ନୂଆ ସିନେମା Dustbinର ସମୀକ୍ଷା

ଭୁବନେଶ୍ୱର : ( ଦେବଦତ୍ତ ପତି )-କୋଟିଏ ଟଙ୍କାର ପ୍ରଶ୍ନ| ତେବେ ଗତକାଲି ଏକ ସଂଗେ ପ୍ରେକ୍ଷାଳୟକୁ ଆସିଛି ୩ଟି ନୂଆ ସିନେମା| ଏହା ନିଶ୍ଚିତ ଭାବେ ଓଡ଼ିଆ ସିନେ ପ୍ରେମୀମାନଙ୍କ ପାଇଁ ସୁଖଦ ଖବର| ଯଦିଓ ବ୍ୟାବସାୟିକ ଦୃଷ୍ଟିକୋଣରୁ ଏହା ସାମାନ୍ୟ ରିସ୍କ, ତଥାପି ଏହି ରିସ୍କ ନେଇଛନ୍ତି ତିନୋଟି ସିନେମାର ପ୍ରଯୋଜକ ଓ ବିତରକ, ଯାହା ନିଶ୍ଚିତ ଭାବେ ଏକ ସ୍ୱାଗତଯୋଗ୍ୟ ଉଦାହରଣ| ଆମ ଦର୍ଶକମାନେ ତିନୋଟି ନୂଆ ସିନେମା ଦେଖିବେ ଓ ପରଖିବେ|
ମୋତେ କଲି ସୁଯୋଗ ମିଳିଥିଲା ତିନୋଟି ସିନେମା ମଧ୍ୟରୁ ଏକ ସିନେମା ଦେଖିବା ପାଇଁ | ଡଷ୍ଟବିନ |
ପିକେ ଫିଲ୍ମ ପ୍ରଯୋଜିତ ଏଇ ସିନେମାର କାହାଣୀ, ସଂଳାପ ଲେଖିବା ସହ ନିଜେ ମୁଖ୍ୟ ଚରିତ୍ରରେ ଅଭିନୟ କରିଛନ୍ତି ପପୁ ପମପମ| ଏଥିସହିତ ନିଜେ ମଧ୍ୟ ମୁଖ୍ୟ ଚରିତ୍ରରେ ଅଭିନୟ କରିଛନ୍ତି|
କାହାଣୀ: ଇଂରାଜୀରେ ଯାହାକୁ କହନ୍ତି କ୍ରାଇମ ଥ୍ରୀଲର, ହତ୍ୟା ଓ ରହସ୍ୟର କାହାଣୀ| ଦର୍ଶକଙ୍କୁ ସବୁବେଳେ ଅମୋଦିତ କରିଥାଏ| କାହାଣୀରେ ନୂଆପଣ ଅଛି| ଟ୍ଵିଷ୍ଟ ବି ଅଛି| ଶେଷ ଯାଏ ଦର୍ଶକଙ୍କୁ ବାନ୍ଧି ରଖୁଛି କାହାଣୀ| ସିନେମା ସରିଗଲା ବୋଲି ଭାବିଲା ବେଳକୁ ଆଉ ଗୋଟେ ଟ୍ଵିଷ୍ଟ | ପୁଣି ଶେଷରେ ଆଉ ଏକ ଟ୍ଵିଷ୍ଟ | ମୋ ମତରେ କାହାଣୀ କ୍ଲାସିକ ହେବ ସହ ମନୋରଞ୍ଜନ ଧର୍ମୀ ମଧ୍ୟ | ଉଭୟ କ୍ଲାସ ଓ ମାସ ପାଇଁ ସମ୍ପୂର୍ଣ୍ଣ ଫିଟ |
