Champions trophy: ଚମ୍ପିୟାନ ଟ୍ରଫିର ପ୍ରଥମ ମ୍ୟାଚ ଜିତିବାକୁ ଭାରତ ଆଗରେ ୨୨୯ ରନର ଟାର୍ଗେଟ, ସେପଟେ ଫର୍ମକୁ ଫେରିଲେ ମହମ୍ମଦ ଶାମି

ଦୁବାଇ: ଚମ୍ପିୟାନ ଟ୍ରଫିର ଦ୍ଵିତୀୟ ମ୍ୟାଚ ଭାରତ ଏବଂ ବାଂଲାଦେଶ ମଧ୍ୟରେ ଆଜି ଦୁବାଇ ଇଣ୍ଟରନ୍ୟାସନାଲ କ୍ରିକେଟ ଗ୍ରାଉଣ୍ଡରେ ମୁକାବିଲା ଚାଲିଛି। ଏହି ମ୍ୟାଚରେ ବାଂଲାଦେଶ ଟସ୍ ଜିତି ପ୍ରଥମେ ବ୍ୟାଟିଂ ନିଷ୍ପତ୍ତି ନେଇଥିଲା। ବାଂଲାଦେଶ ୪୯.୪ ଓଭରରେ ସମସ୍ତ ୱିକେଟ ହାଇର ୨୨୮ ରନ କରଛି। ମ୍ୟାଚକୁ ଜିତିବାକୁ ହେଲା ଭାରତକୁ ୨୨୯ ରନର ଆବଶ୍ୟକତା ରହିଛି।
ବାଂଲାଦେଶ ପ୍ରଥମରୁ ମାତ୍ର ୩୫ ରନରେ ୫ ୱିକେଟ୍ ହରାଇଥିଲା । ଦଳ ପକ୍ଷରୁ ୬ତମ ୱିକେଟ ପାଇଁ ୧୪୮ ରନର ଭାଗିଦାରୀ ବାଂଲାଦେଶକୁ 5ଏକ ସମ୍ମାନ ଜନକ ପରିସ୍ଥିତିରେ ପହଞ୍ଚାଇଛି। ତାନଜିଦ ହାସନ ୨୫ ବଲରେ ୨୫ ରନ ଓ ମେହଦୀ ହାସନ ମିରାଜ ୧୦ ବଲରେ ୫ରନ କରି ଆଉଟ ହୋଇଥିଲେ। ଗୋଟିଏ ପଟେ ବାଂଲାଦେଶ ଟିମ୍ ଭାରତୀୟ ବୋଲିଂରେ ଧରାଶାୟୀ ହୋଇପଡ଼ିଥିଲା। ପରେ ପାରିକୁ ତୋହିଦ ହୃଦୟ ଓ ଜାକିର ଅଲି ଅନିକ ସମ୍ଭାଳିଥିଲେ। ଜାକିର ଅଲି ୧୧୪ ବଲରେ ୬୮ ରନରେ ଆଉଟ ହୋଇଥିଲେ। ତୋହିଦ ହୃଦୟଙ୍କ ଶତକୀୟ ପାଳି ବାଂଲାଦେଶକୁ ୨୨୮ ରନ କରିବାରେ ମୁଖ୍ୟ ଭୂମିକା ଗ୍ରହଣ କରିଥିଲା। ୧୧୮ ବଲରେ ୧୦୦ ରନ କରି ତୋହିଦ ଶେଷ ଓଭରରେ ରଣାଙ୍କ ଶୀକାର ହୋଇଥିଲେ।
ଅନ୍ୟପଟେ ମହମ୍ମଦ ଶାମି ୫ଟି ୱିକେଟ ନେଇ ଦିନିକିଆ କ୍ରିକେଟରେ ୨୦୦ ୱିକେଟର ରେକଡ୍ କରିଛନ୍ତି। ସେହିପରି ଏହି ୫ ୱିକେଟ୍ ବଳରେ ସେ ଆଇସିସି ଇଭେଣ୍ଟରେ ୬୦ ୱିକେଟ ସହ ସର୍ବାଧିକ ୱିକେଟ ନେଇଥିବା ପ୍ରଥମ ଭାରତୀୟ ବୋଲର। ତାଙ୍କ ପଛକୁ ୫୯ ୱିକେଟ ସହ ଜାହିର ଖାନ ରହିଛନ୍ତି।