ଆଜିଠୁ ନୂଆ ଫାସ୍ ଟ୍ୟାଗ୍ ନିୟମ୍ …

ନୂଆଦିଲ୍ଲୀ ; ଆଜି ଠାରୁ ଦେଶରେ ଫାସ୍‌ଟ୍ୟାଗ୍‌କୁ ନେଇ ନୂଆ ନିୟମ ଲାଗୁ ହେବ। ତିନିରୁ ପାଞ୍ଚ ବର୍ଷ ପୂର୍ବେ ଜାରି କରାଯାଇଥିବା ଫାସ୍‌ଟ୍ୟାଗ୍‌ଗୁଡ଼ିକୁ କେୱାଇସି ପ୍ରକ୍ରିୟା ପୂରଣ କରିବାକୁ ପଡ଼ିବ। ପାଞ୍ଚ ବର୍ଷରୁ ଅଧିକ ପୁରୁଣା ଫାସ୍‌ଟ୍ୟାଗ୍‌କୁ ସମ୍ପୂର୍ଣ୍ଣ ବଦଳାଇବାକୁ ହେବ। ଆସନ୍ତାକାଲିଠାରୁ ସବୁ ଫାସ୍‌ଟ୍ୟାଗ୍‌ ସହ ଗାଡ଼ିର ପଞ୍ଜୀକରଣ ନମ୍ବର ଓ ଚେଚିସ୍‌ ନମ୍ବର ଯୋଡ଼ି ହେବ। ନୂଆ ମାଲିକମାନେ ଗାଡ଼ି କିଣିବାର ୯୦ ଦିନ ଭିତରେ ସେମାନଙ୍କ ପଞ୍ଜୀକରଣ ନମ୍ବର ଅପ୍‌ଡେଟ୍‌ କରିବେ। ଏଥି ସହିତ ଆହୁରି କେତେକ ଅତିରିକ୍ତ ପଦକ୍ଷେପ ମଧ୍ୟ ଗ୍ରହଣ କରାଯାଇଛି। ଗାଡ଼ିର ପ୍ରକୃତ ତଥ୍ୟ ସହିତ ଫାସ୍‌ଟ୍ୟାଗ୍‌କୁ ଯାଞ୍ଚ କରାଯିବ।ସହଜରେ ଗାଡ଼ିକୁ ଜାଣିବା ଲାଗି ଗାଡ଼ିର ସାମ୍ନା ପାର୍ଶ୍ବର ସ୍ପଷ୍ଟ ଚିତ୍ର ଅପ୍‌ଲୋଡ୍ କରିବାକୁ ହେବ। ଫାସ୍‌ଟ୍ୟାଗ୍‌ ନିଶ୍ଚିତ ରୂପେ ଏକ ମୋବାଇଲ୍‌ ନମ୍ବର ସହ ଯୋଡ଼ିହୋଇଥିବା ଦରକାର। ଏହି ନିୟମ ପୁରୁଣା ଫାସ୍‌ଟ୍ୟାଗ୍‌ ବ୍ୟବହାରକାରୀଙ୍କୁ ପ୍ରଭାବିତ କରିବା ଆଶଙ୍କା ରହିଛି। ନିୟମ ପାଳନ ନ କଲେ ଟୋଲ୍ ପ୍ଲାଜାରେ ଯିବା ବେଳେ ହଇରାଣ ହେବାକୁ ପଡ଼ିପାରେ। ନିଜ ଫାସ୍‌ଟ୍ୟାଗ୍‌ କେତେ ପୁରୁଣା ଗାଡ଼ି ମାଲିକମାନେ ତାହା ଜାଣିବା ଦରକାର।

Leave a reply

  • Default Comments (0)
  • Facebook Comments

Your email address will not be published. Required fields are marked *