୨୦୨୪ ଆମେରିକା ରାଷ୍ଟ୍ରପତି ନିର୍ବାଚନ; ୨୪ ବର୍ଷ ପରେ ଇତିହାସ ହେବାକୁ ଯାଉଛି କି?

ନୂଆଦିଲ୍ଲୀ: (ବିଜୟ ସାହୁ)- ଆଗାମୀ ମଙ୍ଗଳବାର ଅନୁଷ୍ଠିତ ହେବାକୁ ଯାଉଥିବା ଆମେରିକା ରାଷ୍ଟ୍ରପତି ନିର୍ବାଚନ Close Fight ଆଡକୁ ଯାଉଛି । ବର୍ତ୍ତମାନର ଶେଷ National Poll ଅନୁଯାୟୀ ଡେମୋକ୍ରାଟିକ ପାର୍ଟି ପ୍ରାର୍ଥୀ କମାଲା ହାରିସ ଓ ରିପବ୍ଲିକାନ ପାର୍ଟି ପ୍ରାର୍ଥୀ ଡୋନାଲଡ଼ ଟ୍ରମ୍ଫ ମଧ୍ୟରେ ଜନମତ ସର୍ଭେର Poll Of Polls ରେ ମାତ୍ର 0.7 % ବ୍ୟବଧାନ ରହିଛି । କମଲା ହାରିଶ ମାତ୍ର 0.7% ଅଧିକ ଭୋଟ ପାଇଛନ୍ତି । କମଲା 48.5 %ଓ ଟ୍ରମ୍ଫ 47.8% ଭୋଟ ପାଇଛନ୍ତି । ତିନିମାସ ତଳେ ଯେଉଁ ସର୍ଭେ ହେଇଥିଲା କମଲା ହାରିଶ 4% ରୁ ଅଧିକ ଭୋଟ ପାଇ ସ୍ପଷ୍ଟ ଭାବରେ ଆଗୁଆ ଥିଲେ ।

24 ବର୍ଷ ତଳେ ଟେକ୍ସାସର ଗଭର୍ଣ୍ଣର ଜର୍ଜ ବୁଶ ସେତେବେଳର ଭାଇସ ପ୍ରେସିଡେଣ୍ଟ ଅଲ ଗୋରେଙ୍କୁ ଫଟୋ ଫିନିସ ଭଳି ହରେଇ ଥିଲେ । ଫ୍ଲୋରିଡା ରାଜ୍ୟରୁ ଏଭଳି ନିକଟ ମାର୍ଜିନରେ ଜିତିଥିଲେ ଯେ ପୁନର୍ବାର ଭୋଟ ଗଣତି କରିବାକୁ ପଡିଥିଲା ଓ ମାସାଧିକ କାଳ ଆଇନ ଲଢେ଼ଇ ପରେ ଆମେରିକା ସୁପ୍ରିମକୋର୍ଟ 5-4   ରାୟରେ ବୁଶଙ୍କୁ ବିଜୟୀ ଘୋଷଣା କରିଥିଲେ । କାରଣ ଫ୍ଲୋରିଡାର 25 ଟି ଇଲେକ୍ଟ୍ରୋରାଲ ଭୋଟ ବୁଶଙ୍କ ଖାତାକୁ ଯିବାରୁ ସେ 271 ଭୋଟ ପାଇଥିଲେ ଓ ଅଲ ଗୋରେ 266ଟି ଭୋଟ ପାଇଥିଲେ ।
1876 ରାଷ୍ଟ୍ରପତି ନିର୍ବାଚନ ପରେ 2000 ରାଷ୍ଟ୍ରପତି ନିର୍ବାଚନ ସବୁଠାରୁ ନିକଟତମ ନିର୍ବାଚନ ଥିଲା । କିନ୍ତୁ ଅଲ ଗୋରେ ପପୁଲାର ଭୋଟରେ ବହୁତ ଆଗୁଆ ଥିଲେ ।

ଏଥର କେତୋଟି Swing States ର ଅଧିକ ଭୋଟ ଯାହା ସପକ୍ଷରେ ଯିବ ସେ ଜିତିବେ ।
ସମୁଦାୟ 7ଟି Sun Belt ଓ Rust Belt ଅଞ୍ଚଳର ବୃହତ ରାଜ୍ୟଗୁଡ଼ିକର ଅଧିକ Swing ଭୋଟ ଯାହା ସପକ୍ଷରେ ଯାଏ ସେ ନିର୍ବାଚିତ ହୁଅନ୍ତି ।

