ସୁସ୍ଥ ହେଉଛନ୍ତି ଶ୍ରୀଜୀଉ

ଧରି ଫୁଲୁରୀ ତେଲ ଓ ଓଷଧ ଲାଗିଥିବା ଅବସ୍ଥାରେ ଆଜି ଦଶମୀ ତିଥିରେ ମହାପ୍ରଭୁଙ୍କୁ ଚକାବିଜେ କରାଯାଉଛି। ଚକାବିଜେ ପରେ ଶ୍ରୀଜୀଉ ତାଙ୍କ ଶୋଇବା ଅବସ୍ଥାରୁ ଉଠି ବସିବା ପାଇଁ ସୁସ୍ଥ ହେଉଛନ୍ତି।
ଅଣସର ଦଶମୀ ନୀତି ଅନୁଯାୟୀ, ଶ୍ରୀବିଗ୍ରହଙ୍କୁ ଦଶମୂଳମୋଦକ ନାମକ ଗୁପ୍ତ ଔଷଧ ଦିଆଯିବ। ଏହି ରାଜବୈଦ୍ୟମାନଙ୍କ ଦ୍ବାରା ପ୍ରସ୍ତୁତ ଏହି ଔଷଧୀର ମୂଳ ଉପାଦାନ ହେଉଛି ଦଶ ପ୍ରକାରର ଦୁଲ୍ଲଭ ଚେରମୂଳ। ଶାଳପର୍ଣ୍ଣି, ବେଲ, ଖଣିବଧୂ, ପାଟଳି, ଅଙ୍କରାନ୍ତି ଗୋଖରା, ଲମ୍ବାଗୋତି, ଗମ୍ଭାରୀ, ଫଣଫଣା, କୃଷ୍ଣପର୍ଣ୍ଣି ସହିତ ସହଯୋଗୀ ଉପାଦାନ ମହୁ, ଘିଅ, ଖୁଆ, ଲବଙ୍ଗ, ନବାତ ଓ କୃଷ୍ଣଚୂଡ଼ା ।
ଏହି ଶୁଦ୍ଧ ଔଷଧ lକୁ ମହାପ୍ରଭୁଙ୍କୁ ଅର୍ପଣ କରାଯିବା ପରେ ସେ ସମ୍ପୂର୍ଣ୍ଣ ଭାବରେ ସୁସ୍ଥ ହେବେ। ଏଥି ପାଇଁ ଶ୍ରୀମନ୍ଦିରରେ ବେହେରଣ ଦ୍ୱାର ଖୋଲାଯାଇଛି, ଏବଂ ଦଇତାପତିଙ୍କ ଦ୍ୱାରା ଅଣସରର ଗୁପ୍ତ ନୀତି ଅତ୍ୟନ୍ତ ଶ୍ରଦ୍ଧା ଓ ପ୍ରାଚୀନ ପଦ୍ଧତି ଅନୁସାରେ ଅନୁଷ୍ଠିତ ହେଉଛି।