ଏବେ ଯାଏଁ ସ୍ଥିର ହୋଇପାରୁନି ରାଜ୍ୟରେ ସରକାର ଗଠନ …

ଭୁବନେଶ୍ୱର : ଓଡ଼ିଶାରେ ବିଜେପି ବହୁମତ ପାଇ ସାରିବା ପରେ ଓଡ଼ିଶାର ପରବର୍ତ୍ତୀ ମୁଖ୍ୟମନ୍ତ୍ରୀ କିଏ ହେବ ଏନେଇ ଦଳ ଭିତରେ ଚାଲିଛି ମାନସ- ମନ୍ଥନ। ତେବେ ଏହାରି ଭିତରେ ସ୍ଥିର ହୋଇପାରୁନାହିଁ ରାଜ୍ୟରେ ନୂଆ ସରକାର ଗଠନ ।  ଜୁନ ୧୦ ନୁହେଁ ବରଂ ୧୨ରେ ହେବ ଶପଥ ଗ୍ରହଣ ଉତ୍ସବ । ଏପଟେ ଶପଥ ଗ୍ରହଣ ଉତ୍ସବ ପାଇଁ ଜନତା ମୈଦାନରେ ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ ପହଞ୍ଚିଥିବା ବେଳେ ବିଳମ୍ବ ହେଉଛି ଶପଥ ଗ୍ରହଣ ଉତ୍ସବ । ଏନେଇ ରାଜ୍ୟ ବିଜେପି ପକ୍ଷରୁ ସୂଚନା ଦିଆଯାଇଛି ।

ମୁଖ୍ୟମନ୍ତ୍ରୀ ଚୟନରେ ବିଳମ୍ବ ହେଉଥିବାର କାରଣ ଏବେ ସୁଦ୍ଧା ଜଣାପଡିନାହିଁ । କିନ୍ତୁ ଅନ୍ୟ ପକ୍ଷେ ମୁଖ୍ୟମନ୍ତ୍ରୀ ଦୌଡ଼ରେ ଥିବା ଧର୍ମେନ୍ଦ୍ର ପ୍ରଧାନ କେନ୍ଦ୍ରରେ ମନ୍ତ୍ରୀ ହେବା ସ୍ପଷ୍ଟ ହେଉଥିବାରୁ ଅନ୍ୟ ବିକଳ୍ପ ଉପର ବିଚାର ବିମର୍ଶ ଚାଲିଥିବା ସୂଚନା ରହିଛି ।  ଶପଥ ଗ୍ରହଣ ଉତ୍ସବର ସଠିକ ପରିଚାଳନା ପାଇଁ ଓଡିଶାରେ ପହଞ୍ଚିଛନ୍ତି ବିଜେପିର କେନ୍ଦ୍ରୀୟ ନେତୃତ୍ୱ ।

Leave a Reply

Your email address will not be published. Required fields are marked *