ରାଷ୍ଟ୍ରଭାଷା ପରୀକ୍ଷାର ମର୍ଯ୍ୟାଦାହାନି ନକରିବାକୁ ଅନୁରୋଧ

ଭୁବନେଶ୍ୱର,୪ା୧୦: ୧୯୫୪ ମସିହାରୁ ଓଡ଼ିଶାରେ ହିନ୍ଦୀ ପ୍ରଚାର, ପ୍ରସାର ଜାରି ରହିଛି । ଓଡିଶା ରାଷ୍ଟ୍ରଭାଷା ପରିଷଦ, ଜଗନ୍ନାଥଧାମ, ଚକ୍ରକୋଟଲେନ, ଦାମୋଦରରୋଡ, ବଳିଆପଣ୍ଡା, ପୁରୀ-୧ ପକ୍ଷରୁ ଏହା ଚାଲୁରହିଛି । ଏହି ସଂସ୍ଥାଦ୍ୱାରା ପରିଚାଳିତ ସମସ୍ତ ପରୀକ୍ଷା ଭାରତ ସରକାର ତଥା ଓଡିଶା ସରରକାରଙ୍କ ସ୍ଥାୟୀ ମାନ୍ୟତା ପାଇଛି । ପ୍ରତି ବର୍ଷ ଏହି ସଂସ୍ଥାରେ ହଜାର ହଜାର ପରୀକ୍ଷାର୍ଥୀ ଉତ୍ତୀର୍ଣ୍ଣ ହୋଇ ରାଜ୍ୟ ତଥା ରାଜ୍ୟ ବାହାରେ ବିଭିନ୍ନ ସରକାରୀ ଓ ବେସରକାରୀ ସଂସ୍ଥାରେ କର୍ମ ସଂସ୍ଥାନ କରୁଛନ୍ତି । ଏହି ସଂସ୍ଥା ଓଡିଶାରେ ରାଷ୍ଟ୍ରଭାଷା ପ୍ରାଥମିକ ଠାରୁ ଶାସ୍ତ୍ରୀ ପର୍ଯ୍ୟନ୍ତ ପରୀକ୍ଷା ପରିଚାଳନା କରୁଛି । ବର୍ଷର ବିଭିନ୍ନ ସମସୟରେ କର୍ମଶାଳା, ଭାଷା ଶିକ୍ଷଣ ଆଦି ଅନେକ କାର୍ଯ୍ୟକ୍ରମ ମଧ୍ୟ କରୁଛି । କେତେକ ସାମ୍ବାଦିକ ତଥା ଶିକ୍ଷା ବିଭାଗର ଉଚ୍ଚ ଅଧିକାରୀମାନେ ଅନୁଷ୍ଠାନ ସଂପର୍କରେ ଅନୁଶୀଳନ ନକରି ତଥ୍ୟ ଅନୁସନ୍ଧାନ ନକରି ଅନୁଷ୍ଠାନର ମର୍ଯ୍ୟାଦାହାନୀ କଲା ଭଳି ସମ୍ବାଦ ପରିବେଷଣ ନକରିବାକୁ ଅନୁଷ୍ଠାନର ସାଧାରଣ ସମ୍ପାଦକ ବଳରାମ ରଣସିଂହ ଅନୁରୋଧ କରିଛନ୍ତି । ଏହାସହିତ ସେ ଆହୁରି ମଧ୍ୟ କହିଛନ୍ତିଯେ, ସଠିକ ପ୍ରମାଣପତ୍ର ସହ ଆମ ଅନୁଷ୍ଠାନ ନିର୍ଭୀକ ଭାବେ କାର୍ଯ୍ୟ କରୁଛି ।

Leave a Reply

Your email address will not be published. Required fields are marked *