ଅଗଷ୍ଟ ଆରମ୍ଭରୁ ହେବାକୁ ଯାଉଛି ବଡ଼ ପରିବର୍ତ୍ତନ, ଯାହା ଆପଣଙ୍କ ପକେଟ ଉପରେ ପକାଇବ ପ୍ରଭାବ…

ଜୁଲାଇ ମାସ ଶେଷ ହେବାକୁ ଯାଉଛି । ଆଉ ମାତ୍ର ଦୁଇ ଦିନ ପରେ ଅଗଷ୍ଟ ମାସ ଆରମ୍ଭ ହେବ । ତେବେ ଅଗଷ୍ଟ ପହିଲାରୁ ଦେଶରେ ବିଭିନ୍ନ  ପରିବର୍ତ୍ତନ ଦେଖା ଦେବ । ଯାହା ସିଧା ସଳଖ ଆପଣଙ୍କ ପକେଟ ଉପରେ ପ୍ରଭାବ ପକାଇବ । ଏଥିରେ ଏଲପିଜି ସିଲିଣ୍ଡର ଠାରୁ ଆରମ୍ଭ କରି କ୍ରେଡିଟ କାର୍ଡ ର ନିୟମରେ ପରିବର୍ତ୍ତନ ପର୍ଯ୍ୟନ୍ତ ସାମିଲ ରହିଛି । ତେବେ ଆସନ୍ତୁ ଜାଣିବା ଅଗଷ୍ଟରେ କଣ ସବୁ ପରିବର୍ତ୍ତନ ହେବାକୁ ଯାଉଛି ।

ତୈଳ କମ୍ପାନୀ ଗୁଡିକ ପ୍ରତ୍ୟେକ ମାସର ପହିଲାରେ ଗ୍ୟାସ୍ ସିଲିଣ୍ଡର୍ ଦାମରେ ପରିବର୍ତ୍ତନ କରି ଥାଆନ୍ତି । ୧ ଅଗଷ୍ଟ ୨୦୨୪ରେ ସକାଳ ୬ଟାରେ ସଂଶୋଧିତ ଦାମ୍‌ ଜାରି କରାଯିବ । ଗତ କିଛି ମାସ ମଧ୍ୟରେ ୧୯ କିଲୋଗ୍ରାମ୍‌ ବ୍ୟବସାୟିକ ଗ୍ୟାସ ସିଲିଣ୍ଡରର ଦାମରେ ଅନେକ ପରିବର୍ତ୍ତନ ହୋଇଥିବା ଦେଖାଯାଇଛି । ସେହିପରି ୧୪ କିଲୋଗ୍ରାମ ଘରୋଇ ଗ୍ୟାସ ସିଲିଣ୍ଡର ଦାମରେ କୌଣସି ପରିବର୍ତ୍ତନ ହୋଇଥିବା ଦେଖାଯାଇ ନାହିଁ । ଜୁଲାଇ ମାସର ପହିଲାରେ ବ୍ୟବସାୟିକ ଗ୍ୟାସ ସିଲିଣ୍ଡର ଦାମରେ ରାଜଧାନୀ ଦିଲ୍ଲୀରେ ୩୦ ଟଙ୍କା ହ୍ରାସ କରାଯାଇଥିଲା । ଚଳିତ ଥର ଘରୋଇ ସିଲିଣ୍ଡର ଦାମରେ ହ୍ରାସ ହେବା ନେଇ ଆଶା କରାଯାଉଛି ।
ଭଳି ପହିଲାରେ ବିମାନ ଇନ୍ଧନ ଅର୍ଥାତ (ଏଟିଏଫ) ଓ (ସିଏନଜି-ପିଏନଜି)ର ଦାମ ମଧ୍ୟ ସଂଶୋଧନ କରନ୍ତି । ୧ ଅଗଷ୍ଟ ୨୦୨୪ରେ ମଧ୍ୟ ଏହାର ନୂଆ ଦାମ୍‌ ସାମ୍ନାକୁ ଆସିବ । ଏହା ପୂର୍ବରୁ ଏପ୍ରିଲ ମାସରେ ଏଟିଏଫର ଦାମରେ ହ୍ରାସ କରାଯାଇଥିଲା ।

ସେହିପରି ଘରୋଇ ବ୍ୟାଙ୍କ ମଧ୍ୟରେ ଏଚଡିଏଫସି କ୍ରେଡିଟ କାର୍ଡର ବ୍ୟବହାର କରୁଥିବା ଉପଭୋକ୍ତାଙ୍କ ପାଇଁ ମଧ୍ୟ ୧ ଅଗଷ୍ଟ ପରିବର୍ତ୍ତନ ନେଇ ଆସୁଛି । ଏଚଡିଏଫସି ବ୍ୟାଙ୍କ କ୍ରେଡିଟ୍‌ କାର୍ଡ ଦ୍ୱାରା କରାଯାଉଥିବା ବିଲ୍‌ ପୈଠ ୩ୟ ପାର୍ଟି ଆପ୍‌ CRED, Paytm, Mobikwik, Freecharge ଓ ଅନ୍ୟ ଦ୍ୱାରା କରାଯିବ । ଯାଦ୍ୱାରା ଟଙ୍କା ନେଣଦେଣ ଉପରେ ୧ ପ୍ରତିଶତ ଅତିରିକ୍ତ ଶୁଳ୍କ ଦେବାକୁ ପଡିବ । ଏହାସହ ପ୍ରତି ନେଣଦେଣ ସୀମିତ ୩,୦୦୦ ଟଙ୍କା ସ୍ଥିର କରାଯିବ । ଇନ୍ଧନ କ୍ରୟ ସମୟରେ ହେଉଥିବା ଟଙ୍କା ନେଣଦେଣରେ ୧୫,୦୦୦ ଟଙ୍କାରୁ କମ୍‌ ହେଲେ ଅତିରିକ୍ତ ଶୁଳ୍କ ପଡିବ ନାହିଁ । ମାତ୍ର ୧୫,୦୦୦ରୁ ଅଧିକ ହେଲେ ନେଣଦେଣ ଉପରେ ୧ ପ୍ରତିଶତ ଅତିରିକ୍ତ ଶୁଳ୍କ ଦେବାକୁ ପଡିବ ।

ଗୁଗଲ୍ ମ୍ୟାଚ୍ ମଧ୍ୟ  ତା’ର କିଛି ନିୟମରେ ପରିବର୍ତ୍ତନ କରିବାକୁ ଯାଉଛି । ଯାହା ପହିଲାରେ ଲାଗୁ ହେବ । ଦୁନିଆର ସବୁଠାରୁ ବଡ ସର୍ଚ୍ଚ ଇଞ୍ଜିନ୍‌ ଗୁଗଲ ମ୍ୟାପ୍‌ ତା’ର ସେବା ଭାରତରେ ନିଆଯାଉଥିବା ଟଙ୍କାକୁ ୭୦ ପ୍ରତିଶତ ପର୍ଯ୍ୟନ୍ତ ଶୁଳ୍କ କମ୍‌ କରିବା ପାଇଁ ସ୍ଥିର କରିଛି । ଏବେ ଗୁଗଲ ନିଜର ମ୍ୟାପର ସେବାର ପୈଠ ଡଲାର ବଦଳରେ ଭାରତୀୟ ମୁଦ୍ରାରେ ନେବ ।

Leave a Reply

Your email address will not be published. Required fields are marked *