ରାସନ୍ କର୍ଡରୁ ବାଦ୍ ପଡିଲେ ୮୪,୭୫୭ ହିତାଧିକାରୀ

ଭୁବନେଶ୍ବର : ରାସନ କାର୍ଡ ହିତାଧିକାରୀଙ୍କୁ ନେଇ ବିଧାନସଭାରେ ଉଠିଲା ପ୍ରଶ୍ନ। ବିଧାୟକ ଅଶ୍ଵିନ ପାତ୍ରଙ୍କ ପ୍ରଶ୍ନରେ ଖାଦ୍ୟଯୋଗାଣ ଓ ଖାଉଟି କଲ୍ୟାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର ଉତ୍ତର ଦେଈ କହିଛନ୍ତି ଆଧାର ଭିତ୍ତିକ ଇ-କେୱାଇସି ଯାଞ୍ଚ ପ୍ରକ୍ରିୟା ପରେ ଖାଦ୍ୟ ସୁରକ୍ଷା ଯୋଜନାରୁ ୮୪,୭୫୭ ହିତାଧିକାରୀ ବାଦ୍‌ ପଡିଛନ୍ତି।ଇ-କେୱାଇସି ଯାଞ୍ଚ ପ୍ରକ୍ରିୟା ପରେ ୮୪,୭୫୭ ହିତାଧିକାରୀଙ୍କୁ ରାସନ୍‌ କାର୍ଡୁ ବାଦ୍‌ ଦିଆଯାଇଛି। ବାଦ୍‌ ପଡିଥିବା ହିତାଧିକାରୀଙ୍କୁ ରାସନ ବନ୍ଦ କରାଯାଇଛି । ଏଥି ସହିତ ଏପର୍ଯ୍ୟନ୍ତ ୨୨,୨୯୩ ଅଯୋଗ୍ୟ ରାସନ କାର୍ଡ ଚିହ୍ନଟ ହୋଇଛି। ଯେଉଁମାନେ ନିଜ ଆଡୁ ରାସନ କାର୍ଡ କାଟି ଦେଇଇନ୍ତି। କଟକରୁ ସର୍ୱାଧିକ ୨,୫୫୪ ହିତାଧିକାରୀ, ନୟାଗଡରୁ ୧,୬୧୮, ବାଲେଶ୍ୱରରୁ ୧, ୪୩୬  ଓ ଖୋର୍ଦ୍ଧା ୧, ୩୪୫ ଜଣ ଅଯୋଗ୍ୟ ହିତାଧିକାରୀ ନିଜ ଆଡୁ ରାସନ କାର୍ଡ କାଟିଦେଇଥିବା ମନ୍ତ୍ରୀ କହିଛନ୍ତି।

Leave a Reply

Your email address will not be published. Required fields are marked *