ବିଜେପି ପକ୍ଷରୁ ଉପ ବାଚସ୍ପତି ପଦ ପାଇଁ ପ୍ରାଥିପତ୍ର ଦାଖଲ କରିଛନ୍ତି ତଳସରା ବିଧାୟକ ଭବାନୀ ଭୋଇ

ମଙ୍ଗଳବାର ଉପ ବାଚସ୍ପତି ପଦ ପାଇଁ ସୁନ୍ଦରଗଡ଼ ଜିଲ୍ଲା ତଳସରା ବିଧାୟକ ଭବାନୀ ଭୋଇ ପ୍ରାଥିପତ୍ର ଦାଖଲ କରିଛନ୍ତି। ପ୍ରାର୍ଥୀପତ୍ର ଦାଖଲ ସମୟରେମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ, ଉପମୁଖ୍ୟମନ୍ତ୍ରୀ କନକବର୍ଦ୍ଧନ ସିଂହଦେଓ ଓ ପ୍ରଭାତୀ ପରିଡ଼ା ସ୍ବାସ୍ଥ୍ୟମନ୍ତ୍ରୀ ଡକ୍ଟର ମୁକେଶ ମହାଲିଙ୍ଗ ପ୍ରମୁଖ ଉପସ୍ଥିତ ଥିଲେ। ଆସନ୍ତାକାଲି ଅର୍ଥାତ ଜୁଲାଇ ୨୪ ତାରିଖରେ ଉପ ବାଚସ୍ପତି ନିର୍ବାଚନ ଅନୁଷ୍ଠିତ ହେବ। ତେବେ ଏ ପର୍ଯ୍ୟନ୍ତ ବିରୋଧୀ ବିଜେଡି ଉପ ବାଚସ୍ପତି ପଦ ପାଇଁ କାହାକୁ ପ୍ରାର୍ଥୀ କରିନାହିଁ। ବିଜେଡି ଉପ ବାଚସ୍ପତି ପଦ ଲାଗି କୌଣସି ପ୍ରାର୍ଥୀ ନ ଦେଲେ ଭବାନୀ ଭୋଇ ନିର୍ଦ୍ବନ୍ଦ୍ବରେ ନିର୍ବାଚିତ ହେବେ।

ସୂଚନଯୋଗ୍ୟ, ଭବାନୀ ଭୋଇ ଲଗାତାର ୨ ଥର ଭାବେ ତଳସରା ରୁ ବିଧାୟକ ଭାବେ ନିର୍ବାଚିତ ହୋଇଛନ୍ତି । ପ୍ରଥମେ ସେ ୨୦୧୯ ଓ ପରେ ୨୦୨୪ ରେ ବିଧାନସଭାକୁ ନିର୍ବାଚିତ ହୋଇଛନ୍ତି।

Leave a Reply

Your email address will not be published. Required fields are marked *