ପୁଣି ଚର୍ଚ୍ଚାରେ କିଙ୍ଗ ଖାନ୍ ଜାଣନ୍ତୁ କାହିଁକି

ମୁମ୍ବଇ : ପୁଣି ଚର୍ଚ୍ଚାରେ ବଲିୟୁଡର କିଙ୍ଗ୍‌ ଖ୍ୟାନ୍‌  । ବଲିଉଡର ସୁପରଷ୍ଟାର ଶାହରୁଖ ଖାନ୍‌ ସବୁବେଳେ ନିଜ ଫିଲ୍କର ଯାଦୁରେ ପ୍ରଶଂସକ ହୃଦୟକୁ ଜିତି ଥାଆନ୍ତି । କିନ୍ତୁ ଏଥର ଫର୍ଚୁନ ଇଣ୍ଡିଆର ସେଲିବ୍ରିଟି ଟିକସଦାତା ତାଲିକାରେ ଶୀର୍ଷରେ ରହିଛନ୍ତି ବଲିଉଡ୍‌ ସୁପରଷ୍ଟାର ଶାହରୁଖ ଖାନ୍‌ । ସେ ସର୍ବାଧିକ ୯୨ କୋଟି ଟଙ୍କାର ଟିକସ ପ୍ରଦାନ କରିଛନ୍ତି। ଫର୍ଚୁନ ଇଣ୍ଡିଆ ୨୦୨୩-୨୪ ଆର୍ଥିକ ବର୍ଷରେ କଳାକାର ଏବଂ କ୍ରୀଡାବିତମାନେ ଦେଇଥିବା ଟିକସ ଉପରେ ଏକ ରିପୋର୍ଟ ପ୍ରକାଶ ମଧ୍ୟ କରିଛି । ଶାହରୁଖଙ୍କ ପରେ ୨ୟ ସ୍ଥାନରେ ଅଛନ୍ତି ସାଉଥ୍‌ ଅଭିନେତା ଥଲପତି ବିଜୟ । ସେ ୮୦ କୋଟି ଟିକସ ପ୍ରଦାନ କରିଛନ୍ତି । ସେହିପରି
ତିନି ନମ୍ବରରେ ସୁପରଷ୍ଟାର ସଲମାନ ଖାନ ଅଛନ୍ତି, ୭୫ କୋଟି ଟଙ୍କା ଟ୍ୟାକ୍ସ ଦେଇଛନ୍ତି। ଚତୁର୍ଥ ସ୍ଥାନରେ ସୁପରଷ୍ଟାର ଅମିତାଭ ବଚ୍ଚନ, ଯିଏ ୭୧ କୋଟି ଟଙ୍କା ଟ୍ୟାକ୍ସ ଦେଇଛନ୍ତି। ପଞ୍ଚମ ସ୍ଥାନରେ ବିରାଟ କୋହଲି, ଯିଏ ୨୦୨୪ରେ ୬୬ କୋଟି ଟଙ୍କା ଟିକସ ଦେଇଛନ୍ତି। ଏହା ବ୍ୟତୀତ ମହେନ୍ଦ୍ର ସିଂ ଧୋନି ୩୮ କୋଟି ଟଙ୍କା ଏବଂ ସଚିନ ତେନ୍ଦୁଲକର ୨୮ କୋଟି ଟଙ୍କା ସହିତ ଶ୍ରେଷ୍ଠ ୧୦ ତାଲିକାରେ ସ୍ଥାନ ପାଇଛନ୍ତି।

Leave a Reply

Your email address will not be published. Required fields are marked *