ଆଜି ଚେନ୍ନାଇରେ ମୁହାଁମୁହିଁ ହେବେ ରାଜସ୍ଥାନ ଓ ହାଇଦ୍ରାବାଦ୍ , ବିଜୟୀ ଦଳ କଲିକତା ବିପକ୍ଷରେ ଖେଳିବ ଫାଇନାଲ…

ଚେନ୍ନଇ:କ୍ବାଲିଫାୟାର ୨ରେ ଆଜି ହାଇଦ୍ରାବଦ ଓ ରାଜସ୍ଥାନ ମଧ୍ୟରେ ହେବ ଟକ୍କର ।  ଚଳିତ ଆଇପଏଲ ସଂସ୍କରଣରେ ଫାଇନାଲ ଖେଳିବା ପାଇଁ ସନରାଇଜର୍ସ ହାଇଦ୍ରାବାଦ ଓ ରାଜସ୍ଥାନ ରୟାଲସ୍‌‌ ମଧ୍ୟରେ ଆଜି କଡା ମୁକାବିଲା ହେବାକୁ ଯାଉଛି। କ୍ୱାଲିଫାୟର-୧ ଜିତି କଲକାତା ନାଇଟ୍‌‌ ରାଇଡର୍ସ ପ୍ରଥମରୁ ଫାଇନାଲରେ ସ୍ଥାନ ପକ୍କା କରି ସାରିଥିବା ବେଳେ ଆଜି ଯେଉଁ ଟିମ୍‌‌ ବିଜେତା ହେବ ସେ ଫାଇନାଲରେ ମୁକାବିଲା କରିବ। ରାଜସ୍ଥାନ ପ୍ରଥମ ୯ଟି ମ୍ୟାଚରୁ ୮ଟି ଜିତିଥିଲା। ହେଲେ ଶେଷ ୫ଟି ମ୍ୟାଚରୁ ରାଜସ୍ଥାନ ଗୋଟିଏ ମଧ୍ୟ ଜିତିନଥିଲା। ତେବେ ଫର୍ମରେ ଥିବା ଆରସିବିକୁ ହରାଇ ରାଜସ୍ଥାନ କ୍ୱାଲିଫାୟର ୨ରେ ପହଞ୍ଚିଛି।
ସେପଟେ ବ୍ୟାଟିଂ ବଳରେ ଆଗକୁ ବଢିଥିବା ସନରାଇଜର୍ସ ହାଇଦ୍ରାବାଦ କେକେଆର ବିପକ୍ଷ ମ୍ୟାଚରେ କରାପ ପ୍ରଦର୍ଶନ କରିଥିଲା । ଉଭୟ ହାଇଦ୍ରାବାଦ ଓ ରାଜସ୍ଥାନ ଥରେ ଲେଖାଏଁ ଆଇପିଏଲ୍‌‌ ଟ୍ରଫି ଜିତି ସାରିଥିବା ବେଳେ ୨ୟ ଥର ଟାଇଟଲ ହାତେଇବାକୁ ଜୋରଦାର ପ୍ରୟାସ କରିବେ।

Leave a Reply

Your email address will not be published. Required fields are marked *