ଓଡ଼ିଆ ଅସ୍ମିତାକୁ ଝାଡ଼ଖଣ୍ଡ ମାଡ଼: ରଘୁବରଙ୍କ ପୁତ୍ର ଉପରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଦାବି

ଭୁବନେଶ୍ୱର: ଓଡ଼ିଶା ରାଜଭବନରେ କାର୍ଯ୍ୟରତ ଏଏସଓଙ୍କୁ ରାଜ୍ୟପାଳଙ୍କ ପୁଅ ଲଳିତ କୁମାର ଓ ସହଯୋଗୀ ମାନେ ମିଶି ମାଡ଼ ମାରିବା ଅଭିଯୋଗ ଘଟଣାରେ ରାଜ୍ୟପାଳ ରଘୁବର ଦାସଙ୍କୁ ଭେଟିଛନ୍ତି ସଂପୃକ୍ତ ଏଏସ୍‌ଓଙ୍କ ପତ୍ନୀ ଓ ଏଏସଓ ସଂଘ ପ୍ରତିନିଧି ମଣ୍ଡଳୀ । ରାଜ୍ୟପାଳ ଶ୍ରୀ ଦାସଙ୍କୁ ଭେଟିବା ପରେ ସଂପୃକ୍ତ ଏଏସ୍‌ଓଙ୍କ ପତ୍ନୀଙ୍କ ପ୍ରତିକ୍ରିୟା । ସେ କହିଛନ୍ତି ଯେ,ରାଜ୍ୟପାଳ ଆମକୁ ଡାକିଥିଲେ। ତାଙ୍କୁ ଭେଟି ସମସ୍ତ ଘଟଣା ବିଷୟରେ ବିସ୍ତୃତ ଭାବେ ଜଣାଇଲୁ । ରାଜ୍ୟପାଳ ଆମକୁ ନ୍ୟାୟ ଦେବାକୁ ଆଶ୍ବାସନା ଦେଇଛନ୍ତି । ଆମେ ନ୍ୟାୟ ଅପେକ୍ଷାରେ ରହିଛୁ ।ରାଜ୍ୟପାଳଙ୍କ ପୁଅ ଏଏସ୍ଓଙ୍କୁ ମାଡ଼ ମାରିବା ସହ ଗାଳିଗୁଲଜ କରିବା ଅଭିଯୋଗ ପରେ କର୍ତ୍ତବ୍ୟରତ ଅଫିସରଙ୍କୁ ଉପଯୁକ୍ତ ନ୍ୟାୟ ମିଳୁ ବୋଲି ମୁଖ୍ଯମନ୍ତ୍ରୀଙ୍କ ନିକଟରେ ଦାବି କରିଛି ଓଡ଼ିଶା ସଚିବାଳୟ ସେବା ସଂଘ। ଚିଠିରେ ମାଧ୍ୟମରେ ଓଡ଼ିଶା ସଚିବାଳୟ ସେବା ସଂଘ ଦ୍ୱାରା ମୁଖ୍ୟମନ୍ତ୍ରୀଙ୍କୁ କୁହାଯାଇଛି, ରାଜଭବନରେ କାର୍ଯ୍ୟରତ ଏଏସଓଙ୍କୁ ମାଡ଼ ମାରିବା ଏକ ଦୁର୍ଭାଗ୍ୟଜନକ ଏବଂ ଯନ୍ତ୍ରଣାଦାୟକ ଅଟେ |

ସରକାରୀ ସେବକ ହୋଇ ଆପଣଙ୍କ ଅଧୀନରେ ଥିବା ଲୋକଙ୍କ ପାଇଁ ଆମେ କାମ କରୁଛୁ। ଏହି ଆସୋସିଏସନ ସର୍ବଦା ରାଜ୍ୟ ସରକାରଙ୍କ କର୍ମଚାରୀଙ୍କ ସହିତ ଛିଡା ହୋଇଛି ଯେଉଁମାନେ ସରକାରୀ ଡ୍ୟୁଟି ସମୟରେ କୌଣସି ଆକ୍ରମଣର ସମ୍ମୁଖୀନ ହୋଉଛନ୍ତି। କିନ୍ତୁ, ଏହି ରାଜ୍ୟର ସର୍ବୋଚ୍ଚ ସାମ୍ବିଧାନିକ ପଦରେ ଅଧିଷ୍ଠିତଙ୍କ ପୁଅ ଦ୍ୱାରା କରାଯାଇଥିବା ଘଟଣା ଦୁର୍ଭାଗ୍ୟଜନକ ଏବଂ ଅପମାନଜନକ।

ଏହି ପରିସ୍ଥିତିରେ, ଆମେ ଆପଣଙ୍କର ପାଖରେ ଅନୁରୋଧ କରୁଛୁ ଦୟାକରି ବ୍ୟକ୍ତିଗତ ଭାବରେ ଏହି ଘଟଣାରେ ହସ୍ତକ୍ଷେପ କରନ୍ତୁ ଏବଂ ଶୀଘ୍ର ସମ୍ପୃକ୍ତ ସଦସ୍ୟଙ୍କୁ ଉପଯୁକ୍ତ ନ୍ୟାୟ ଦିଅନ୍ତୁ । ଏହି ପ୍ରସଙ୍ଗରେ ବିଜେପି ମୁଖପାତ୍ର ଦିଲ୍ଲୀପ ମଲ୍ଲିକ କହିଛନ୍ତି ଯେ,ରାଜ୍ୟପାଳ ରଘୁବର ଦାସଙ୍କ ପୁଅ ASOଙ୍କୁ ମାଡ଼ ମାରିବା ଘଟଣାରେ ଏତଲା ହୋଇଛି, ଘଟଣାର ତଦନ୍ତ ଚାଲିଛି । ଘଟଣାରେ ସତ୍ୟାସତ୍ୟ ଥିଲେ ବିଚାରଯୋଗ୍ୟ । ଆଇନ ଏହା ଉପରେ ବିଚାର ଓ ତର୍ଜମା କରୁଛି ।ଆଇନ ସମସ୍ତଙ୍କ ପାଇଁ ସମାନ ହୋଇଥାଏ । ସେ ଆହୁରି ମଧ୍ଯ କହିଛନ୍ତି ପୂର୍ବତନ ମନ୍ତ୍ରୀ ପ୍ରତାପ ଦେବ ବହୁତ କଥା କହିଛନ୍ତି । ମମିତା ମେହେର, ପୂର୍ବତନ ମନ୍ତ୍ରୀ ନବ ଦାସ ହତ୍ୟା ଘଟଣାରେ କେଉଁଠି ଥିଲେ ।

Leave a Reply

Your email address will not be published. Required fields are marked *