IPL 2024 : ଆଜି ଅହମ୍ମଦାବାଦରେ କଲିକତା ଓ ହାଇଦ୍ରାବାଦ ମଧ୍ୟରେ ଲଢେଇ, ବିଜୟୀ ଦଳ ଖେଳିବ ଫାଇନାଲ …

ଗୁଜୁରାଟ: କୋଲକାତା ନାଇଟ୍‌‌ ରାଇଡର୍ସ ଓ ସନରାଇଜର୍ସ ହାଇଦ୍ରାବାଦ ଆଜି ଆଇପିଏଲର ପ୍ରଥମ କ୍ୱାଲିଫାୟର ମ୍ୟାଚ ଗୁଜୁରାଟର ଅହମ୍ମଦାବାଦ ଷ୍ଟାଡିୟମରେ ଖେଳାଯିବ  । ଏହି ମ୍ୟାଚରେ ଯେଉଁ ଟିମ୍‌‌ ଜିତିବ ସେ ସିଧାସଳଖ ଫାଇନାଲରେ ପ୍ରବେଶ କରିବ। ଆଇପିଏଲ ଚଳିତ ସଂସ୍କରଣରେ ଦୁଇଟି ଯାକ ଟିମ୍‌‌ ର ବ୍ୟାଟିଂ ଓ ବୋଲିଂ ପ୍ରଦର୍ଶନ ଭଲ ରହିଛି। ହେଲେ ଆଜି ଅହମ୍ମଦାବାଦ ଷ୍ଟାଡିୟମରେ ଯିଏ ବାଜି ମାରିବ ସେ ସିଧା ସଳଖ ଫାଇନାଲ ଖେଳିବ । ସେହିପରି ଯେଉଁ ଦଳ ହାରିବ ସେ ମଧ୍ୟ ଫାଇନାଲ ଖେଳିବା ପାଈଁ ଆଉ ଏକ ସୁଯୋଗ ପାଇବ।
ହାଇଦ୍ରାବାଦର ଦୁଇ ଓପନର ଟ୍ରେଭିସ୍‌‌ ହେଡ୍‌‌, ଅଭିଶେଷ ଶର୍ମା ଜବରଦସ୍ତ ଫର୍ମରେ ଥିବା ବେଳେ କୋଲକାତାର ଓପନର ସୁନିଲ ନାରିନଙ୍କ ମଧ୍ୟ ପ୍ରଦର୍ଶନ ଚମତ୍କାର ରହିଛି। ଆଇପିଏଲ ପ୍ଲେ ଅଫ୍‌‌ ନିୟମ ଅନୁଯାୟୀ ଫାଇନାଲ ମୁକାବିଲା ପାଇଁ ୪ଟି ଟିମ୍‌‌ ମଧ୍ୟରେ କ୍ୱାଲିଫାୟର ଏବଂ ଗୋଟିଏ ଏଲିମିନେଟର ମ୍ୟାଚ ଖେଳାଯିବ। ପଏଣ୍ଟ ଟେବୁଲର ଶିର୍ଷରେ ରହିଥିବା ଦୁଇ ଟିମ୍‌‌ କୋଲକାତା-ହାଇଦ୍ରାବାଦ ପ୍ରଥମ କ୍ୱାଲିଫାୟର ଖେଳିବେ। ଏବଂ ତୃତୀୟ ଓ ଚତୁର୍ଥ ସ୍ଥାନରେ ଥିବା ରାଜସ୍ଥାନ ଓ ବେଙ୍ଗଲୁରୁ ଦ୍ୱିତୀୟ କ୍ବଲିଫାୟର ଖେଳିବେ।

Leave a Reply

Your email address will not be published. Required fields are marked *