ପାକିସ୍ତାନକୁ ହରାଇ ଏହି ସବୁ ରେକର୍ଡ଼ର ଅଧିକାରୀ ହେଲା ମେନ୍ ଇନ୍ ବ୍ଲୁ…

ନ୍ୟୁୟର୍କ ; ୨୦ ମାସର ବ୍ୟବଧାନରେ ପରେ ଭାରତ ଓ ପାକିସ୍ତାନ ଦୁଇ ଚିର ପ୍ରତିଦ୍ବନ୍ଦୀ ଟି-୨୦ ବିଶ୍ବକପ୍‌ରେ ମୁହାଁମୁହିଁ ହୋଇଥିଲା । ଗତକାଲିର ଏହି ମ୍ୟାଚରେ ଭାରତ ପାକିସ୍ତାନକୁ  ୬ ରନ୍‌ରେ ହରାଇା ଟି-୨୦ ବିଶ୍ବକପରେ  ଲଗାତାର ଦୁଇଟି ମ୍ୟାଚରେ ବିଜୟ ହାସଲ କରିଛି । ତେବେ ଗତକାଲିର ମ୍ୟାଚରେ ଭାରତୀୟ ଦଳ ପ୍ରଥମ ବ୍ୟାଟିଂ କରି ମାତ୍ର ୧୧୯ ରନରେ ତାର ସମସ୍ତ ୱିକେଟ ହରାଇଥିଲା । ଯାହା ଲାଗୁଥିଲା ଭାରତକୁ ପାକିସ୍ତାନଠାରୁ ଆଇସିସି ଟୁର୍ଣ୍ଣମେଣ୍ଟରେ ତାର ଦ୍ବିତୀୟ ପରାଜୟର ସାମ୍ନା କରିବାକୁ ପଡ଼ିବ । କିନ୍ତୁ ଭାରତୀୟ ବୋଲର ମାନେ ସେମିତି ହେବାକୁ ଦେଇନଥିଲେ ଭଲ ପ୍ରଦର୍ଶନ କରି ପାକିସ୍ତାନ ହାତରୁ ମ୍ୟାଚ ଛଡେଇ ଆଣିଥିଲେ । ୧୨୦ ରନର ଛୋଟ ଳକ୍ଷକୁ ଡିଫେଣ଼୍ଡ କରି ଭାରତୀୟ ଦଳ ଏକ ନୂତନ କିର୍ତ୍ତୀମାନ ସ୍ଥାପନ କରିଛନ୍ତି । ଟି – ୨୦ ବିଶ୍ବକପରେ ଭାରତ ଦ୍ୱିତୀୟ ଦଳ ଯିଏ ୧୨୦ ରନର ଏକ ଛୋଟ ରନକୁ ଡିଫେଣ୍ଡ କରିବାରେ ସଫଳ ହୋଇଛି । ପୂର୍ବରୁ ୨୦୧୪ ବିଶ୍ବକପରେ ଶ୍ରୀଲଙ୍କା – ନ୍ୟୁଜିଲ୍ୟାଣ୍ଡ ବିପକ୍ଷରେ ୧୨୦ ରନ ଡିଫେଣ୍ଡ କରିଥିଲା। ସେହିପରି ପାକିସ୍ତାନ ବିରୁଦ୍ଧରେ ଭାରତୀୟ ଦଳ ଟି-୨୦ ବିଶ୍ବକପରେ ୭ଥର ବିଜୟ ହାସଲ କରି ଆଉ ଏକ ରେକର୍ଡର ଅଧିକାରୀ ହୋଇଛି । ଭାରତ ଓ ପାକିସ୍ତାନ ୨୦୦୭ ପରଠୁ ଟି – ୨୦ ବିଶ୍ବପକରେ ୮ ଥର ମୁହାଁ – ମୁହିଁ ହୋଇଛନ୍ତି ଭାରତ ୭ଥର ଜିତିଥିବା ବେଳେ ମାତ୍ର ଥରେ ପାକିସ୍ତାନ ଜିତିବାରେ ସଫଳ ହୋଇଛି । ଯାହା ଟି-୨୦ ବିଶ୍ବକପରେ ଏକ ଦଳ ବିପକ୍ଷରେ ସର୍ବାଧିକ ବିଜୟର ରେକର୍ଡ ଭାରତ ପାଖରେ ରହିଛି ।
ତେବେ ଗ୍ରୁପ୍ ‘ଏ ‘ ରେ ଭାରତ ୪ ପଏଣ୍ଡ ସହ ପ୍ରଥମ ସ୍ଥାନରେ ରହିଥିବା ବେଳେ ଏପର୍ଯ୍ୟନ୍ତ ପାକିସ୍ତାନ ପଏଣ୍ଟର ଖାତା ଖୋଲି ନାହିଁ।

Leave a Reply

Your email address will not be published. Required fields are marked *