ଓଡ଼ିଆ ଛାତ୍ରଛାତ୍ରୀଙ୍କ ସଂରକ୍ଷଣ ପ୍ରସଙ୍ଗ ଉଠାଇଲେ କଂଗ୍ରେସ ବିଧାୟକ ଦଳ ନେତା ରାମ ଚନ୍ଦ୍ର କଦମ ଓ ବିଜେଡ଼ି ବିଧାୟକ ଅରୁଣ କୁମାର ସାହୁ
ଭୁବନେଶ୍ୱର: ଦୈନିକ ଇଂରାଜୀ ଖବର କାଗଜ The New Indian Express ର ଭୁବନେଶ୍ୱର ସଂସ୍କରଣ ଗତ ୨୩ ଅଗଷ୍ଟ ୨୦୨୪ରେ ପୃଷ୍ଠା ଦୁଇରେ ପ୍ରକାଶ ପାଇଥିବା ଏକ ଖବର ଉପରେ ଗୃହର ଦୃଷ୍ଟି ଆକର୍ଷଣ କରାଯାଇଛି l
କଂଗ୍ରେସ ବିଧାୟକ ଦଳ ନେତା ରାମ ଚନ୍ଦ୍ର କଡମ୍ ଏବଂ ବିଜେଡ଼ି ନେତା ଅରୁଣ କୁମାର ସାହୁ ଏହି ପ୍ରସଙ୍ଗରେ ଗୃହର ଶୂନ୍ୟ କାଳରେ ବକ୍ତବ୍ୟ ରଖିଥଲେ l ଉଭୟ କହିଥିଲେ ଯେ,ଚଳିତ ବର୍ଷ ରାଜ୍ୟର ୧୮୬୩ MBSS ଓ BDS ନାମ ଲେଖା ପାଇଁ
ପ୍ରକିୟା ଆରମ୍ଭ ହୋଇଛି l ମାତ୍ର ଚଳିତ ଥର ମଧ୍ୟ ରାଜ୍ୟର ଜନସଂଖ୍ୟାର ପ୍ରାୟ ୯୪ ଭାଗ (ଅନୁସୂଚିତ ଜନଜାତି ଓ ଜାତି ଏବଂ ପଛୁଆବର୍ଗ ) ଛାତ୍ରଛାତ୍ରୀଙ୍କ ସମ୍ବିଧାନ ପ୍ରଦତ୍ତ ସଂରକ୍ଷଣ ନିୟମକୁ ସମ୍ପୂର୍ଣ୍ଣ ରୂପରେ ଅଣଦେଖା କରାଯାଇଛି l ST, SC ବର୍ଗଙ୍କୁ ସଂଖ୍ୟାନୁପାତରେ ୩୮.୭୫% ସଂରକ୍ଷଣ ପରିବର୍ତ୍ତେ ମାତ୍ର ୨୦% ସଂରକ୍ଷଣ ପ୍ରଦାନ କରାଯାଉଛି l ସେହିଭଳି ରାଜ୍ୟର ଅଧା ଜନ ସଂଖ୍ୟାର ପ୍ରତିନିଧିତ୍ଵ କରୁଥିବା ପଛୁଆ ବର୍ଗଙ୍କୁ କୌଣସି ସଂରକ୍ଷଣ ପ୍ରଦାନ କରା ଯାଇ ନାହିଁ l ସେମାନଙ୍କୁ ୨୭% ସଂରକ୍ଷଣ ନେଇ ନିୟମ ରହିଥିଲେ ବି ଏହାକୁ ବର୍ଷ ବର୍ଷ ଧରି ଅନୁପାଳନ କରାଯାଉ ନାହିଁ l NEET, ଘରୋଇ ବିଶ୍ବ ବିଦ୍ୟାଳୟ, AIIMS ପରେ ୧୩୬୦ ସିଟ୍ ନାମ ଲେଖା ପାଇଁ ଉପଲବ୍ଧ l ତନ୍ମଧ୍ୟରୁ ରାଜ୍ୟର ୬% ଜନସଂଖ୍ୟାରୁ ଆସୁଥିବା ସାଧାରଣ ବର୍ଗର ଛାତ୍ରଛାତ୍ରୀଙ୍କ ପାଇଁ ୧୦% ସଂରକ୍ଷଣ EWS ଦ୍ଵାରା ସୁନିଶ୍ଚିତ କରାଯାଇଛି l SC, ST ମାନଙ୍କୁ ୩୮.୭୫% ପରିବର୍ତ୍ତେ ମାତ୍ର ୨୦% ସଂରକ୍ଷଣ ଦିଆ ଯାଉ ଥିବାରୁ ଏହି ବର୍ଗ ୨୫୫ଟି MBSS ସିଟ୍ ହରାଇବାକୁ ଯାଉଛି l ଅନୁରୂପ ଭାବେ ପଛୁଆବର୍ଗ (OBC) ଙ୍କୁ ଆଦୌ ସଂରକ୍ଷଣ ଦିଆ ଯାଉ ନାହିଁ l ୨୭% ସଂରକ୍ଷଣ ଦିଆ ଯାଇ ନ ଥିବାରୁ ସେମାନେ ୩୬୭ ସିଟ୍ ହରାଇବାକୁ ଯାଉଛନ୍ତି l ତେଣୁ ଆସନ୍ତା ୨୯ ତାରିଖରୁ ହେବାକୁ ଥିବା ନାମ ଲେଖା ପ୍ରକ୍ରିୟା ବାତିଲ କରି SC,ST o OBC ଙ୍କୁ ସମ୍ବିଧାନ ପ୍ରଦତ୍ତ ସଂରକ୍ଷଣ ପ୍ରଦାନ ପୂର୍ବକ ନୂତନ ବିଜ୍ଞପ୍ତି ପ୍ରକାଶ କରାଯାଉ l