ଅଭିନୟ: ଚୌଧୁରୀ ଜୟପ୍ରକାଶ ଦାସ | ସିନେମାକୁ କ୍ଲାସିକ ଶ୍ରେଣୀର କରିବାରେ ଜୟପ୍ରକାଶ ଦାସଙ୍କ ଅଭିନୟ ଚମତ୍କାର| ସେ ଯେପରି ପ୍ରାଣ ଭାରି ଦେଇଛନ୍ତି ସେ ଚରିତ୍ରରେ| ତାଙ୍କ ସହ ସ୍ନିଗ୍ଧା ମହାନ୍ତିଙ୍କ ଅଭିନୟ ମଧ୍ୟ ଖୁବ ଉଚ୍ଚକୋଟୀର| ନବାଗତା ପ୍ରାଚୀଙ୍କ ଅଭିନୟର ଯେତେ ପ୍ରଶଂସା କରାଯାଇପାରେ ନିଶ୍ଚିତ ଭାବେ କମ ପଡିବ | ଖୁବ ନିଖୁଣ ଭାବେ ସେ ନିଜ ଚରିତ୍ରରେ ଅଭିନୟ କରିଛନ୍ତି| କିଛି ସମୟ ପାଇଁ ଲାଗୁଥିଲା କି ସେ ସତେ ଯେପରି କୌଣସି ଥିଏଟର ପୃଷ୍ଠଭୂମିରୁ ଆସିଛନ୍ତି| ଖୁଣିବାର ନାହିଁ ତାଙ୍କ ଅଭିନୟ | ଦିପାନ୍ବିତ ମଧ୍ୟ ଜଣେ ମଂଚ କଳାକାର| ଆମ ସମୟର ଜଣେ ଉଦୀୟମାନ ଅଭିନେତା| ସ୍ୱଳ୍ପ ଅବଧିରେ ସେ ନିଜର ଛାପ ଛାଡିଛନ୍ତି| ସୁକୁମାର ଟୁଡୁ, ଜଣେ ପୋଖତ ଅଭିନେତା | ମଂଚ ନାଟକରେ ନିଜ ଅଭିନୟ ଦକ୍ଷତା ଓଡିଶା ସମେତ ଭାରତର ବହୁ ସ୍ଥାନରେ ପ୍ରତିପାଦନ କରିଛନ୍ତି | ତାଙ୍କ ବ୍ୟତୀତ ଏ ଚରିତ୍ର ଯେ ଆଉ କିଏ କରି ପାରିଥାନ୍ତା ମୁଁ ବିଶ୍ୱାସ କରି ପାରୁନି | ଅନ୍ୟ ସମସ୍ତ ସହଯୋଗୀ ଚରିତ୍ରରେ ନିର୍ଦେଶକ ବାଛି ବାଛି ଉପଯୋଗୀ କଳାକାର ଚୟନ କରିଛନ୍ତି | ଯଥେଷ୍ଟ ନ୍ୟାୟ ଦେଇଛନ୍ତି ସମସ୍ତ କଳାକାର| ଆସିବା ମୁଖ୍ୟ ଚରିତ୍ରକୁ| ପପୁ ପମପମ| ଅଭିନୟ ଦକ୍ଷତା ବିଷୟରେ ପ୍ରଶ୍ନ ଉଠୁନି | ତେବେ କେଉଁଠି କେଜାଣି ମତେ ଟିକେ ଉଣା ଲାଗିଲା | ଚରିତ୍ରରେ ପପୁ ନିଜେ ଦିଶୁଥିଲେ| ସଂଳାପ କହିଲା ବେଳେ ସେ ନିଜେ ଦିଶୁଥିଲେ ମୁଁ ସେ ଚରିତ୍ରକୁ ଖୋଜୁଥିଲି | ପାଇଲିନି| କେତେକ ଜାଗାରେ ଅନାବଶ୍ୟକ ଭାବେ ଅଧିକ ସଂଳାପ କହିଛନ୍ତି| ମୋ ମତରେ ଯାହା ଆଦୌ ଆବଶ୍ୟକ ନଥିଲା | ଚରିତ୍ର ସିରିଆସ କି ହାଲ୍କା ପୁଲକା ତାହା ପପୁ ଫୁଟାଇ ପାରିଲେନି| ନିଜ ଖୋଲାପରି ବାହାରି ପାରିଲେନି | ହାଲୋ ପ୍ରିୟ କହିବା ପ୍ରାୟ ଏକ ପରକାର ସବୁଥର ପରି | ତେବେ ସମ୍ପୂର୍ଣ୍ଣ ସିନେମାକୁ ପାଖାପାଖି ନିଜ କାନ୍ଧରେ ବୋହିଥିବା ପପୁ ବାବୁଙ୍କୁ ମଧ୍ୟ ଦୋଷ ଦେଇ ହେବନି| ବ୍ୟାବସାୟିକ ଦୃଷ୍ଟିରୁ ଦେଖିଲେ ଦର୍ଶକ ତାଙ୍କୁ ଚାହାନ୍ତି | ତାଙ୍କୁ ଦେଖିବାକୁ ଲୋକେ ଟିକେଟ କାଟି ଯିବେ|
ଗୀତ: ବୋଧହୁଏ ୪ଟି ଗୀତ ଅଛି | ସବୁ ଗୀତ ସିନେମା ସହ ଖାପ ଖୁଆଉଛି | ଗୀତର ଦୃଶ୍ୟ ଉତ୍ତୋଳନ ଖୁବ ଭଲ| ତେବେ ନାୟକର ନାୟିକାଙ୍କୁ କଳ୍ପନା କରି ଗୀତଟି ମତେ ବାଗ ଲାଗିଲାନି | ଶସ୍ତା ଲାଗିଲା ଚିରାଚରିତ ପରି | ପ୍ରଚ୍ଛଦ ସଂଗୀତ ଭଲ|
ସମ୍ପୂର୍ଣ୍ଣ ସିନେମାର ଦୃଶ୍ୟ ଉତ୍ତୋଳନ ଅମୋଦିତ କରିବ |
ତେବେ କିଛି ପ୍ରଶ୍ନ
୧- ଜୟଦେବ ବିହାର ନିକଟରେ କେଉଁଠି ଡମ୍ପିଂଗ ୱାର୍ଡ ଅଛି ? ଯେଉଁଠାକୁ ନାୟକ ଠେଲା ଗାଡ଼ିରେ ଅଳିଆ ନେଇକି ଯାଉଛି ଓ ଅଳିଆରୁ କାଢି ଦେଖୁଚି|
୨- ଉତ୍କଳ ଗ୍ୟାଲେରିଆରୁ ଜୟଦେବ ବିହାର ଫେରିବା ବାଟରେ ଉତ୍କଳ ହସ୍ପିଟାଲ ଆସିଲା କୁଆଡୁ ?
୩- ନାୟିକା ହିଁ ଅଳିଆ ପକାଇବାକୁ ଆସୁଛି| ସାଧାରଣତଃ ମା ମାନେ ଏ କାମ ଝିଅଙ୍କୁ କରିବାକୁ ଦିଅନ୍ତିନି| ମୋ ଝିଅ ତ ଜମା ଅଳିଆ ପକାଇବାକୁ ଯିବନି |
ଭଲ ଲାଗିଲା : ସାଇ ମନ୍ଦିରର ପୂଜାରୀ ନାୟକକୁ ଗୋଲାପ ଫୁଲ ଦେବା |
ଶେଷ ଦୃଶ୍ୟରେ ନାୟକ ପୁଣି ଥରେ ଆଉ ଏକ ପାକେଟରୁ ନମ୍ବର ବାହାର କରିବା| କାହାଣୀ ସରୁନି, କାହାଣୀ ସରେନି|
ବାକି ଟେକ୍ନିକାଲ ଦିଆଗରେ ମୋର ଜ୍ଞାନ ନାହିଁ | ଅତଏବ ସେ ଆଡକୁ ଯାଉନି |
ମୋ ମତରେ ସିନେମାକୁ ୧୦ରୁ ୮ ନିଶ୍ଚୟ |

Leave a Reply

Your email address will not be published. Required fields are marked *