Sun Belt States –
ଆରିଜୋନା( 11), କାଲିଫର୍ଣ୍ଣିଆ(54), ଫ୍ଲୋରିଡା(30), ଜର୍ଜିଆ(16), ଲୋସିଆନା(8), ନେଭଦା(6), ମିଶିଶିପି(6),ନିୟୁ ମେକ୍ସିକୋ(5), ସାଉଥ କାରୋଲିନା(9) ଓ ଟେକ୍ସାସ (40 )। ଏହି ରାଜ୍ୟଗୁଡ଼ିକର ଇଲେକ୍ଟ୍ରୋରାଲ ଭୋଟ ହେଉଛି – 185 .
ଦ୍ୱିତୀୟ ବିଶ୍ୱଯୁଦ୍ଧ ପରେ Sun Belt ରାଜ୍ୟଗୁଡିକର ଜନସଂଖ୍ୟା ଦ୍ରୁତ ବୃଦ୍ଧି ପାଇଛି । ଅଧିକାଂଶ ମାଇଗ୍ରେସନ ଏହି ଅଞ୍ଚଳକୁ ହେଇଛି । ଆକାଶରେ ମେଘମୁକ୍ତ ଉଜ୍ଜ୍ୱଳ ସୂର୍ଯ୍ୟ କିରଣ ଓ ଗରମ ବାୟୁମଣ୍ଡଳ ଏହି ଅଞ୍ଚଳକୁ Retiring Baby Boomers ଓ ଆର୍ଥିକ କ୍ରିୟାକଳାପ ସନ୍ଧାନୀମାନେ ବହୁ ସଂଖ୍ୟାରେ ପହଞ୍ଚି ଥିଲେ । ଯେହେତୁ ଅଧିକାଂଶ ନିର୍ମାଣ ନୂଆ କରି ହେଇଥିଲା, ତେଣୁ ସେଗୁଡିକ ଆଧୁନିକ ଶୈଳୀରେ ଓ ପ୍ରଶସ୍ତ ଜାଗାରେ ହେଇଥିଲା । ଅବସର ବିନୋଦନ ପାଇଁ ମଧ୍ୟ ସହରଗୁଡ଼ିକ ସବୁ ଋତୁରେ ପର୍ଯ୍ୟଟନ ଅନୁକୂଳ ଥିଲା । ତେଣୁ ପର୍ଯ୍ୟଟନ ଶିଳ୍ପର ଦ୍ରୁତ ବିକାଶ ଘଟିଥିଲା । 2023 ଜନଗଣନା ଅନୁଯାୟୀ ଆମେରିକାର 15ଟି ଦ୍ରୁତ ବିକାଶ ସହର ମଧ୍ୟରୁ 12ଟି ସହର Sun Belt ଅଞ୍ଚଳରେ ରହିଛି ।  ଆମେରିକାର ରାଜ୍ୟଗୁଡିକର ନିର୍ବାଚନ ଆଇନ ଅନୁଯାୟୀ ଜନ ବହୁଳ ରାଜ୍ୟର ଇଲେକ୍ଟ୍ରୋରାଲ କଲେଜ ଭୋଟ ସଂଖ୍ୟା ନିରୂପଣ ହେଉଥିବାରୁ ଏହି ଅଞ୍ଚଳରେ ଥିବା Swing States ଭୋଟ ଯାହା ସପକ୍ଷରେ ଯାଆନ୍ତି , ସିଏ ରାଷ୍ଟ୍ରପତି ହେବା ସମ୍ଭାବନା ଅଧିକ ।

