ପ୍ୟାରିସରେ ବେଲଜିୟମ ଠାରୁ ୨-୧ ରେ ହାରିଲା ଭାରତୀୟ ପୁରୁଷ ହକି ଦଳ
ଆଗରୁ ଯାହା ଡର ଥିଲା ତାହା ହିଁ ଘଟିଲା । ପ୍ୟାରିସ ଅଲୋମ୍ପିକ୍ସରେ ଭାରତୀୟ ପୁରୁଷ ହକି ଦଳର ପ୍ରଥମ ପରାଜୟ । ଡିଫେଣ୍ଡିଙ୍ଗ ଚାମ୍ପିୟାନ ବେଲଜିୟମ ଠାରୁ ୨-୧ ହରିଲା ଭାରତ । ଭାରତ ପାଇଁ ୧୮ ମିନିଟରେ ଅଭିଷେଖଙ୍କ ପକ୍ଷରୁ ପ୍ରଥମେ ଏକ ଗୋଲ ଆସିଥିଲା । କିନ୍ତୁ ବିପକ୍ଷ ବେଲଜିୟମ ଭାରତକୁ ଅଧିକ ସମୟ ଖୁସି ହେବାକୁ ଦେଇ ନଥିଲା । ୩୩ ମିନିଟରେ ଷ୍ଟୋକବ୍ରୋଇକ୍ସ ଓ ୪୪ ମିନିଟରେ ଡୋହମେନଙ୍କ ଗୋଲ ଭାରତକୁ ପ୍ରଥମ ପରାଜୟର ସାମ୍ନା କରାଇଛି । ତେବେ ଭାରତ ଏହି ପରାଜୟ ସହ ପୁଲ-ବି ଟେବୁଲର ତୃତୀୟ ସ୍ଥାନରେ ରହି କ୍ୱାଟରଫାଇନାଲ ସ୍ଥାନ ସୁରକ୍ଷିତ କରିଛି। ତେବେ ଭାରତ ତାର ପରବର୍ତ୍ତୀ ମ୍ୟାଚରେ ଅଷ୍ଟ୍ରେଲିଆକୁ ଭେଟିବାକୁ ଯାଉଛି।
ସୂଚନାଯୋଗ୍ୟ – ଭାରତ ପ୍ରଥମେ ନ୍ୟୁଜିଲ୍ୟାଣ୍ଡକୁ ୩-୨ , ଓ ଆୟାରଲ୍ୟାଣ୍ଡକୁ ୨-୦ ଗୋଲରେ ପରାସ୍ତ କରିଥିବା ବେଳେ ଆର୍ଜେଣ୍ଟିନା ସହ ୧-୧ ରେ ବାରାବର କରିଥିଲା ।