ନ୍ୟୁଜିଲ୍ୟାଣ୍ଡ ସିରିଜରେ ଭାରତର ଖରାପ ପ୍ରଦର୍ଶନ ଜାରି, ଦ୍ଵିତୀୟ ମ୍ୟାଚର ପ୍ରଥମ ପାଳିରେ ୧୫୬/୧୦

ଟିମ୍ ଇଣ୍ଡିଆ ଏବଂ ନ୍ୟୁଜିଲ୍ୟାଣ୍ଡ ମଧ୍ୟରେ ଦ୍ୱିତୀୟ ମ୍ୟାଚ୍ ପୁନେର ମହାରାଷ୍ଟ୍ର କ୍ରିକେଟ୍ ଆସୋସିଏସନ୍ (ଏମସିଏ) ଷ୍ଟାଡିୟମରେ ଖେଳାଯାଉଛି | ଆଜି ମ୍ୟାଚର ଦ୍ୱିତୀୟ ଦିନ |  ଏହି ଦିନ ଭାରତ ତାର ପ୍ରଥମ ପାଳିରେ ମାତ୍ରା ୧୫୬ ରନ୍ କରି ସମସ୍ତ ୱିକେଟ ହରାଇଛି। ତେବେ ନ୍ୟୁଜିଲ୍ୟଣ୍ଡ ୧୦୩ ରନରେ ଆଗାରେ ରହିଛି। ନ୍ୟୁଜିଲ୍ୟାଣ୍ଡ ପକ୍ଷରୁ ମିଚିଲ ସଂଟନର ସର୍ବାଧିକ ୭ ୱିକେଟ ନେଇଛନ୍ତି। ଯାହା ଫଳରେ ଭାରତର ସ୍ଥିତି ଏହି ମ୍ୟାଚରେ ଖରାପ ରହିଛି। ଏହି ମ୍ୟାଚ୍‌ରେ ନ୍ୟୁଜିଲ୍ୟାଣ୍ଡର ଅଧିନାୟକ ଟମ୍ ଲାଥାମ୍ ଟସ୍ ଜିତି ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଥିଲେ। ନ୍ୟୁଜିଲ୍ୟାଣ୍ଡ ଏହାର ପ୍ରଥମ ଇନିଂସରେ ୨୫୯ ରନ୍ ସଂଗ୍ରହ କରିଥିଲା। ୱାଶିଂଟନ୍ ସୁନ୍ଦର ଭାରତ ପାଇଁ ୭ ୱିକେଟ୍ ନେଇଥିଲେ। ଏହାର ଜବାବରେ ଦ୍ୱିତୀୟ ଦିନର ମଧ୍ୟାହ୍ନ ଭୋଜନ ପରେ ଭାରତୀୟ ଦଳ ମାତ୍ରା ୧୫୬ ରନରେ ଅଲ୍ ଆଉଟ୍ ହୋଇଛି।
ସୂଚନାଯୋଗ୍ୟ ଏହି ସିରିଜର ପ୍ରଥମ ମ୍ୟାଚରେ ନ୍ୟୁଜିଲାଣ୍ଡ ଭାରତକୁ ୮ ୱିକେଟରେ ପରାସ୍ତ କରି ଶୃଙ୍ଖଳାରେ ୧-୦ ରେ ଆଗରେ ରହିଛି।

Leave a Reply

Your email address will not be published. Required fields are marked *