Rust Belt States –
ଇଲିନୟ(19) ,ଇଣ୍ଡିଆନା(11), ମିଚିଗାନ(15),ନ୍ୟୁୟର୍କ(28), ମିଶୋରୀ(10),ଓହିଓ(17),
ପେନସିଲଭାନିଆ(19)ୱେଷ୍ଟ  ଭର୍ଜେନୀୟା(4),ଉଇସକନସିନ
(10) ରାଜ୍ୟଗୁଡ଼ିକ ଏହି ଅଞ୍ଚଳରେ ରହିଛନ୍ତି । ଏହି ରାଜ୍ୟଗୁଡ଼ିକର ସମୁଦାୟ ଇଲେକ୍ଟ୍ରୋରାଲ ଭୋଟ ହେଉଛି -133 .
ଏକଦା ଏହି ଅଞ୍ଚଳ ଏକ ଉତ୍ପାଦନ କେନ୍ଦ୍ର ଥିଲା । ଇସ୍ପାତ ଶିଳ୍ପ, ଅଟୋମୋବାଇଲ କାରଖାନା, କୋଇଲା ଖଣି ଅଞ୍ଚଳ ଥିଲା । ଜର୍ମାନୀର ରୁର ଭାବରେ ପରିଚିତ ଥିଲା । ତେଣୁ ଇଉରୋପ,ଇଂଲଣ୍ଡ , ଆଫ୍ରିକାରୁ ସର୍ବାଧିକ ପଳାୟନ ଏହି ଅଞ୍ଚଳକୁ ହେଇଥିଲା । ତେଣୁ ଏହାକୁ ଏକଦା ଆମେରିକାର ଅର୍ଥନୈତିକ ସମୃଦ୍ଧ ଅଞ୍ଚଳ ବୋଲି କୁହା ଯାଉଥିଲା । 1950ରୁ 1980 ମଧ୍ୟରେ ତୀବ୍ର ବିଦେଶୀ ପ୍ରତିଦ୍ବନ୍ଦିତା , ଶ୍ରମ ମୂଲ୍ୟ ବୃଦ୍ଧି, ସରଞ୍ଜାମ ଓ ଭିତ୍ତିଭୂମିଗୁଡ଼ିକର ଆଧୁନିକୀକରଣ କ୍ଷେତ୍ରରେ ବ୍ୟର୍ଥତା , ପ୍ରଯୁକ୍ତି ବିଦ୍ୟାରେ ଅଗ୍ରଗତି ଯୋଗୁଁ ଶ୍ରମ ଶକ୍ତି ହ୍ରାସ ଯୋଗୁଁ ଜନସଂଖ୍ୟା ହ୍ରାସ ଘଟିଥିଲା ।
ଦାରିଦ୍ର୍ୟ, ବେକାରୀ ବୃଦ୍ଧି ଯୋଗୁଁ ଲୋକେ ଅନ୍ୟ ଅଞ୍ଚଳକୁ ପଳାୟନ କଲେ । ଏହା ଏକ କଳଙ୍କି କାରଖାନା ଅଞ୍ଚଳରେ ରୂପାନ୍ତରିତ ହେଇଗଲା । 1984 ରାଷ୍ଟ୍ରପତି ନିର୍ବାଚନରେ ଡେମୋକ୍ରାଟିକ ପାର୍ଟିର ପ୍ରାର୍ଥୀ ୱାଲଟର ମାଣ୍ଡଲେ ଏହି ଅଞ୍ଚଳକୁ Rust Belt ନାଁ ଦେଇଥିଲେ ।

ଜନସଂଖ୍ୟା ହ୍ରାସ ଯୋଗୁଁ Sun Belt States ତୁଳନାରେ Rust Belt States ର ଭୋଟ ସଂଖ୍ୟା 52ଟି କମ ।

7 SWING STATES –
ପେନସିଲଭାନିଆ, ଜର୍ଜିଆ,ନର୍ଥ କାରୋଲିନା,ମିଚିଗାନ,ଆରିଜୋନା,ଉଇସକନସିନ ,ନେଭଦା । ଏହି ରାଜ୍ୟଗୁଡିକର 93ଟି ଇଲେକ୍ଟ୍ରୋରାଲ ଭୋଟ ସବୁବେଳେ ଦୋଳାୟମାନ ରହିଥାଏ ଓ ଡେମୋକ୍ରାଟ କିମ୍ବା ରିପବ୍ଲିକାନ ପାର୍ଟିର ପ୍ରାର୍ଥୀ ଅଧିକାଂଶ ଭୋଟ ନେଇ ପାରନ୍ତି ।

ଚଳିତ ନିର୍ବାଚନରେ ମୁଖ୍ୟ ଇସ୍ୟୁ –
ଜନମତ ସର୍ଭେ ଅନୁଯାୟୀ ଭୋଟର ମାନଙ୍କ ପାଇଁ ମୁଖ୍ୟ ଇସ୍ୟୁଗୁଡ଼ିକ ହେଉଛି –
1-ଆର୍ଥିକ ମୁଦା, ଚାକିରୀ, ଷ୍ଟକ ମାର୍କେଟ -24%
2-ଗର୍ଭପାତ -18%
3-ଇମିଗ୍ରେସନ -15%
4-ଗଣତନ୍ତ୍ର ସ୍ଥିତି ଓ ଭ୍ରଷ୍ଟାଚାର -8%
5-ପ୍ରାର୍ଥୀଙ୍କ ଚରିତ୍ର ଓ ସାମର୍ଥ୍ୟ -6%
6-ମୁଦ୍ରାସ୍ଫୀତି/ଜୀବିକାସୂଚନାଙ୍କ-4%
7-ବୈଦେଶିକ ନୀତି -3%
8-ସମତା/ବୈଷମ୍ୟ -2%
9- ଟିକସ -2%
10-ଜଳବାୟୁ ପରିବର୍ତ୍ତନ – 1%ରୁ କମ
11-ସ୍ୱାସ୍ଥ୍ୟ -1%ରୁ କମ
12-ମଧ୍ୟ ପ୍ରାଚ୍ୟ, ଇସ୍ରାଇଲ,ପାଲେଷ୍ଟାଇନ -1% ରୁ କମ
13-ଜାତିଗତ ବିଭେଦ /ଜାତିଗତ ଇସ୍ୟୁ -1%ରୁ କମ
14-ଅପରାଧ -1%ରୁ କମ

