+୨ ପରୀକ୍ଷାରେ କପି ରୋକିବାକୁ ଗଠନ ହେବ ଜିଲ୍ଲାସ୍ତରୀୟ ସ୍କ୍ଵାର୍ଡ

ଭୁବନେଶ୍ଵର : ଯୁକ୍ତ ଦୁଇ ପରୀକ୍ଷାରେ କପି ରୋକିବାକୁ ଆକ୍ସନ ମୋଡରେ ଏବେ ଉଚ୍ଚ ଶିକ୍ଷା ବିଭାଗ। କପି ରୋକିବା ନେଇ ଜିଲ୍ଲାସ୍ତରୀୟ ସ୍କ୍ଵାର୍ଡ ଗଠନ ହେବ। କାରଣ ପୂର୍ବରୁ ରାଜ୍ୟସ୍ତରୀୟ ସ୍କ୍ୱାର୍ଡ ଗଠନ ହେଉଥିଲା ଯାହା ଫଳରେ ବିଭିନ୍ନ ଜିଲ୍ଲାରେ ସ୍କ୍ଵାଡ୍‌ ପହଞ୍ଚିପାରୁନଥିଲେ।  ଗତବର୍ଷ ପରୀକ୍ଷା ମୂଳକ ଭାବରେ ମାଲକାନଗିରି, କୋରାପୁଟ ଏବଂ ନବରଙ୍ଗପୁର ଜିଲ୍ଲାରେ ଜିଲ୍ଲାସ୍ତରୀୟ ସ୍କ୍ଵାଡ୍‌ ଗଠନ କରି ସଫଳତା ମିଳିଥିଲା। ବଡ ବଡ ଜିଲ୍ଲାରେ ୨ଟି ଏବଂ ଛୋଟ ଜିଲ୍ଲାରେ ଗୋଟିଏ ସ୍କାର୍ଡ ରହିବ। ଯାହା ପରୀକ୍ଷା ପରିଚାଳନା ଉପରେ ନଜର ରଖିବ । ଏ ନେଇ ସୂଚନା ଦେଇଛନ୍ତି ସିଏଚଏସଇ ଅଧ୍ୟକ୍ଷ। ଯୁକ୍ତ ଦୁଇ ପରୀକ୍ଷାରେ କପି ରୋକିବାକୁ ସମସ୍ତ ପରୀକ୍ଷା କେନ୍ଦ୍ର ଗୁଡିକରେ ସିସି ଟିଭି କ୍ୟାମେରା ଲଗାଯିବାକୁ ବ୍ୟବସ୍ଥା ହୋଇଛି ବୋଲି ସୂଚନା ମିଳିଛି।

Leave a Reply

Your email address will not be published. Required fields are marked *