ଭୁବନେଶ୍ବରରେ ପହଞ୍ଚିଲେ ଭାରତୀୟ ହକି ଦଳର ଖେଳାଳି…

ଭୁବନେଶ୍ବର; ଭୁବନେଶ୍ୱରରେ ପହଞ୍ଚିଲେ ପ୍ୟାରିସ୍ ଅଲିମ୍ପିକ୍ସ ବ୍ରୋଞ୍ଜ ପଦକ ବିଜେତା ଭାରତୀୟ ହକି ଟିମ୍ । ବିମାନବନ୍ଦରରେ ପହଞ୍ଚିବା ପରେ ସମସ୍ତ ଖେଳାଳିଙ୍କୁ ଭବ୍ୟ ସ୍ୱାଗତ ସମ୍ବର୍ଦ୍ଧନା ଦିଆଯାଇଛି । ଏହା ପରେ ବିମାନ ବନ୍ଦରରୁ ବିଶାଳ ରୋଡ୍ ସୋ’ କରି ପୁରା ଟିମକୁ କଳିଙ୍ଗ ଷ୍ଟାଡିୟମକୁ ନିଆଯାଇଛି । ଅପରାହ୍ନରେ ରାଜ୍ୟ ସରକାରଙ୍କ ପକ୍ଷରୁ ରହିଛି ସମ୍ବର୍ଦ୍ଧନା କାର୍ଯ୍ୟକ୍ରମ ।  ଲୋକସେବା ଭବନ କନଭେନ୍‌ସନ୍‌ ସେଣ୍ଟର ଠାରେ ହକି ଟିମ୍‌ର କ୍ରୀଡ଼ାବିତମାନଙ୍କୁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଦ୍ୱାରା ସମ୍ବର୍ଦ୍ଧିତ କରାଯିବାର କାର୍ଯ୍ୟକ୍ରମ ରହିଛି ।

Leave a Reply

Your email address will not be published. Required fields are marked *