୮ ମାସରେ ୬ ଜୀବନ ନେଲାଣୀ ‘ ମୋ ବସ୍ ‘

ଭୁବନେଶ୍ୱର: ୮ ମାସ ଭିତରେ ‘ମୋ ବସ’ ୧୯ଟି ଦୁର୍ଘଟଣା ଘଟାଇଛି ଏବଂ ଏଥିରେ ୬ଜଣଙ୍କ ଜୀବନ ଯାଇଛି। ୮ ମାସରେ କଟକ, ପୁରୀ ଓ ଭୁବନେଶ୍ୱରରେ ‘ମୋ ବସ’ ଧକ୍କାରେ ୬ଜଣଙ୍କ ମୃତ୍ୟୁ ହୋଇଛି। ଆଜି ବିଧାନସଭାରେ ବିଧାୟକ ଅରୁଣ ସାହୁ ପଚାରିଥିବା ପ୍ରଶ୍ନର ଉତ୍ତରରେ ଗୃହ ନିର୍ମାଣ ଓ ନଗର ଉନ୍ନୟନ ବିଭାଗ ମନ୍ତ୍ରୀ କୃଷ୍ଣଚନ୍ଦ୍ର ମହାପାତ୍ର ଏହି ସୂଚନା ଦେଇଛନ୍ତି ।ଗୃହ ନିର୍ମାଣ ଓ ନଗର ଉନ୍ନୟନ ବିଭାଗ ମନ୍ତ୍ରୀ କୃଷ୍ଣଚନ୍ଦ୍ର ମହାପାତ୍ର କହିଛନ୍ତି ଯେ ୨୦୨୪ ଜୁନ୍ଠାରୁ ଏପର୍ଯ୍ୟନ୍ତ ‘ମୋ ବସ’ ୧୯ଟି ଦୁର୍ଘଟଣା ଘଟାଇଛି। ‘ମୋ ବସ’ ଦୁର୍ଘଟଣାରେ ୬ଜଣଙ୍କ ମୃତ୍ୟୁ ହୋଇଛି ଏବଂ ୧୮ଜଣ ଆହତ ହୋଇଛନ୍ତି। କେବଳ ୨ଟି ଘଟଣାରେ ମୃତକଙ୍କ ପରିବାରକୁ ୩ଲକ୍ଷ ୫ହଜାର ଟଙ୍କା ଦିଆଯାଇଛି ବୋଲି ମନ୍ତ୍ରୀ କହିଛନ୍ତି।