ଜିଓ ଏୟାରଟେଲ ପରେ, ଏବେ ଭିଆଇ ମଧ୍ୟ ଏହାର ବ୍ୟବହାରକାରୀଙ୍କୁ ଦେବ ଅସୀମିତ ଡାଟା

ନୂଆଦିଲ୍ଲୀ; ଜିଓ, ଏୟାରଟେଲ ଏବଂ ଭୋଡାଫୋନ୍ ଆଇଡିଆ ବା ଭିଆଇ ହେଉଛି ଭାରତର ତିନୋଟି ବୃହତ୍ତମ ଟେଲିକମ୍ କମ୍ପାନୀ। ଜିଓ ଏବଂ ଏୟାରଟେଲ ସେମାନଙ୍କ ଗ୍ରାହକଙ୍କ ପାଇଁ 5G ସେବା ଆରମ୍ଭ କରିସାରିଥିଲେ, ଯାହା ଅଧୀନରେ ଉଭୟ କମ୍ପାନୀ ସେମାନଙ୍କ ଗ୍ରାହକଙ୍କୁ ଅସୀମିତ 5G ର ସୁବିଧା ଦେଉଛନ୍ତି କିନ୍ତୁ ଭିଆଇ ଏହି ପ୍ରସଙ୍ଗରେ ପଛରେ ରହିଯାଇଥିଲା । ଭିଆଇ ଏପର୍ଯ୍ୟନ୍ତ ସମଗ୍ର ଦେଶରେ 5G ସେବା ଆରମ୍ଭ କରିନାହିଁ । ଏହା ବ୍ୟତୀତ ଭିଆଈର ରିଚାର୍ଜ ଯୋଜନା ମଧ୍ୟଅନ୍ୟ କମ୍ପାନୀଙ୍କ ଠାରୁ ମହଙ୍ଗା ଏହି କାରଣରୁ, ଗତ କିଛି ଦିନ ମଧ୍ୟରେ ଭିଆଇ ବ୍ୟବହାରକାରୀମାନେ ବହୁ ଅସୁବିଧାର ସମ୍ମୁଖୀନ ହୋଇଥିଲେ, କିନ୍ତୁ ବର୍ତ୍ତମାନ ଭିଆଇ ଏହାର ବ୍ୟବହାରକାରୀଙ୍କୁ ଏକ ସମାଧାନର ବାଟ ବାହାର କରିଛି।
ଭୋଡାଫୋନ୍ ଆଇଡିଆ ବା ଭିଆଇ ଏହାର ବ୍ୟବହାରକାରୀଙ୍କ ପାଇଁ ଜିଓ ଏବଂ ଏୟାରଟେଲର ଅସୀମିତ 5G ସହିତ ପ୍ରତିଦ୍ୱନ୍ଦ୍ୱିତା କରିବା ପାଇଁ ଅସୀମିତ 4G ଡାଟା ଆରମ୍ଭ କରିଛି ।Vi ର ଏହି ନୂତନ ବୈଶିଷ୍ଟ୍ୟ ସହିତ, ବର୍ତ୍ତମାନ Vi ବ୍ୟବହାରକାରୀମାନେ ମଧ୍ୟ ଅସୀମିତ ଡାଟାର ଲାଭ ପାଇପାରିବେ ।
କମ୍ପାନୀର ଏହି ଅଫର ବିଷୟରେ କହିବାକୁ ଗଲେ ଭିଆଇ ଏବେ ୩୬୫ ଟଙ୍କାରୁ ଅଧିକ ରିଚାର୍ଜ କରୁଥିବା ଉପଭୋକ୍ତାମାନଙ୍କୁ ଅସୀମିତ ଡାଟା ପ୍ରଦାନ କରିବ। ଅର୍ଥାତ୍, କମ୍ପାନୀ ଏହି ଅଫର ୩୬୫, ୩୭୯, ୪୦୭, ୪୪୯, ୪୦୮, ୪୬୯, ୬୪୯, ୯୭୯, ୯୯୪, ୯୯୬, ୯୯୭, ୯୯୮ ଏବଂ ୧୧୯୮ ଟଙ୍କାର ପ୍ଲାନରେ ପ୍ରଦାନ କରୁଛି। ସୂଚନା ଯୋଗ୍ୟ ଏହି ପ୍ଲାନଗୁଡ଼ିକ ପୂର୍ବରୁ କାର୍ଯ୍ୟକାରୀ ହୋଇସାରିଛି। ଏବେ ଏଗୁଡ଼ିକ ଉପରେ ନୂତନ ସୁବିଧା ଘୋଷଣା କରାଯାଇଛି। ବର୍ତ୍ତମାନ ଏହି ଅଫର ମଧ୍ୟପ୍ରଦେଶ, ରାଜସ୍ଥାନ ଏବଂ ଆନ୍ଧ୍ର ପ୍ରଦେଶରେ ଚାଲୁଛି।