କ୍ଷତିରେ ଚାଲିଛି ପେଟିଏମ , ଚଳିତ ଆର୍ଥିକ ବର୍ଷର ଶେଷ ତିନି ମାସରେ ୫୫୦ କୋଟି କ୍ଷତି ସହିଛି କମ୍ପାନୀ …

ପେଟିଏମ୍ ଏବେ କ୍ଷତିରେ ଚାଲୁଛି। ଚଳିତ ଆର୍ଥିକ ବର୍ଷର ଶେଷ ତିନି ମାସରେ କମ୍ପାନି ୫୫୦ କୋଟି ଟଙ୍କାର କ୍ଷତି କରିଛି । କମ୍ପାନିର ରାଜସ୍ବ ୨,୨୬୭.୧୦ କୋଟି ଟଙ୍କାକୁ ହ୍ରାସ ପାଇଛି। ୨୦୨୩-୨୪ ଆର୍ଥିକ ବର୍ଷ ସାରାରେ କମ୍ପାନିର ରାଜସ୍ବ ୯୯୭୮ କୋଟି ଟଙ୍କା ହୋଇଥିବା ବେଳେ କ୍ଷତି ୧୪୪୨ କୋଟି ଟଙ୍କା ରହିଛି। କାରବାର ପ୍ରଭାବିତ ହୋଇଥିବାରୁ ପେଟିଏମ୍‌ରେ ଚାକିରି କରିଥିବା କର୍ମଚାରୀଙ୍କ ଛଟେଇ ଆଶଙ୍କା ସୃଷ୍ଟି ହୋଇଛି। ପେଟିଏମ୍‌ର ମୁଖ୍ୟ ବିଜୟ ଶେଖର ଶର୍ମା କହିଛନ୍ତି ଯେ ୱାଲେଟ୍‌ କାରବାର ସହିତ ଅନ୍ୟ କିଛି ପେମେଣ୍ଟ ଓ ଋଣ ଉତ୍ପାଦ ବନ୍ଦ ରହିଥିବା କାରଣରୁ ତାହା କମ୍ପାନିର ରାଜସ୍ବ ଓ ଲାଭକୁ ପ୍ରଭାବିତ କରିବ।

ସୂଚନାଯୋଗ୍ୟ , ଚଳିତ ବର୍ଷ ଜାନୁଆରି ୩୧ରେ ରିଜର୍ଭ ବ୍ୟାଙ୍କ ପେଟିଏମକୁ ଶକ୍ତ ଧକ୍କା ଦେଇଥିଲେ। ନିୟମ ପାଳନରେ ବାରମ୍ବାର ଅ‌ବହେଳା ଯୋଗୁଁ ବ୍ୟାଙ୍କିଙ୍ଗ କାରବାର ଉପରେ କଟକଣା ଲଗାଯାଇଥିଲା। ଏହାପରେ ପେଟିଏମ୍‌ର ସବୁଠୁ ଲୋକପ୍ରିୟ ସେବା ୱାଲେଟ୍ କାରବାର ପ୍ରଭାବିତ ହୋଇଥିଲା।

Leave a Reply

Your email address will not be published. Required fields are marked *