ଝାରପଡ଼ା ଗଣେଶ ମଣ୍ଡପ ଭେଣ୍ଡିଙ୍ଗ୍ ଜୋନ୍ ଦୋକାନୀକୁ ସ୍ଥାୟୀ ଜମି କେବେ…

ଭୁବନେଶ୍ୱର : କିଛି ଦିନ ତଳେ ଶହୀଦ ନଗର ହାଟ ପାଇଁ ରାଜ୍ୟ ସରକାର ଜମି ମଞ୍ଜୁର କରିଛନ୍ତି। ଏହାକୁ ସବୁ ମହଲରେ ସ୍ୱାଗତ କରାଯାଇଛି। ମାତ୍ର ବହୁଚର୍ଚ୍ଚିତ ଝାରପଡ଼ା ଗଣେଶ ମଣ୍ଡପ ଭେଣ୍ଡିଙ୍ଗ୍ ଜୋନ୍ ଉଚ୍ଛେଦରେ କ୍ଷତିଗ୍ରସ୍ତଙ୍କ ପାଇଁ ଏଯାଏଁ ସରକାର ଚୁପ୍ ରହିଛନ୍ତି। ଶହୀଦ ନଗର ମୂଳ ହାଟ ଉଚ୍ଛେଦ ପରେ ଏକ ଅସ୍ଥାୟୀ ସ୍ଥାନରେ ଦୋକାନୀ ମାନଙ୍କୁ ପୂର୍ବରୁ ଥଇଥାନ କରାଯାଇଥିଲା। ବର୍ତ୍ତମାନ ସେମାନଙ୍କୁ ସ୍ଥାୟୀ ଜମି ମିଳିସାରିଛି। ହେଲେ ଝାରପଡ଼ାରେ ପୂର୍ବ ସରକାରଙ୍କ ପୁଲିସ୍ ଜବରଦସ୍ତ ବିଏମସି ସହ ମିଶି ଝାରପଡ଼ା ଉଠା ଦୋକାନୀମାନଙ୍କୁ ଉଚ୍ଛେଦ କରିଥିଲେ। ସେଦିନର ଦୃଶ୍ୟ ଆଜି ବି ୟୁଟ୍ୟୁବରେ ଉପଲବ୍ଧ। ଶାନ୍ତିପୂର୍ଣ୍ଣ ଭାବେ ଆନ୍ଦୋଳନ କରାଯାଉଥିବା ବେଳେ ବଳପୂର୍ବକ ଭାବେ ଲୋକଙ୍କୁ ଉଠା ଯାଇଥିଲା। ଯଦି ଶହୀଦ ନଗରକୁ ସ୍ଥାୟୀ ଜମି ପ୍ରଦାନ କରାଯାଇ ପାରିଲା। ଝାରପଡ଼ାକୁ କାହିଁକି ନୁହେଁ ବୋଲି ସାମାଜିକ କର୍ମୀ ନୀରୋଦ ମହାପାତ୍ର କହିଛନ୍ତି।

Leave a Reply

Your email address will not be published. Required fields are marked *