ଲ୍ୟାଣ୍ଡଫଲ ପରେ ଦୁର୍ବଳ ହେଲା ‘ଦାନା ‘ ଆଜି ବର୍ଷା ପାଇଁ ୯ ଜିଲ୍ଲାକୁ ରେଡ ୱାର୍ଣିଂ ଜାରି କଲା ପାଣିପାଗ ବିଭାଗ

ବାତ୍ୟା ‘ଦାନା’ର ଲ୍ୟାଣ୍ଡଫଲ୍ ପ୍ରକ୍ରିୟା ଶେଷ ହୋଇଛି। ଗତକାଲି ମଧ୍ୟ ରାତ୍ରିରେ ଏହା ଭିତରକନିକାର ହବାଳିଖଟି ନେଚରକ୍ୟାମ୍ପ ନିକଟରେ ସ୍ଥଳ ଭାଗ ଛୁଇଁଥିଲା । ଲ୍ୟାଣ୍ଡଫଲ ପ୍ରକ୍ରିୟା ଆଜି ସକାଳେ ଶେଷ ହୋଇଥିବା ନେଇ ଭାରତୀୟ ପାଣିପାଗ ବିଭାଗ ସୂଚନା ଦେଇଛି ।ଗତକାଲି ଭୀଷଣ ବାତ୍ୟାର ରୂପ ନେଇଥିବା ‘ଦାନା ସ୍ଥଳ ଭାଗ ଛୁଇଁବା ପରେ ‘ ଦୁର୍ବଳ ହୋଇ ଆଜି ବାତ୍ୟାରେ ପରିଣତ ହୋଇଛି।ଦୁର୍ବଳ ହୋଇ ଘଣ୍ଟାକୁ ଏହା ୧୦ କିମି ବେଗରେ ଗତି କରୁଛି । ଏଥିସହ ଉତ୍ତର ଉତ୍ତରପଶ୍ଚିମ ଦିଗ ଆଡ଼େ ଗତି କରୁଛି ।

‘ଦାନା’ ବାତ୍ୟାରେ ପରିଣତ ହେବା ପରେ ସ୍ଥଳ ଭାଗରେ ପବନର ବେଗ ୮୦ରୁ ୯୦ କିମି ରହିଛି । ଦଲକା ପବନର ବେଗ ୧୦୦ କିମି ପର୍ଯ୍ୟନ୍ତ ରହିଛି ।

ସେହିପରି ଏହାର ପ୍ରଭାବରେ ଉପକୂଳ ଓ ଆଭ୍ୟନ୍ତରିଣ ଓଡ଼ିଶାରେ ପ୍ରବଳ ବର୍ଷା ନେଇ ପୂର୍ବାନୁମାନ କରିଛି ଆଏମଡି। ଅନୁଗୁଳ, ଢେଙ୍କାନାଳ, ଯାଜପୁର, ଭଦ୍ରକ, କଟକ, କେନ୍ଦ୍ରାପଡ଼ା, ଖୋର୍ଦ୍ଧା ଜଗତସିଂହପୁର ଓ ପୁରୀ ରେଡ ୱାର୍ଣିଂ ଜାରି କରାଯାଇଛି। ପ୍ରବଳ ବର୍ଷା ଯୋଗୁଁ ବନ୍ୟା ପରିସ୍ଥିତି ପାଈଁ ସତର୍କତା ଜାରି କରିଛି ପାଣିପାଗ ବିଭାଗ।

Leave a Reply

Your email address will not be published. Required fields are marked *