ତୃତୀୟ ଥର ପାଇଁ ପ୍ରଧାନମନ୍ତ୍ରୀ ଭାବେ ଶପଥ ନେବେ ମୋଦି, ଜି -୨୦ ପରି ଏହି ସମାବେଶରେ ରହିବ ସୁରକ୍ଷା ବ୍ୟବସ୍ଥା…

ବିଜେପିର ବରିଷ୍ଠ ନେତା ତଥା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ରବିବାର (ଜୁନ ୯) ସନ୍ଧ୍ୟାରେ ତୃତୀୟ ଥର ପାଇଁ ପ୍ରଧାନମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିବେ। ରାଷ୍ଟ୍ରପତି ଭବନରେ ଏହି ଶପଥ ଗ୍ରହଣ ସମାରୋହ ଅନୁଷ୍ଠିତ ହେବ। ଏହି ସମାରୋହ ପାଇଁ ଦିଲ୍ଲୀ ରବିବାର ଦିନ (ଆସନ୍ତାକାଲି) ହାଇ ଆଲର୍ଟରେ ରହିବ। ପାରାମିଲିଟାରୀ କର୍ମଚାରୀ, ଏନଏସଜି କମାଣ୍ଡୋ, ଡ୍ରୋନ୍ ଏବଂ ସ୍ନାଇପରଙ୍କର ପରି ବହୁ ଉଚ୍ଚ ସ୍ତରୀୟ ସୁରକ୍ଷା ଏହି କାର୍ଯ୍ୟକ୍ରମ ପାଇଁ ରାଷ୍ଟ୍ରପତି ଭବନରେ ନି‌ୟୋଜିତ ହେବ ବୋଲି ଦିଲ୍ଲୀ ପୁଲିସର ଅଧିକାରୀ ସୂଚନା ଦେଇଛନ୍ତି।

ଏହି ସମାରୋହକୁ ନିମନ୍ତ୍ରିତ ହୋଇଥିବା ସାର୍କ ରାଷ୍ଟ୍ରର ମାନ୍ୟଗଣ୍ୟ ବ୍ୟକ୍ତିଙ୍କ ଉପସ୍ଥିତି ଏଠାରେ ଦେଖିବାକୁ ମିଳିବ। ସୁରକ୍ଷା ବ୍ୟବସ୍ଥା ଗତ ବର୍ଷ ଜି -୨୦ ଶିଖର ସମ୍ମିଳନୀ‌ ବେଳେ ହୋଇଥିବା ସୁରକ୍ଷା ସହ ସମାନ ହେବ। ଶୁକ୍ରବାର ଦିନ ଦିଲ୍ଲୀ ପୁଲିସର ଏକ ସରକାରୀ ବିଜ୍ଞପ୍ତିରେ ଦିଲ୍ଲୀର କିଛି ଉଡ଼ନ୍ତା ଯାନ ଯେପରିକି ବିମାନ, ହେଲିକପ୍ଟର, ବେଲୁନ୍‌, ଓ ଡ୍ରୋନ୍‌ ଆଦି ଉପରେ ନିଷେଧାଦେଶ ଲଗାଯାଇଛି।

Leave a Reply

Your email address will not be published. Required fields are marked *