ଇଣ୍ତିଆ ମେଣ୍ଟ ଓ ଏନଡିଏ ମଧ୍ୟରେ ଚାଲିଛି ମାଇଣ୍ଡ ଗେମ୍ …

ନୂଆଦିଲ୍ଲୀ: ଲୋକସଭା ନିର୍ବାଚନ ପାଇଁ ୫ଟି ପର୍ଯ୍ୟାୟରେ ମତଦାନ ଶେଷ ହୋଇଛି। ଆଉ ୨ଟି ପର୍ଯ୍ୟାୟ ବାକି ଅଛି ଏବଂ ଜୁନ୍‌ ୧ରେ ଭୋଟ୍‌ ଗ୍ରହଣ ପ୍ରକ୍ରିୟା ଶେଷ ହୋଇଯିବ। ଏବେ ଷଷ୍ଠ ପର୍ଯ୍ୟାୟ ପୂର୍ବରୁ ଏନ୍‌ଡିଏ ଓ ଇଣ୍ଡିଆ ମେଣ୍ଟ ମଧ୍ୟରେ ମାନସିକ ଲଢ଼େଇ ଆରମ୍ଭ ହୋଇଯାଇଛି। କର୍ମୀମାନଙ୍କ ମନୋବଳ ବଢ଼ାଇବାକୁ ଉଭୟ ମେଣ୍ଟ ୩୦୦ରୁ ଅଧିକ ଆସନ ଜିତି ସାରିଥିବା ନେଇ ଦୃଢ଼ୋକ୍ତି ପ୍ରକାଶ କରିଛନ୍ତି । କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ମଙ୍ଗଳବାର ଦାବି କରିଛନ୍ତି ଯେ ଏନଡିଏ ୩୧୦ ଆସନ‌ରେ ଜିତି ସାରିଛି। ଅନ୍ୟପ‌କ୍ଷେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ କହିଛନ୍ତି, ଇଣ୍ଡିଆ ମେଣ୍ଟ ୩୦୦ରୁ ଅଧିକ ଆସନରେ ଜିତି ସରକାର ଗଠନ କରିବ। ଶାହ ଦୁଇ ଦିନ ଧରି ବିଭିନ୍ନ ରାଲିରେ ଏଭଳି ଦାବି କରିଥିବା ବେଳେ କେଜ୍ରିୱାଲ ଏକ ଡିଜିଟାଲ୍‌ ଉଦବୋଧନ ଦେଇ ଇଣ୍ଡି ମେଣ୍ଟର ବିଶାଳ ବିଜୟ ଆକଳନ କରିଛନ୍ତି।

ଶାହ ଦାବି କରିଛନ୍ତି ଯେ ପଞ୍ଚମ ପର୍ଯ୍ୟାୟ ଭୋଟ୍‌ ଶେଷ ହେବାପରେ ବିଜେପି  ୩୧୦ ଆସନରେ ଜିତିଛି । ଆମେ ଷଷ୍ଠ ଏବଂ ସପ୍ତମ ପର୍ଯ୍ୟାୟ ନିର୍ବାଚନରେ ୪୦୦ରୁ ଅଧିକ ଆସନରେ ଜିତିବୁ ବୋଲି ଅମିତ ଶାହା ଦୃଢକ୍ତି ପ୍ରକାଶ କରିଛନ୍ତି । ତେବେ ଶାହ ବିଜେପି କେତେ ଆସନ ପାଇବ ସେ ନେଇ କିଛି କହିନାହାନ୍ତି। ଅନ୍ୟପକ୍ଷେ କେଜ୍ରିୱାଲ କହିଛନ୍ତି, ଇଣ୍ଡିଆ ମେଣ୍ଟ ୩୦୦ରୁ ଅଧିକ ଆସନରେ ଜିତିବ ଏବଂ ଜୁନ୍‌ ୪ ତାରିଖରେ ସରକାର ଗଠନ କରିବ। କିଛିଦିନ ତଳେ କଂଗ୍ରେସ ସଭାପତି ମଲ୍ଲିକାର୍ଜୁନ ଖଡ଼ଗେ କହିଥିଲେ ଯେ ବିଜେପିର ଆସନ ସଂଖ୍ୟା ୨୦୦କୁ ଖସିଯିବ । ତେବେ ନିର୍ବାଚନ ଫଳାଫଳ ନଆସୁଣୁ ଦୁଇ ଦଳ ମଧ୍ୟରେ ଚାଲିଛି ମାଇଣ୍ଡ ଗେମ । ଏବେ ଫଳାଫଳକୁ ଅପେକ୍ଷା କିଏ ଜିତିବ ଆଉ କିଏ ହାରିବ ତାହା ଦେଖିବାର ରହିଲା ।

Leave a Reply

Your email address will not be published. Required fields are marked *