ଏକ ବଡ ରେକର୍ଡରୁ ଆଉ ମାତ୍ର ଗୋଟିଏ ୱିକେଟ ପଛରେ ଅଛନ୍ତି ଉପ-ଅଧିନାୟକ ବୁମ୍ରା

ଜସପ୍ରୀତ ବୁମ୍ରାଙ୍କ ନେତୃତ୍ୱରେ ଭାରତୀୟ ଦଳ  ପର୍ଥର ଅପ୍ଟସ୍ ଷ୍ଟାଡିୟମରେ ପ୍ରଥମ ଟେଷ୍ଟରେ ଅଷ୍ଟ୍ରେଲିଆ ଉପରେ ଏକ ଚମତ୍କାର ବିଜୟ ହାସଲ କରିଛନ୍ତି। ରୋହିତ ଶର୍ମାଙ୍କ ଦ୍ୱିତୀୟ ସନ୍ତାନ ଜନ୍ମ ହେତୁ ବୁମରାଙ୍କୁ ଅଧିନାୟକତ୍ୱ କରିବାକୁ ପଡ଼ିଥିଲା। ଅଧିନାୟକତ୍ୱ ମଙ୍ଗ ସମ୍ଭାଳିବା ସହିତ ବୁମରା ମଧ୍ୟ ବୋଲିଂରେ ଭଲ ପ୍ରଦର୍ଶନ କରିଥିଲେ ଏବଂ ପ୍ରଥମ ମ୍ୟାଚ୍‌ରେ କାଙ୍ଗାରୁ ଦଳକୁ ୨୯୫ ରନରେ ପରାସ୍ତ କରିଥିଲେ। ଡିସେମ୍ବର ୬ ରୁ ଆରମ୍ଭ ହେବାକୁ ଯାଉଛି ଦ୍ୱିତୀୟ ଟେଷ୍ଟ । ତେବେ ଏହି ମ୍ୟାଚରେ ବୁମରା ତାଙ୍କ ନାମରେ ଏକ ବଡ଼ ରେକର୍ଡ କରିବାକୁ ଯାଉଛନ୍ତି| ସେ ଏହି ରେକର୍ଡକୁ ହାସଲ କରିବାରୁ କେବଳ ଗୋଟିଏ ୱିକେଟ୍ ପଛରେ ଅଛନ୍ତି।

ପ୍ରଥମ ମ୍ୟାଚରେ ୮ ୱିକେଟ୍ ନେଇଥିବା ଜସପ୍ରୀତ ବୁମ୍ରା ଆଡିଲେଡ୍ ଟେଷ୍ଟରେ ଆଉ ମାତ୍ର ଗୋଟିଏ ୱିକେଟ୍ ନେଲେ ଏକ ବଡ଼ ସଫଳତା ହାସଲ କରିପାରିବେ । ବାସ୍ତବରେ, ବୁମ୍ରା ୨୦୨୪ ରେ ଏପର୍ଯ୍ୟନ୍ତ ୪୯ ଟି ଟେଷ୍ଟ ୱିକେଟ୍ ନେଇଛନ୍ତି। ଚଳିତ ବର୍ଷ ୫୦ ଟି ଟେଷ୍ଟ ୱିକେଟ୍ ପୂରଣ କରିବା ଠାରୁ ସେ ଗୋଟିଏ ୱିକେଟ୍ ଦୂରରେ ଅଛନ୍ତି। ଆଡିଲେଡରେ ଗୋଟିଏ ୱିକେଟ୍ ନେଲେ ସେ ୨୦୨୪ ରେ ୫୦ ଟି ଟେଷ୍ଟ ୱିକେଟ୍ ନେଇ ବିଶ୍ୱର ପ୍ରଥମ ବୋଲର ହେବେ। ୪୬ ୱିକେଟ୍ ନେଇ ଭାରତର ଆର ଅଶ୍ୱିନ ଦ୍ୱିତୀୟ ସ୍ଥାନରେ ଅଛନ୍ତି ।

Leave a Reply

Your email address will not be published. Required fields are marked *