ଦୁନିଆର ପ୍ରଥମ ସିଏନଜି ବାଇକର ମୂଲ୍ୟ କେତେ ରହିବ ଜାଣନ୍ତୁ…

ଦୁନିଆର ପ୍ରଥମ( ସିଏନଜି)ବାଇକ୍ ଲଂଚ କରିବ ବଜାଜ ଅଟୋ। ବଜାଜ୍‌ ଅଟୋ ପକ୍ଷରୁ ଆଜି ପୁନେରେ ଆୟୋଜିତ ହେବାକୁ ଥିବା ଏକ କାର୍ଯ୍ୟକ୍ରମରେ କେନ୍ଦ୍ର ସଡ଼କ ପରିବହନ ଓ ରାଜପଥ ମନ୍ତ୍ରୀ ନୀତୀନ ଗଡ଼କରୀ ଏହାକୁ ଉନ୍ମୋଚନ କରିବେ। ବାଇକ୍‌ର ନାମ ‘ଫ୍ରିଡମ୍ ୧୨୫’ ରଖାଯାଇଥିବା କୁହାଯାଉଛି। ଏହି ବାଇକ୍‌ରେ ଉଭୟ ପେଟ୍ରୋଲ୍‌ ଓ ସିଏନ୍‌ଜିର ବିକଳ୍ପ ରହିଛି। ସେଥ‌ିରେ ଥିବା ସୁଇଚ୍‌କୁ ବ୍ୟବହାର କରି ଗ୍ରାହକମାନେ ନିଜ ସୁବିଧାର ଇନ୍ଧନ ବିକଳ୍ପ ଚୟନ କରିପାରିବେ। ସିଏନ୍‌ଜି ବାଇକ୍‌କୁ ଗ୍ରାହକମାନଙ୍କ ଲାଗି ସୁଲଭ ମୂଲ୍ୟରେ ଉପଲବ୍ଧ କରିବାକୁ କମ୍ପାନି ପ୍ରତିବଦ୍ଧ ଥିବା କହିଥିଲା। ତେଣୁ ଏହାର ଦାମ୍‌ ଗ୍ରାହକଙ୍କୁ ସୁହାଇବା ଭଳି ହେବ ବୋଲି ଆଶା କରାଯାଉଛି। ତେବେ ୧୦୦ – ୧୨୫ ସିସି ବାଇକର ମୂଲ୍ୟ ପ୍ରାୟ ୯୦ ହାଜର ପର୍ଯ୍ୟନ୍ତ ରହିବ ବୋଲି ଆକଳନ କରାଯାଉଛି । ତବେ ଯଦି ଏହାର ମାଇଲେଜ୍ କଥା ଚିନ୍ତା କରିବା ତେବେ ୧କିମି ଯିବାପାଇଁ ଆପଣଙ୍କୁ ମାତ୍ର ୯୦ ପଇସା ଖର୍ଚ୍ଚ କରିବାକୁ ପଡ଼ିବ।

Leave a Reply

Your email address will not be published. Required fields are marked *