ମିଆଁମାର ଭୂକମ୍ପରେ ୧୭୦୦ ରୁ ଅଧିକ ଲୋକ ମୃତ,୩୪୦୦ ଜଣ ଆହତ

ମିଆଁମାର: ଶୁକ୍ରବାର (୨୯ ମାର୍ଚ୍ଚ, ୨୦୨୫) ମିଆଁମାରରେ ଘଟିଥିବା ଭୂମିକମ୍ପ କେବଳ ପ୍ରବଳ କ୍ଷୟକ୍ଷତି କରିଛି ତାହା ନୁହେଁ ବରଂ ଆଗାମୀ ଦିନ ପାଇଁ ଏକ ଚେତାବନୀ ମଧ୍ୟ ଦେଇଛି। ଜଣେ ପ୍ରମୁଖ ଆମେରିକୀୟ ଭୂତତ୍ତ୍ୱବିତ୍ଙ୍କ ଅନୁଯାୟୀ, ମିଆଁମାରରେ ପ୍ରାୟ ୧୭୦୦ ଲୋକଙ୍କ ମୃତ୍ୟୁ ଘଟିଥିବା ଜଣାପଡିଛି । ସେହିପରି ୭.୭ ତୀବ୍ରତାର ଶକ୍ତିଶାଳୀ ଭୂମିକମ୍ପରୁ ୩୦୦ ରୁ ଅଧିକ ପରମାଣୁ ବୋମା ସହିତ ସମାନ ଶକ୍ତି ନିର୍ଗତ ହୋଇଥିଲା। ଯାହା ଫଳରେ ଶହ ଶହ ଲୋକଙ୍କ ମୃତ୍ୟୁ ହୋଇଥିବା ବେଳେ ୩୪୦୦ ଜଣ ଆହତ ଅଛନ୍ତି । ଏବଂ ୩୦୦ ରୁ ଅଧିକ ଲୋକ ଏବେବି ନିଖୋଜ ଅଛନ୍ତି । ଯେଉଁମାନଙ୍କୁ ଖୋଜା ଚାଲିଛି

ଭୂକମ୍ପ ଝଟକାରେ ଛାରଖାର ହୋଇଯାଇଛି ମ୍ୟାମାର । ବଢ଼ି ଚାଲିଛି ମୃତ୍ୟୁ ସଂଖ୍ୟା । ଧ୍ବଂସାବଶେଷ ତଳୁ ଏବେବି ବାହାରୁଛି ମୃତଦେହ । ପ୍ରକୃତିର କୋପ ଆଗରେ ମଣିଷ ଯେ କେତେ ଅସହାୟ, ଆଜି ତାହା ବୁଝି ପାରିଛନ୍ତି ବିଶ୍ବବାସୀ ।

Leave a Reply

Your email address will not be published. Required fields are marked *