ପ୍ୟାରିସ ଅଲମ୍ପିକ୍ସକୁ ଡରାଉଛି ହିଟୱେଭ…
୨୬ ଜୁଲାଇରୁ ଫ୍ରାନ୍ସର ପ୍ୟାରିସରେ ଆରମ୍ଭ ହେବାକୁ ଯାଉଛି ଅଲମ୍ପିକ୍ସ। କିନ୍ତୁ ଅଲମ୍ପିକ୍ସ ପୂର୍ବରୁ ଫ୍ରାନ୍ସରେ ଦେଖା ଦେଇଛି ଭୀଷଣା ଗ୍ରୀଷ୍ମ ପ୍ରବହା।ସେଠାକାର ବୈଜ୍ଞାନିକ ମାନେ ମଧ୍ୟ ମତ ଦେଇଛନ୍ତି ଯେ ଚଳିତ ଅଲମ୍ପିକ୍ସରେ ଖେଳାଳି ମାନଙ୍କୁ ଭୀଷଣା ଗ୍ରୀଷ୍ମ ପ୍ରବାହା ଭିତରେ ଖେଳିବାକୁ ପଡିବ।ତେବେ ବହୁ ବର୍ଷ ତଳେ ବା ୧୯୨୪ ମସିହାରେ ପୂର୍ବ ଥର ପ୍ୟାରିସରେ ଅଲମ୍ପିକ୍ସ ଅନୁଷ୍ଠିତ ହୋଇଥିଲେ। ସେବେଠୁ ଏପର୍ଯ୍ୟନ୍ତ ଫ୍ରାନ୍ସର ତାପମାତ୍ରାରେ ୧. ୮ ପ୍ରତିଶତ ବୃଦ୍ଧି ଘଟିଛି। ସେଥିପାଇଁ ଏବେ ଖେଳାଳି ଓ ଆୟୋଜକଙ୍କ ମୁଣ୍ଡରେ ଚଡକ ପଡିଛି। ସୂଚନାଯୋଗ୍ୟ ଫ୍ରାନ୍ସରେ ୨୦୦୩ ମସିହା ହିଟୱେଭରେ ପ୍ରାୟ ୧୪ ହଜାର ଲୋକଙ୍କ ପ୍ରାଣ ଯାଇଥିଲା।ସେବାଠାରୁ ତାପମାତ୍ରାର ସ୍ତର ୧୦ ଗୁଣା ବଢିଛି। ତେବେ ଅଲମ୍ପିକ୍ସ ସମୟରେ ୨ ସପ୍ତାହ ଯାଏଁ ଗ୍ରୀଷ୍ମ ଲହରୀ ଜାରି ରହିବ। ଏପରି ପରିସ୍ଥିତିରେ ଖେଳାଳି ମାନେ ଏହାକୁ କିପରି ସାମ୍ନା କରୁଛନ୍ତି ତାହା ଦେଖାବାର ରହିଲା।