ସର୍ବଶେଷ ଜାତୀୟ ସର୍ଭେର
ଟ୍ରେଣ୍ଡ –
7 ଟି Swing States ରେ ଜାତୀୟ ସର୍ଭେରେ ଯେଉଁ ଟ୍ରେଣ୍ଡ ଆସିଛି ସେଥିରେ କମଲା ହାରିଶ ଓ ଟ୍ରମ୍ଫଙ୍କ ମଧ୍ୟରେ ବ୍ୟବଧାନ ଆଦୌ ନାହିଁ କହିଲେ ଚଳେ ।
କମଲା ହାରିଶ ମିଚିଗାନରେ  1.1%,ଇଉସିଗନସିନରେ 0.8% ଭୋଟରେ ଅଗ୍ରଣୀ ଥିଲା ବେଳେ ଟ୍ରମ୍ଫ ପେନସିଲାଭନିଆରେ 0.4%, ନର୍ଥ କାରୋଲିନାରେ 0.9%,ଜର୍ଜିଆ ରେ 1.3%,ଆରିଜୋନାରେ 2.6%,ନେଭଦାରେ 0.4% ଭୋଟରେ ଅଗ୍ରଣୀ ଅଛନ୍ତି ।
କିନ୍ତୁ ଜାତୀୟ ସର୍ଭେରେ ହାରିଶ ମାତ୍ର  0.7% ଅଗ୍ରଣୀ ଅଛନ୍ତି ।
ଯଦି ଚୂଡାନ୍ତ ଭୋଟରେ କମଲା ହାରିଶଙ୍କ ଭୋଟ ହାର ଏହି 7ଟି ରାଜ୍ୟରେ ଯଥେଷ୍ଟ ବୃଦ୍ଧି ନ ପାଏ ତାହେଲେ ଟ୍ରମ୍ଫଙ୍କ ରାଷ୍ଟ୍ରପତି ନିର୍ବାଚିତ ହେବା ସମ୍ଭାବନା ବେଶି ।
ପାରମ୍ପରିକ ରାଜ୍ୟଗୁଡ଼ିକରେ ଡେମୋକ୍ରାଟିକ ଓ ରିପବ୍ଲିକାନ ପାର୍ଟିର ସ୍ଥିତିରେ ବିଶେଷ ପରିବର୍ତ୍ତନ ହୁଏ ନାହିଁ ।

ନିର୍ବାଚନ ସମୀକ୍ଷକଙ୍କ ଏଥର କହିବା କଥା ସମସ୍ତ ସର୍ଭେ ଭୁଲ ପ୍ରମାଣିତ ହେଇପାରେ । କାରଣ ସର୍ଭେରେ ଭୋଟରମାନେ ଖୋଲାଖୋଲି ମତ ଦେଉ ନାହାନ୍ତି । ସେମାନେ ଆତଙ୍କିତ ଅଵସ୍ଥାରେ ଅଛନ୍ତି । ସେହିପରି ଆମେରିକା ଶିଳ୍ପ ଜଗତ, ବ୍ୟାଙ୍କ , ଆଇ ଟି ଇଣ୍ଡଷ୍ଟ୍ରି ମଧ୍ୟ ଆତଙ୍କିତ ଅବସ୍ଥାରେ ଅଛନ୍ତି । ଏହି Swing States ଗୁଡ଼ିକରେ 500 ଆଇ ଟି ଓ ବୃହତ ମାନୁଫାକଚରିଂ ଶିଳ୍ପ ରହିଛି । ଟ୍ରମ୍ଫଙ୍କ ଆକ୍ରମଣାତ୍ମକ ପ୍ରଚାର ଯୋଗୁଁ ସେମାନେ କୌଣସି ପକ୍ଷ ଖୋଲାଖୋଲି ନେଉନାହାନ୍ତି ।
ତେଣୁ ନିର୍ବାଚନ ଫଳାଫଳ ଫଟୋ ଫିନିସ ଭଳି ହେଇପାରେ ।

Leave a Reply

Your email address will not be published. Required fields are marked *