ନରେନ୍ଦ୍ର ମୋଦୀଙ୍କ ୨୦୦ ଯୋଜନା ଭିତରୁ ଏହି ଯୋଜନା ସବୁଠୁ ହିଟ…

ନୂଆଦିଲ୍ଲୀ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ କାର୍ଯ୍ୟକାଳ ୧୦ ବର୍ଷ ପୂରଣ ହୋଇଛି। ଗତ ୧୦ ବର୍ଷ ତାଙ୍କ କାର୍ଯ୍ୟକାଳ ମଧ୍ୟରେ ପ୍ରଧାନମନ୍ତ୍ରୀ ମୋଦୀ ୨୦୦ରୁ ଅଧିକ ଯୋଜନା ଆରମ୍ଭ କରିଛନ୍ତି, କିନ୍ତୁ ଆପଣ ମୋଦୀ ସରକାରଙ୍କ ଯୋଜନା ବିଷୟରେ ଜାଣିଛନ୍ତି କି ଯାହା ସବୁଠୁ ବଡ ହିଟ୍ ହୋଇଛି। ଆସନ୍ତୁ ଜାଣିବା ମୋଦୀ ସରକାରଙ୍କ କେଉଁ ଯୋଜନା ଏପର୍ଯ୍ୟନ୍ତ ସବୁଠୁ ବଡ ହିଟ୍ ହୋଇଛି।

ଏହି ସମ୍ପର୍କିତ ସୂଚନା ଦେଇ ସଡ଼କ, ପରିବହନ  ମନ୍ତ୍ରୀ ହର୍ଷ ମଲହୋତ୍ରା କହିଛନ୍ତି ଯେ ପ୍ରଧାନ ମନ୍ତ୍ର ଜନ ଧନ ଯୋଜନା (PMJDY) ଗରିବ ଲୋକଙ୍କୁ ବ୍ୟାଙ୍କିଙ୍ଗ ଇକୋସିଷ୍ଟମକୁ ଆଣି ସେମାନଙ୍କର ସବୁଠୁ ବଡ ସମସ୍ୟାର ସମାଧାନ କରିଛି । ବର୍ତ୍ତମାନ ଏଥିରେ ୫୪ କୋଟିରୁ ଅଧିକ ଆକାଉଣ୍ଟ ରହିଛି , ଯେଉଁଥିରେ ମୋଟ ଜମା ରାଶି ପ୍ରାୟ ୨.୩୯ ଲକ୍ଷ କୋଟି ଟଙ୍କା ଅଛି।

୨୦୧୪ ମସିହାରେ ମୋଦି ସରକାରଙ୍କ ଦ୍ୱାରା ପ୍ରଧାନ ମନ୍ତ୍ର ଜନ ଧନ ଯୋଜନାର ଆରମ୍ଭ ହୋଇଥିଲା। ଏହି ଯୋଜନାର ଉଦ୍ଦେଶ୍ୟ ହେଉଛି ଦୁର୍ବଳ ବା ଗରିବ ଶ୍ରେଣୀର ଲୋକଙ୍କୁ  ଆର୍ଥିକ ସେବା ଯୋଗାଇ ଦେବା | ଗ୍ରାମାଞ୍ଚଳ, ଅର୍ଦ୍ଧ ସହରାଞ୍ଚଳ ତଥା ମହିଳାମାନଙ୍କ ମଧ୍ୟରେ ପ୍ରଧାନ ମନ୍ତ୍ର ଜନ ଧନ ଯୋଜନା ବିଶେଷ ଭାବରେ ସଫଳ ହୋଇଛି। ଏବଂ ପ୍ରାୟ ୬୬ ପ୍ରତିଶତ ଆକାଉଣ୍ଟ ଏଠାରୁ ଆସିଛି। ଏହା ବ୍ୟତୀତ ଏହି ଯୋଜନା ଅଧୀନରେ ଆକାଉଣ୍ଟଧାରୀମାନଙ୍କୁ ୩୭.୦୨ କୋଟି ରୁପେ କାର୍ଡ ପ୍ରଦାନ କରାଯାଇଛି, ଯେଉଁଥିପାଇଁ ଆକାଉଣ୍ଟରେ ହାରାହାରି ଜମା ରାଶିରେ ଉଲ୍ଲେଖନୀୟ ବୃଦ୍ଧି ଘଟିଛି।

ସେହିପରି ନଭେମ୍ବର ୩୦, ୨୦୨୪ ପର୍ଯ୍ୟନ୍ତ ସମଗ୍ର ଦେଶରେ ପ୍ରାୟ ୩୬ କୋଟି ଆୟୁଷ୍ମାନ କାର୍ଡ ପ୍ରସ୍ତୁତ କରାଯାଇଛି ଏବଂ ଏହି ଯୋଜନା ଅଧୀନରେ ମୋଟ ୨୯,୯୨୯ ଡାକ୍ତରଖାନା ତାଲିକାଭୁକ୍ତ ହୋଇଛି, ଯେଉଁଥିରେ ୧୩,୨୨୨ ଘରୋଇ ଡାକ୍ତରଖାନା ରହିଛି ବୋଲି ମନ୍ତ୍ରୀ ସୂଚନା ଦେଇଛନ୍ତି।

Leave a Reply

Your email address will not be published. Required fields are marked *