ଆସନ୍ତାକାଲିଠୁ ଖୋଲିବ ଶ୍ରୀମନ୍ଦିରର ୪ ଦ୍ଵାର…

ରାଜ୍ୟରେ ବିଜେପି ସରକାର ଆଜି ଶପଥ ନେବା ସହ ନିଜର ପ୍ରଥମ କ୍ୟାବିନେଟ୍ ଓ ମନ୍ତ୍ରିପରିଷଦ ବୈଠକରେ ୪ଟି ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେଇଛନ୍ତି । ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଚାରିଦ୍ୱାର ଖୋଲିବା ଓ ଶ୍ରୀମନ୍ଦିର ପରିଚାଳନା ପାଇଁ ୫୦୦କୋଟି ଟଙ୍କାର କର୍ପସ ପାଣ୍ଠି, ମହିଳାଙ୍କ ପାଇଁ ସୁଭଦ୍ରା ଯୋଜନା ଓ ଚାଷୀଙ୍କ ପାଇଁ ସମୃଦ୍ଧ କୃଷକ ନୀତି ଆସନ୍ତା ୧୦୦ଦିନ ମଧ୍ୟରେ କାର୍ଯ୍ୟକାରୀ କରିବାକୁ ରାଜ୍ୟର ବିଜେପି ସରକାର ନିଷ୍ପତ୍ତି ନେଇଛି ।ପୁରୀ ମହାପ୍ରଭୁ ଶ୍ରୀଜଗନ୍ନାଥ ମନ୍ଦିରର ୪ ଦ୍ୱାର ଖୋଲିବାକୁ ନିଷ୍ପତ୍ତି ନିଆଯାଇଛି । ଆସନ୍ତାକାଲି ପୁରୀରେ ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ମଙ୍ଗଳ ଆଳତି ସମୟରେ ରାଜ୍ୟ କ୍ୟାବିନେଟର ସଦସ୍ୟମାନଙ୍କ ଉପସ୍ଥିତିରେ ଏହି ଚାରି ଦ୍ୱାର ଖୋଲାଯିବ । ଭକ୍ତ ଓ ଭଗବାନଙ୍କ ମଧ୍ୟରେ କୌଣସି ପ୍ରତିବନ୍ଧକ ରହିବ ନାହିଁ ଓ ସମସ୍ତଙ୍କ ପାଇଁ ସୁବ୍ୟବସ୍ଥିତ ଦର୍ଶନ ପାଇଁ ଏଭଳି ନିଷ୍ପତ୍ତି ନିଆଯାଇଛି ।ଦ୍ୱିତୀୟ ପ୍ରସ୍ତାବରେ ଶ୍ରୀମନ୍ଦିରର ସୁପରିଚାଳନା,ସୌନ୍ଦର୍ଯ୍ୟକରଣ, ମରାମତି ଓ ଭକ୍ତଙ୍କ ପାଇଁ ରହିଥିବା ସମସ୍ୟାର ସମାଧାନ ପାଇଁ ଏକ କର୍ପସ ପାଣ୍ଠି ଗଠନ କରାଯିବ ।  ସେଥିରେ ୫୦୦କୋଟି ଟଙ୍କା ରହିବ ଓ ବଜେଟରେ ଏଥିପାଇଁ ବ୍ୟବସ୍ଥା ରହିବ । ଅଚାନକ କୌଣସି ସମସ୍ୟା ଆସିଲେ ଏହି ଅର୍ଥରୁ ତାହା ଖର୍ଚ୍ଚ କରାଯାଇପାରିବ ।

Leave a Reply

Your email address will not be published. Required fields are marked *