ଆଇଏସ୍‌‌ର ଧମକ,ଭାରତ – ପାକିସ୍ତାନ ମ୍ୟାଚ୍ ପାଇଁ ବଢିଲା ସୁରକ୍ଷା ବ୍ୟବସ୍ଥା

ନ୍ୟୁୟର୍କ: ୨ ଜୁନରେ ଆରମ୍ଭ ହେବାକୁ ଯାଉଛି ଟି-୨୦ ବିଶ୍ୱକପ । ତେବେ ଜୁନ୍ ୯ ରେ  ବହୁ ପ୍ରତୀକ୍ଷିତ ଭାରତ-ପାକିସ୍ତାନ ମଧ୍ୟରେ ହେବାକୁ ଥିବା ମ୍ୟାଚ ଉପରେ ଆତଙ୍କବାଦୀ ନଜର ରହିଛି। ନ୍ୟୁୟର୍କରେ ହେବାକୁ ଥିବା ଭାରତ-ପାକିସ୍ତାନ ମ୍ୟାଚକୁ ନେଇ ଧମକ ଦେଇଛି ଆତଙ୍କୀ ସଂଗଠନ ଇସଲାମିକ୍‌‌ ଷ୍ଟେଟ୍‌‌। ଏହାପରେ ସୁରକ୍ଷା ବ୍ୟବସ୍ଥାକୁ ବୃଦ୍ଧି କରାଯାଇଛି। ସୁରକ୍ଷା ବଢାଇବାକୁ ନ୍ୟୁୟର୍କର ରାଜ୍ୟପାଳ କ୍ୟାଥି ହୋଚୁଲ୍‌‌ ପୁଲିସକୁ ନିର୍ଦ୍ଦେଶ ଦେଇଛନ୍ତି। ଆଇସିସି ମଧ୍ୟ କହିଛି ସୁରକ୍ଷା ହେଉଛି ଆମର ପ୍ରଥମ ପ୍ରାଥମିକତା ଏବଂ ଏଥିରେ କୌଣସି ପ୍ରକାର ଅବହେଳା କରାଯାଇପାରିବ ନାହିଁ। ଟି-୨୦ ବିଶ୍ୱକପରେ ଭାରତ-ପାକିସ୍ତାନ ମଧ୍ୟରେ ଜୁନ୍‌‌ ୯ରେ ମ୍ୟାଚ ଖେଳାଯିବ। ଏହି ମ୍ୟାଚକୁ ନେଇ ଆଇଏସ୍‌‌ ଧମକ ଦେଇଛି। ଧମକ ପରେ ସୁରକ୍ଷା ବ୍ୟବସ୍ଥା ପୁନଃ ଯାଞ୍ଚ କରାଯାଉଛି। ନ୍ୟୁୟର୍କର ରାଜ୍ୟପାଳ କ୍ୟାଥି ହୋଚୁଲ୍‌‌ କହିଛନ୍ତି ଯେ ବର୍ତ୍ତମାନ ସମୟରେ ଜନସାଧାରଣଙ୍କ ସୁରକ୍ଷା ପ୍ରତି ବିପଦ ନାହିଁ। କିନ୍ତୁ ପରିସ୍ଥିତି ଉପରେ ତୀକ୍ଷ୍ଣ ନଜର ରଖାଯାଇଛି।

Leave a Reply

Your email address will not be published. Required fields are marked *