛନ୍ତି ଛେତ୍ରୀ ।

Leave a Reply

Your email address will not be published. Required fields are marked *