ଦ୍ଵନ୍ଦରେ ରାହୁଲ୍ ଗାନ୍ଧି, କେଉଁ ଆସନ ଛାଡ଼ିବେ ତାକୁ ନେଇ ବଢିଲା ଚର୍ଚ୍ଚା…

କଂଗ୍ରେସ ନେତା ରାହୁଲ ଗାନ୍ଧି ଏଥର ସଧାରଣ ନିର୍ବାଚନରେ ଉତ୍ତର ପ୍ରଦେଶର ରାଇବରେଲି ଓ କେରଳର ୱାଇନଡ ପରି ୨ଟି ସ୍ଥାନରୁ ସାଂସଦ ରୂପେ ବିଜୟ ଲାଭ କରିଛନ୍ତି। ତେବେ ଏହାରି ଭିତରେ ତାଙ୍କୁ ଗୋଟିଏ ସିଟ୍ ଛାଡ଼ିବାକୁ ହେବ। ରାହୁଲ କେଉଁ ସିଟ୍ ରଖିବେ ତାହାକୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଛି। ଏହାରି ଭିତରେ ରାହୁଲ୍ ଗାନ୍ଧି ୱାଇନଡରେ ଆୟୋଜିତ ସମ୍ବୋଧନ ସଭାରେ ଲୋକଙ୍କୁ ଧନ୍ୟବାଦ୍ ଜଣାଇବା ସହ ଜନତାଙ୍କୁ କେଉଁ ଆସନ ଛାଡ଼ିବେ ସେ ନେଇ ମଧ୍ୟ ପ୍ରଶ୍ନ ପଚାରିଥିଲେ। ରାହୁଲ୍ କହିଛନ୍ତି ସେ ଏବେ ଦ୍ଵନ୍ଦରେ ଅଛନ୍ତି, ସେ ଯାହା ବି ନିଷ୍ପତି ନେବେ ଦୁଇ ଲୋକସଭା ଆସନର ଲୋକମାନେ ଏହାକୁ ଗ୍ରହଣ କରିବେ ଏବଂ ଖୁସି ହେବେ।


ସେପଟେ କେପିସିସିର ଅଧ୍ୟକ୍ଷ କେ. ସୁଧାକର ଏ ପ୍ରସଙ୍ଗ ନେଇ ମୁଁହ ଖୋଲିଛନ୍ତି । ସେ କହିଛନ୍ତି ରାହୁଲ ଗାନ୍ଧିଙ୍କୁ ଦେଶର ନେତୃତ୍ୱ ନେବାକୁ ହେଲେ ତାଙ୍କୁ ୱାଇନଡ ଆସନ ଛାଡ଼ିବାକୁ ହେବ। ଜନତାଙ୍କୁ ଅନୁରୋଧ କି ସେ ଏହି ନିଷ୍ପତିରେ ଦୁଃଖିତ ହୁଅନ୍ତୁ ନାହିଁ।

ପୂର୍ବରୁ ରାହୁଲ୍ ଗାନ୍ଧି କହିଥିଲେ କି ସେ ଯେଉଁଠୁ ଅଧିକ ସମର୍ଥନ ପାଇବେ ସେହି ସ୍ଥାନରୁ ସେ ପ୍ରତିନିଧିତ୍ଵ କରିବେ। ସୂଚନଯୋଗ୍ୟ ୱାଇନ୍ନଡରୁ ସେ ୩ଲକ୍ଷ ୬୪ ହାଜର ଭୋଟ ପାଇଥିବା ବେଳେ ରାଇବାରେଲିରୁ ୩ଲକ୍ଷ ୯୦ ହାଜର ଭୋଟରେ ବିଜୟ ଲାଭ କରିଛନ୍ତି। ସେହିପରି ଅନ୍ୟ ଦିଗ ହେଉଛି ପୂର୍ବରୁ ଦକ୍ଷିଣ ଭାରତରେ କଂଗ୍ରସ ମଜବୁତ୍ ରହି ଆସିଛି ଯଦି କଂଗ୍ରେସକୁ କ୍ଷମତାକୁ ଆସିବାକୁ ଚାହୁଁ ଥାଏ ତେବେ ଉତ୍ତର ଭାରତରେ ଦଳକୁ ମଜବୁତ୍ ପ୍ରଦାନ କରିବାର ରହିଛି ବୋଲି ରାଜନୀତି ବିଶେଷଜ୍ଞ ମାନେ ମତ ରଖିଛନ୍ତି ।  ଆମେଠିରେ କଂଗ୍ରେସ ଜଣେ ସଧାରଣ କର୍ମୀକୁ ଯେପରି ପ୍ରାର୍ଥୀ କରିଥିଲା। ସେହିପରି ୱାଇନଡ ରେ ମଧ୍ୟ ସଧାରଣ କର୍ମୀଙ୍କୁ ଟିକେଟ ଦେବ ପାଇଁ ଚର୍ଚ୍ଚ ରହିଛି। କିନ୍ତୁ ୱାଇନାଡବାସୀ ଓ ଗାନ୍ଧି ପରିବାର ମଧ୍ୟରେ ଘନିଷ୍ଠାତା ବାଜୟ ରଖିବା ପାଇଁ ଦଳ ପ୍ରିୟଙ୍କାଙ୍କୁ ଟିକେଟ ଦେଇପାରେ ବୋଲି ଆଶଙ୍କା କରାଯାଇ ପାରେ।ତେଣୁ ଏଥିରୁ ସ୍ପଷ୍ଟ ଭାବରେ ଜଣା ପଡୁଛି କି ରାହୁଲ ଗାନ୍ଧି ଏଥର ୱାଇନଡ ଛାଡ଼ି ରାଇବରେଲି ରୁ ପ୍ରତିନିଧିତ୍ଵ କରିବେ।

Leave a Reply

Your email address will not be published. Required fields are marked *