ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ସ୍ଥାନରେ ଟିମ୍ ଇଣ୍ଡିଆର ଅଧିନାୟକ ହୋଇପାରନ୍ତି ଏହି ଷ୍ଟାର ବ୍ୟାଟର…

ଶ୍ରୀଲଙ୍କା ଗସ୍ତକୁ ନେଇ ଆଜି ଟିମ ଇଣ୍ଡିଆର ଖେଳାଳି ମାନଙ୍କ ନାମ ଘୋଷଣା କରାଯିବାର ସମ୍ଭାବନା ରହିଛି । ଏହି ଶୃଙ୍ଖଳା ପାଇଁ ହାର୍ଦ୍ଦିକ ପାଣ୍ଡ୍ୟା କିମ୍ବା ସୁର୍ଯ୍ୟକୁମାର ଯାଦବଙ୍କୁ ଅଧିନାୟକ ପଦ ଦିଆଯିବାର ଚର୍ଚ୍ଚା ହେଉଛି। ଏହି ସିରିଜ ୨୭ ଜୁଲାଇରୁ ଆରମ୍ଭ ହେବାକୁ ଯାଉଛି ଯେଉଁଥିରେ ତିନେଟି ଟି-୨୦ ଓ ୩ଟି ଦିନିକିଆ ଖେଳାଯିବ । ସୂର୍ଯ୍ୟକୁମାର ଘରୋଇ କ୍ରିକେଟରେ ମୁମ୍ବାଇ ପାଇଁ ଅଧିନାୟକ ରହି ସାରିଛନ୍ତି । ସେହିପରି ପୂର୍ବ ବର୍ଷ ଅଷ୍ଟ୍ରେଲିଆ ବିପକ୍ଷ ସିରିଜରେ ମଧ୍ୟ ଯାଦବ ଭାରତର କମାଣ ସମ୍ଭାଳି ଥିଲେ । ଯେଉଁଥିରେ ଟିମ ଇଣ୍ଡିଆ ୪-୧ ରେ ବିଜୟ ହାସଲ କରିବାରେ ସଫଳ ହୋଇଥିଲା ।ଏବଂ ପରେ ଦକ୍ଷିଣ ଆଫ୍ରିରା ବିପକ୍ଷ ଟି-୨୦ ସିରିଜରେ ୧-୧ରେ ବରାବରରେ ଶେଷ ହୋଇଥିଲା । ସେହିପରି ଅନ୍ୟପଟେ  ହାର୍ଦ୍ଦିକ ଟି – ୨୦ ବିଶ୍ବକପରେ ଉପ- ଅଧିନାୟକ ଭାବେ ଦଲରେ ସ୍ଥାନ ପାଇଥିଲେ । ସୂଚନାଯୋଗ୍ୟ ସେ ପୂର୍ବରୁ ଆଇପିଏଲରେ ଗୁଜିରାଟ ଟାଇଟନ୍ସ ଓ ବର୍ତ୍ତମାନ ମୁମ୍ବାଇ ଇଣ୍ଡିଆନ୍ସର ଅଧିନାୟକର ଭାର ସମ୍ଭାଳିଛନ୍ତି । ଏହି ଦିଗରେ ସେ ୩ଟି ଦିନିକିଆ ଓ ୧୬ଟି ଟି-୨୦ ରେ ଭାରତର କ୍ୟାପଟେନ ରହିସାରିଛନ୍ତି । କିନ୍ତୁ ରୋହିତଙ୍କ ଉତ୍ତରାଧିକାରୀ ରାସ୍ତାରେ ପାଣ୍ଡ୍ୟାଙ୍କ ବାଟ ଓଗାଳୁଛି ତାଙ୍କର ଫିଟନେସ । ଶ୍ରୀଲଙ୍କା ବିପକ୍ଷ ତିନି ମ୍ୟାଚ୍ ବିଶିଷ୍ଟ ଟି-୨୦ ଅନ୍ତର୍ଜାତୀୟ ସିରିଜରେ ଷ୍ଟାର ଅଲରାଉଣ୍ଡର ହାର୍ଦ୍ଦିକ ପାଣ୍ଡ୍ୟା ଭାରତର ଅଧିନାୟକ ହେବେ ବୋଲି କୁହାଯାଉଥିଲା। ହେଲେ ଏବେ ଚର୍ଚ୍ଚା ହେଉଛି ଯେ, ସୂର୍ଯ୍ୟକୁମାର ଦଳର ଅଧିନାୟକ ହେବେ। ହାର୍ଦ୍ଦିକଙ୍କ ଉପଲବ୍ଧତାକୁ ନେଇ ଅନିଶ୍ଚିତତା ଥିବାରୁ ତାଙ୍କୁ ବିସିସିଆଇ ଓ ‌କୋଚ୍ ଗୌତମ ଗମ୍ଭୀର ଅଧିନାୟକ ନକରି ସୂର୍ଯ୍ୟକୁମାରଙ୍କୁ ଅଧିନାୟକ କରିବାକୁ ଚିନ୍ତା କରୁଛନ୍ତି।

Leave a Reply

Your email address will not be published. Required fields are marked *