ଆଗ ପଇସା, ପରେ ଦେଶ ! ଏହି ୫ ଷ୍ଟାର ଖେଳାଳି ନେଲେ ଚକିତ କଲା ଭଳି ନିଷ୍ପତି

କ୍ରିକେଟ୍ ପ୍ରେମୀମାନେ ଏବେ ଆଇପିଏଲ୍ ୨୦୨୫କୁ ଉତ୍ସାହର ସହିତ ଅପେକ୍ଷା କରିଛନ୍ତି। ଲିଗର ୧୮ତମ ସିଜିନ୍ ୨୨ ମାର୍ଚ୍ଚରୁ ଆରଂଭ ହୋଇ ୨୫ ମଇ ପର୍ଯ୍ୟନ୍ତ ଚାଲିବ। ଆଇପିଏଲ ହେଉଛି ବିଶ୍ୱର ସବୁଠାରୁ ଧନୀ କ୍ରିକେଟ ଲିଗ୍। ଏହି ଲିଗରେ ଖେଳାଳିମାନେ ପ୍ରଚୁର ଟଙ୍କା ରୋଜଗାର କରନ୍ତି, ଯାହା ଫଳରେ ବିଶ୍ୱର ସମସ୍ତ ବଡ଼ ବଡ଼ ଖେଳାଳି ଖେଳିବା ପାଇଁ ଭାରତ ଆସିଥାନ୍ତି । ଏପରି ପରିସ୍ଥିତିରେ, ଆଇପିଏଲ ୨୦୨୫କୁ ଦୃଷ୍ଟିରେ ରଖି, ୫ ତାରକା ଖେଳାଳି ଏକ ବଡ଼ ନିଷ୍ପତ୍ତି ନେଇଛନ୍ତି। ଏହି ସମସ୍ତ ଖେଳାଳିମାନେ ଆଇପିଏଲ ପୂର୍ବରୁ ଖେଳାଯିବାକୁ ଥିବା ଏକ ଅନ୍ତର୍ଜାତୀୟ ସିରିଜରେ ନିଜ ଦେଶ ପାଇଁ ଖେଳିବେ ନାହିଁ।

ଆଗାମୀ ଆଇପିଏଲ ସିରିନ ପାଇଁ ସମସ୍ତ ଖେଳାଳି ସେମାନଙ୍କ ଦଳରେ ଯୋଗଦେବାକୁ ପ୍ରସ୍ତୁତ ହେଲେଣି। ଯାହା ପାଇଁ ନ୍ୟୁଜିଲାଣ୍ଡର ପାଞ୍ଚ ତାରକା ଖେଳାଳି ମଧ୍ୟ ଆଇପିଏଲରେ ଅଂଶଗ୍ରହଣ କରିବା ପାଇଁ ପାକିସ୍ତାନ ବିପକ୍ଷ ଟି୨୦ ସିରିଜରୁ ଦୂରେଇ ରହିବାକୁ ନିଷ୍ପତ୍ତି ନେଇଛନ୍ତି। ଏହି ଖେଳାଳିମାନେ ହେଲେ ଡେଭନ୍ କନୱେ, ଲକି ଫର୍ଗୁସନ୍, ଗ୍ଲେନ୍ ଫିଲିପ୍ସ, ରାଚିନ୍ ରବିନ୍ଦ୍ର ଏବଂ ମିଚେଲ୍ ସାଣ୍ଟନର। ଆଇପିଏଲରେ ଏହି ପାଞ୍ଚ ଜଣ ଖେଳାଳିଙ୍କ ଅଂଶଗ୍ରହଣ ପାକିସ୍ତାନ ବିପକ୍ଷ ସିରିଜକୁ ପ୍ରଭାବିତ କରିବ।

ଆଇପିଏଲର ଆକର୍ଷଣ ଦିନକୁ ଦିନ ବୃଦ୍ଧି ପାଉଛି, ଏବଂ ଏହି ଟୁର୍ଣ୍ଣାମେଣ୍ଟ ମାଧ୍ୟମରେ ଖେଳାଳିମାନେ କେବଳ ବିପୁଳ ପରିମାଣର ଟଙ୍କା ରୋଜଗାର କରନ୍ତି ତାନୁହେଁ ବରଂ ଏହା ସେମାନଙ୍କର କ୍ରିକେଟ କ୍ୟାରିୟରକୁ ନୂତନ ଦିଗରେ ନେଇଥାଏ। ନ୍ୟୁଜିଲାଣ୍ଡ କ୍ରିକେଟ୍ ବୋର୍ଡ (NZC) ପୂର୍ବରୁ ସୂଚନା ଦେଇଥିଲା ଯେ ଏହି ଖେଳାଳିମାନଙ୍କୁ ପାକିସ୍ତାନ ବିପକ୍ଷ ସିରିଜରେ ସାମିଲ କରାଯିବ ନାହିଁ, କାରଣ ଆଇପିଏଲ ସମୟରେ ପାକିସ୍ତାନ ସିରିଜ ଖେଳିବାକୁ ଆସୁଛି। ଏହା ବ୍ୟତୀତ ଖେଳାଳିଙ୍କ ସ୍ବାର୍ଥ ଧ୍ୟାନରେ ରଖି ଏହି ନିଷ୍ପତ୍ତି ନିଆଯାଇଛି ବୋଲି କହିଛି ନୁଜିଲ୍ୟାଣ୍ଡ କ୍ରିକେଟ୍।

Leave a Reply

Your email address will not be published. Required fields are marked *